ମେଣ୍ଟ ନ ହେବା ଯେତିକି ଉତ୍ସାହ ସେତିକି ଚିନ୍ତାଜନକ

କେନ୍ଦୁଝର,୨୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଜେଡି-ଭାଜପା ମେଣ୍ଟ ହେବ ନାହିଁ ବୋଲି ଏ କଥା ଉଭୟ ଦଳର ନେତା ନିଜ ନିଜ ଟ୍ବିଟରରେ ସିଧାସଳଖ ନ କହି ପରୋକ୍ଷ ଭାବରେ ସଫା କରି କହିଦେଲେ। ଏବେ କହୁଛନ୍ତି, ମେଣ୍ଟ କଥା ଆମେ କହି ନ ଥିଲୁ। ଏହା ମଧ୍ୟ ଜିଲା ରାଜନୀତିରେ ଉଭୟ ଦଳ ପକ୍ଷରୁ କୁହାଯାଉଛି। ଦୀର୍ଘଦିନ ଧରି ଉଭୟ ଦଳରେ ମେଣ୍ଟ ହେବା ଆଶଙ୍କାକୁ  ନେଇ ନୀରବତା ଦେଖାଦେଇଥିଲା। ଏଭଳି ନିଷ୍ପତ୍ତି ପରେ ଉଭୟ ଦଳ ପୁଣି ଥରେ ଚଳଚଞ୍ଚଳ ହୋଇଉଠିଛନ୍ତି।
ମେଣ୍ଟ ହେବା ଆଶାରେ ଖୁସି ଥିବା ଟିକେଟ୍‌ ପାଇବା ଆଶାବାଦୀ ନେତାମାନେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ ମେଣ୍ଟ ହେଲେ ଜିତିବା ସମ୍ଭାବନା ଅଧିକ ଥିଲା। କିନ୍ତୁ ମେଣ୍ଟ ନ ହେଲେ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିବ। ଏହି ଚିନ୍ତା ଏବେ ଘାରିଛି। ସେହିପରି ଟିକେଟ୍‌ ନ ପାଇବା ଆଶାରେ ଅନେକ ଆଶାୟୀ ନିରାଶ ହୋଇ ବିକଳ୍ପ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିଲେ ଏବଂ ମେଣ୍ଟ ଘୋଷଣା ଅପେକ୍ଷାରେ ରହିଥିଲେ। ଏହାକୁ ନେଇ  ମୁଖ୍ୟ ବିରୋଧୀ ଭାବେ ଲଢ଼ିବା ଆଶା ରଖି ଅଧିକ ଉତ୍ସାହିତ ହୋଇ ପଡ଼ିଥିବା କଂଗ୍ରେସ ଆଶାୟୀମାନେ ଏବେ ଟିକେ ନିରୁତ୍ସାହିତ ହୋଇପଡ଼ିଛନ୍ତି।
ତେବେ ମେଣ୍ଟ ହେବ ଏହାକୁ ନେଇ କର୍ମୀମାନେ ବେଶ୍‌ ଉତ୍ସାହିତ ହୋଇ ପଡ଼ିଥିଲେ ହେଁ ଦୀର୍ଘଦିନର ଆଶା ଆଶଙ୍କାରେ ରହିବା ପରେ ଅନେକଙ୍କ ମଧ୍ୟରେ ସେଭଳି ଉତ୍ସାହ ଦେଖିବାକୁ ମିଳୁନାହିଁ। ଅନେକ ଏହି ମେଣ୍ଟ ରାଜନୀତିକୁ ବିଭିନ୍ନ କୋଣରୁ ଆଲୋଚନା କରି ଉଭୟ ଦଳକୁ ଅନେକ ଆଗଭଳି ଦୃଢ଼ ବିଶ୍ୱାସ କରିପାରୁନାହାନ୍ତି। ସମସ୍ତେ କହୁଛନ୍ତି ଏବେ ନ ହେଲେ ମଧ୍ୟ ଭିତିରିଆ କୌଣସି ବୁଝାମଣା ହୋଇଥିବ କିମ୍ବା ନିର୍ବାଚନ ପରେ ମେଣ୍ଟ ହେବ। ଅନ୍ୟ ପକ୍ଷରେ ଉଭୟଙ୍କ ମଧ୍ୟରେ ଏବେ ମଧ୍ୟ ଅଘୋଷିତ ମେଣ୍ଟ ହୋଇଛି। ଏଣୁ ଇଡି, ସିବିଆଇ, ଆଇଟିର ନାଲି ଆଖି ଅନ୍ୟ ରାଜ୍ୟରେ ଯେଉଁ ଭଳି ଦେଖାଉଛନ୍ତି ସେଭଳି ଦେଖିବାକୁ ମିଳୁନାହିଁ। ଏଣୁ ଆଗଭଳି ବିଭିନ୍ନ କାର୍ଯ୍ୟରେ ସେମାନଙ୍କ ମଧ୍ୟରେ ସମର୍ଥନ ରହିବ ବୋଲି କଂଗ୍ରେସ ନେତାମାନେ କହୁଛନ୍ତି।
