Posted inଫୁରସତ

ବୁଲା କୁକୁରଙ୍କୁ ନିଜ ଥାଳିରେ କ୍ଷୀର ପିଆଇ ଚର୍ଚ୍ଚାରେ ଏହି ବୃଦ୍ଧ ଭିକାରୀ: ଲୋକେ କରୁଛନ୍ତି ସଲାମ

ଭିକାରୀଟିଏ ପାଖରେ କ’ଣ ବା ଥାଇପାରେ। ସେ କାହାକୁ କ’ଣ ବା ଦେଇପାରେ। ଏଭଳି ଚିନ୍ତାଧାରା ସମସ୍ତେ ରଖିଥାନ୍ତି। ହେଲେ ଅନେକ ଥର ରାସ୍ତାରେ ନିରାଶ୍ରୟ ଭାବେ ପଡ଼ି ରହୁଥିବା ଭିକାରୀମାନଙ୍କ ମାନବିକତା ଦେଖିବାକୁ ମିଳିଛି। ଏହାର ନିଚ୍ଛକ ଛବି ଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦଙ୍କ ସେଭଳି ଏକ ଭିଡିଓ ଏବେ ଚର୍ଚ୍ଚାରେ।

ଭିଡିଓରେ ଜଣେ ଭିକାରୀ ନିଜ ଥାଳିରେ ଦୁଇଟି ବୁଲା କୁକୁରକୁ କ୍ଷୀର ପିଆଉଥିବା ଦେଖିବାକୁ ମିଳୁଛି। ସେ ନିଜେ ଦେଖିବାକୁ ରୁଗ୍ଣ ଦେଖାଯାଉଥିଲେ ହେଁ ଅନ୍ୟ ଉପରେ ନିର୍ଭର କରୁଥିବା ପ୍ରାଣୀର କ୍ଷୁଧା ମେଣ୍ଟାଉଛନ୍ତି। ଏହାକୁ ଶେୟାର କରିବା ସମୟରେ ସୁଶାନ୍ତ କହିଛନ୍ତି, କେବଳ ଟଙ୍କାକୁ ନେଇ କୌଣସି ବ୍ୟକ୍ତି ଧନି କିମ୍ବା ଗରିବ ହୋଇଯାଏନାହିଁ। ହୃଦୟବାନ ବ୍ୟକ୍ତି ପ୍ରକୃତ ଧନୀ।

ସୋସିଆଲ ମିଡିଆରେ ଏବେ ସୁଶାନ୍ତଙ୍କ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଭିକାରୀଙ୍କ ବହୁତ ପ୍ରଶଂସା କରୁଛନ୍ତି। କିଛି କିଛି ତାଙ୍କୁ ସଲାମ ମଧ୍ୟ କରୁଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସମାଜ ପାଇଁ ଉଦାହରଣ ସାଜିଛନ୍ତି ଏସବୁ ଭାଇଭଉଣୀ: ତ୍ୟାଗ କରି ସାନଙ୍କ ମନରେ ଫୁଟାଇଛନ୍ତି ହସ..

ଭାଇ ଭଉଣୀ! ଏ ସମ୍ପର୍କ ରକ୍ତର। ଜଣେ ଜଣଙ୍କ ସୁଖଦୁଃଖର ସାଥୀ। ଛୋଟବେଳୁ ସାଥୀ ହୋଇ ବଢ଼ିଥାନ୍ତି। ପରସ୍ପରକୁ ଖୁବ୍‌ ଭଲଭାବେ ବୁଝିଥାନ୍ତି। କଳିଝଗଡ଼ା, ମାର୍‌ପିଟ୍‌...

ବୁଡ଼ୁଥିବା ଯୁବତୀଙ୍କୁ ଉଦ୍ଧାର କରିବାକୁ ଲାଗିଥିଲେ ଦମକଳବାହିନୀ-ପୋଲିସ: ହେଲେ ଶେଷରେ ଘଟିଲା ଏପରି

ଟୋକିଓ,୨୩।୬: ଜାପାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ଲୋକଙ୍କ ହୋସ୍‌ ଉଡ଼ିଯାଇଛି। ଜଣେ ବୁଡ଼ୁଥିବା ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଦମକଳ...

ଆଇସ୍କ୍ରିମ ଷ୍ଟିକ୍‌ରେ ଇଡ୍‌ଲି, ଫଟୋ ଭାଇରାଲ ପରେ ୟୁଜର୍ସ କହିଲେ…

ଖାଦ୍ୟ ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ହୋଇପାରେ। କିଛି ଲୋକ ଏହାକୁ ସରଳ ଭାବରେ ପସନ୍ଦ କରନ୍ତି ତ ଆଉ କିଛି ଲୋକ ଏହାକୁ ନୂତନତ୍ୱ...

ଆଜି ଗଣେଶ ଚତୁର୍ଥୀ: ରାଶି ଅନୁସାରେ ଭୋଗ ଲଗାନ୍ତୁ, ମିଳିବ ମହାବରଦାନ

ଆଜି ସାରା ଦେଶରେ ଗଣେଶ ଚତୁର୍ଥୀ ବହୁ ଧୂମ୍‌ଧାମ୍‌ ପାଳନ କରାଯାଉଛି। ପ୍ରଭୁ ଗଣେଶଙ୍କ ଆବାହନ ଲାଗି ଚାରିଆଡେ ଭିଡ ଜମିଛି। ତେବେ ରାଶି ଅନୁସାରେ...

ଶୁଭ ଶଙ୍ଖ

ଭାରତୀୟ ସଂସ୍କୃତିରେ ଶଙ୍ଖର ମାହାତ୍ମ୍ୟ ସ୍ବତନ୍ତ୍ର। ତେବେ ଶଙ୍ଖ ଏକ ସଂସ୍କୃତ ଶବ୍ଦ। ଏହାର ବ୍ୟୁତ୍ପତ୍ତି- ”ଶାମ୍ୟତି ଅଶୁଭମସ୍ମାଦିତି“। ‘ଶଂ’ ଅର୍ଥ ମଙ୍ଗଳ, କଲ୍ୟାଣ, ଶୁଭ...

ମାଙ୍କଡ଼ ଏପରି କରି ମାସ୍କ୍‌ ପିନ୍ଧିବା ଲାଗି ଦେଲା ସଚେତନତା ବାର୍ତ୍ତା

ନୂଆଦିଲ୍ଲୀ, ୯।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଏକ ମାଙ୍କଡ଼ ମୁହଁରେ କନାକୁ ଢ଼ାଙ୍କି ବୁଲୁଥିବାରୁ ଦୃଶ୍ୟ...

କୁନି କୁକୁରର ବଡ଼ କମାଲ

କୋଞ୍ଜୋ ଏକ କୁନି କୁକୁର। କଳାରଙ୍ଗର ଏଇ କୁକୁରଟି ଅଧା ପାପିଲନ୍‌, ଚାରିଭାଗରୁ ଏକ ଭାଗ ଜ୍ୟାକ୍‌ ରଶେଲ୍‌ ଟେରିଏର୍‌ ଏବଂ ଅନ୍ୟ ଚାରିଭାଗରୁ ଏକ...

ଡିଜିଟାଲର ମାଧ୍ୟମ ଇ-ରିଡିଂ

ଇ-ରିଡିଂ ବ୍ୟବସ୍ଥା ଏବେ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ପ୍ରତିଟି ପଢ଼ାପ୍ରେମୀଙ୍କ ପାଇଁ ହାତପାଆନ୍ତାରେ ଆଣିଦେଇଛି ସମସ୍ତ ବହି ପଢ଼ିବାର ସୁଯୋଗ; ଯାହାଦ୍ୱାରା ନା ଅଛି ଏଣେ...

Advertisement
Archives

Model This Week