କେନାଲରୁ ମିଳିଲା ପୁଅର ଗଳାକଟା ମୃତଦେହ, ଦାଦାଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ବାପା କହିଲେ …

କଟକ ସଦର,୨ା୧୧(ସୁଶାନ୍ତ କୁମାର ଜେନା): କିଶନନଗର ଥାନା ଅନ୍ତର୍ଗତ ଥୋରିଆପଡ଼ା ଗ୍ରାମର ନିଖୋଜ ଯୁବକ ଦିଲ୍ଲୀପ ଭୋଇ (୨୪)ର ଗଳାକଟା ମୃତଦେହ ରବିବାର ସକାଳୁ ତାଳଦଣ୍ଡା କେନାଲର ଅଇନିପୁର ସ୍ବାଇଁ ସାହି ନିକଟରୁ ଉଦ୍ଧାର କରାଯାଇଛି। କେନାଲରେ ମୃତଦେହ ଭାସୁଥିବା ଖବର ପାଇ ରଘୁନାଥପୁର ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାଣିରୁ ଉଦ୍ଧାର କରିଥିଲେ। ଖବର ପାଇ ମୃତକଙ୍କ ପିତା ଦିବାକର ଭୋଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ତା’ପରେ ତାଙ୍କ ପୁଅକୁ ଦାଦା ପ୍ରମୋଦ ଭୋଇ ହତ୍ୟା କରିଛି ବୋଲି ଏତଲା ଦେବା ପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲା। ଶୁକ୍ରବାର ରାତିରୁ ଦିଲ୍ଲୀପ ଘରକୁ ନ ଆସି ନିଖୋଜ ରହିଥିଲେ। ଦାଦା ପ୍ରମୋଦ ମଦ ପିଇବା ପାଇଁ ମୃତକଙ୍କୁ ଡାକି ଆଣିଥିଲା। ଶନିବାର ସକାଳେ ସୋମପୁର ନିକଟ ତାଳଦଣ୍ଡା କେନାଲରୁ ବାଇକ୍‌ ଓଡି ୨୧ ଏଲ ୫୦୨୧ ଉଦ୍ଧାର କରାଯିବା ପରେ ହତ୍ୟା ସନ୍ଦେହ ଘନୀଭୂତ ହୋଇଥିଲା। ଶୁକ୍ରବାର ରାତିରେ ମଦ ପିଇବା ପାଇଁ ଦାଦାଙ୍କ ପାଖକୁ ଯାଉଛି କହି ଘରୁ ଆସିଥିଲା। ରାତି ୯ଟାରେ ସ୍ତ୍ରୀ ବିଜୟଲକ୍ଷ୍ମୀ ଫୋନ୍‌ କରିଥିଲେ ସୁଦ୍ଧା ମୋବାଇଲ ସୁଇଚ୍‌ ଅଫ୍‌ ଥିଲା। ଗତକାଲିଠାରୁ ପୋଲିସ ଥାନାରେ ପ୍ରମୋଦଙ୍କୁ ଅଟକ ରଖିଛି।

Dharitri – Odisha’s No.1 Trusted Odia Daily

Share