ମେଣ୍ଟ ହେବ ନାହିଁ ବୋଲି ଗତକାଲି ଜଣାପଡ଼ିବା ପରେ ପୁଣି ଥରେ ଉଭୟ ଦଳର ଆଶାୟୀମାନେ ତତ୍ପର ହୋଇଉଠିଛନ୍ତି। କିଏ ଟିକେଟ୍‌ ପାଇବ ସେ ନେଇ କରିଆସୁଥିବା ଉଦ୍ୟମକୁ ପୁଣି ଥରେ ଆରମ୍ଭ କରି ଜୋର୍‌ ଲଗାଇ ଦେଇଛନ୍ତି। ଶାସକ ବିଜେଡି ଦଖଲରେ ଜିଲାର ୫ଟି ବିଧାନସଭା ଓ ଏକ ମାତ୍ର ଲୋକ ସଭା ରହିଥିଲା। ଗୋଟିଏରେ ଭାଜପା ଦଖଲରେ ଥିଲା। ଚଳିତ ନିର୍ବାଚନରେ ବିଜେଡି ସମସ୍ତ ସିଟ୍‌ ହାତେଇବାକୁ ରଣ କୌଶଳ ପ୍ରସ୍ତୁତ କରୁଥିବା ବେଳେ ଭାଜପା ଏକ ମାତ୍ର ସିଟ୍‌କୁ ବଜାୟ ରଖିବା ସହ ଅନ୍ୟ ସିଟରେ ଜିତିବା ପାଇଁ ଜୋର୍‌ଦାର ଉଦ୍ୟମ କରୁଛି। ଯାହା ହେଉନା କାହିଁକି ଚଳିତ ନିର୍ବାଚନରେ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ହେବ। ଏକ ପକ୍ଷରେ ବିଜେଡି ନବୀନ ସରକାରଙ୍କ ଉପଲବ୍ଧି, ଜନକଲ୍ୟାଣ କାର୍ଯ୍ୟକ୍ରମ ଆଦିକୁ ନେଇ ବିଜେଡି ନିର୍ବାଚନକୁ ଓହ୍ଲାଇବାକୁ ଯାଉଥିବା ବେଳେ ଅନ୍ୟପକ୍ଷରେ ଭାଜପା କେନ୍ଦ୍ରର ମୋଦିଙ୍କ ଗ୍ୟାରେଣ୍ଟିକୁ ନେଇ ନିର୍ବାଚନକୁ ଓହ୍ଲାଇବ। କଂଗ୍ରେସ ମଧ୍ୟ ନିଜର ୯ ଗ୍ୟାରେଣ୍ଟିକୁ ନେଇ ନିର୍ବାଚନରେ ଓହ୍ଲାଇବା ସହ ବିଜେଡି ଓ ଭାଜପା ମଧ୍ୟରେ ଥିବା ଭିତିରିଆ ସମ୍ପର୍କ ବା ମେଣ୍ଟକୁ ଉଜଗାର କରି ଗୋଟିଏ କଏନର ଦୁଇ ପାର୍ଶ୍ୱ ଭଳି ଦର୍ଶାଇ ଲୋକଙ୍କ ପାଖକୁ ଯାଇ ସମର୍ଥନ ହାସଲ କରିବ ବୋଲି ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବୀନ ସରକାରଙ୍କୁ ବିଭିନ୍ନ ଜନସଭାରେ ପ୍ରଶଂସା ଭାଜପା ଦଳର ଚିନ୍ତା ବଢ଼ାଇ ଦେଇଛି। ଏଣୁ ଭୋଟର ଏବେ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି। ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ବହୁ ବଡ଼ବଡ଼ ଦୁର୍ନୀତି ଥିବା ନେଇ ସବୁବେଳେ ଦାବି କରିଆସଥିବା ବେଳେ ସେସବୁରେ କେନ୍ଦ୍ରୀୟ ଏଜେନ୍ସିଙ୍କ ନୀରବତା ଉଭୟ ଦଳର ଭିତିରି ସମ୍ପର୍କକୁ ପଦାରେ ପକାଇଥିବାରୁ ଭୋଟର ସବୁ ବୁଝିପାରୁଛନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି। ମୋଦି ସରକାରଙ୍କ  ଓଡ଼ିଶା ରାଜ୍ୟ ପ୍ରତି ଏଭଳି ଆଭିମୁଖ୍ୟକୁ ନେଇ ଖୋଦ ଭାଜପା ନେତା ଓ କର୍ମୀମାନେ ଚିନ୍ତିତ ରହିଛନ୍ତି। ପ୍ରଥମେ ବିଜେଡିକୁ କୁତ୍ସାରଟନା ତା’ ପରେ ନୀରବତାରେ ପ୍ରଶଂସା କରିଆସୁଥିବା ଭାଜପା ଏବେ କିଭଳି ନିର୍ବାଚନ ପ୍ରଚାରରେ ଯିବ ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri