ସବୁ ଗୁଣ୍ଡ କରିବୁ, ମନ୍ତ୍ରୀ ଆସିବା ପୂର୍ବରୁ ବାଡେଇ ବାଡେଇ ଫଳକ ଭାଙ୍ଗିଦେଲେ ବ୍ଲକ୍‌ ଅଧ୍ୟକ୍ଷା

ପାଲଲହଡ଼ା,୨୮।୧୦ (ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଦ୍ୱାରା ରବିବାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଅନେକ ଉଦଘାଟନୀ ଫଳକରେ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ନାୟକଙ୍କ ନାମ ନ ଥିଲା। ତେଣୁ ଏହିସବୁ ଫଳକକୁ ଅଧ୍ୟକ୍ଷା ଭାଙ୍ଗିଦେବା ସହିତା ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ। ବ୍ଲକର ସମସ୍ତ ଜିଲାପରିଷଦ, ସରପଞ୍ଚ ଏବଂ ସମିତିସଭ୍ୟଙ୍କୁ ସାଙ୍ଗରେ ନେଇ ଅଧ୍ୟକ୍ଷା ନାଏକ ପ୍ରଥମେ ସ୍ଥାନୀୟ ଶିବମନ୍ଦିରରେ ପହଞ୍ଚିଥିଲେ। ସେଠାରେ ମନ୍ଦିର ଉନ୍ନତୀକରଣ କାର୍ଯ୍ୟ ଉଦଘାଟନ ପାଇଁ ନିର୍ମିତ ଫଳକକୁ ଭାଙ୍ଗିଥିଲେ ଏବଂ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ। ପରେ ଉପଖଣ୍ଡ ଡାକ୍ତରଖାନା ପରିସରରେ ଉଦ୍‌ଘାଟନୀ ଫଳକକୁ ଭାଙ୍ଗିଦେଇଥିଲେ। ଅଧ୍ୟକ୍ଷା ନାଏକ ଜିଲ୍ଲାପରିଷଦ ସଭ୍ୟା ସାବିତ୍ରୀ ମାଝୀ, ସଦସ୍ୟ ବୁଦ୍ଧୁରାମ ବୋଇପାଇ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ଦଳୀୟ କର୍ମୀମାନେ ପ୍ରକଳ୍ପ ଉଦଘାଟନ ସ୍ଥାନରେ ପହଞ୍ଚି ଫଳକଗୁଡିକୁ ଭାଙ୍ଗିଦେଇଥିଲେ। ପୂର୍ବ ସରକାର ଅମଳରେ ପାଲଲହଡ଼ା ଶିବ ମନ୍ଦିରର ଉନ୍ନତୀକରଣ ପାଇଁ ୧୦ ଲକ୍ଷ ଟଙ୍କା ଏବଂ ଗାୟତ୍ରୀ ମନ୍ଦିର ପାଇଁ ୪ ଲକ୍ଷ ଟଙ୍କା ‘ଆମ ଓଡ଼ିଶା ନବୀନ ଓଡିଶା’ ଯୋଜନାରେ ଦିଆଯାଇଥିଲା ଏବଂ ପାଲଲହଡ଼ା ପଞ୍ଚାୟତ ସମିତିର ସହଯୋଗରେ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇସାରିଥିଲା। ମାତ୍ର ଟଙ୍କାଟିଏ ମଧ୍ୟ ଅନୁଦାନ ନଦେଇ ପଞ୍ଚାୟତ ସମିତିକୁ ଅପମାନିତ କରି ସ୍ଥାନୀୟ ବିଧାୟକ, ମନ୍ତ୍ରୀଙ୍କୁ ଡାକି ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବାକୁ ବିରୋଧ କରି ଫଳକକୁ ଭାଙ୍ଗି ଦେଇଛି ବୋଲି ଅଧ୍ୟକ୍ଷା ନାଏକ ପ୍ରକାଶ କରିଥିଲେ। ସେହିପରି ଉପଖଣ୍ଡ ଡାକ୍ତରଖାନା ପରିସରରେ ଉଦ୍‌ଘାଟନ ହେବାକୁ ଥିବା ଫଳକକୁ ପୋଲିସ ସୁରକ୍ଷା ଦେଇଥିଲା। ବ୍ଲକ ଅଧ୍ୟକ୍ଷା ସେଠାରେ ପହଞ୍ଚତ୍ବା ପୂର୍ବରୁ ଡାକ୍ତରଖାନାର ମୁଖ୍ୟ ଫାଟକକୁ ପୋଲିସ ବନ୍ଦ ରଖିଥିଲା, ଯାହାକୁ ନେଇ ପୋଲିସ ଏବଂ ଲୋକପ୍ରତିନିଧିଙ୍କ ମଧ୍ୟରେ କିଛି ସମୟ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା। ପରେ ଅଧ୍ୟକ୍ଷା ନାୟକ ଏବଂ ବିଜୁ ଜନତା ଦଳ କର୍ମୀମାନେ ଜୋରଜବରଦସ୍ତ ଡାକ୍ତରଖାନା ପରିସରରେ ଧସେଇ ପଶି ଉକ୍ତ ଫଳକକୁ ମଧ୍ୟ ଭାଙ୍ଗିଦେଇଥିଲେ। ତେବେ ନିର୍ଦ୍ଧାରିତ ସମୟରେ ମନ୍ତ୍ରୀ ନାଏକ, ଏମପି ରୁଦ୍ରନାରାୟଣ ପାଣି, ବିଧାୟକ ଅଶୋକ ମହାନ୍ତି ଶିବ ମନ୍ଦିର ଏବଂ ଡାକ୍ତରଖାନା ପରିସରକୁ ଯାଇ ରିବନ କାଟି ପ୍ରକଳ୍ପ ଉଦଘାଟନ କରିଥିଲେ I


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

ଯୁଦ୍ଧ ବୁଡାଜାହାଜ ପଠାଇଲା ଆମେରିକା, ଚାଇନା ସହ ଯୁଦ୍ଧ ସଙ୍କେତ! ୩ ମହାସାଗରରେ ହଲଚଲ…

ବେଜିଂ,୨୪।୩: ଚୀନ ଏକ ବିଶାଳ ଜଳମଗ୍ନ ସର୍ଭେ ଏବଂ ମ୍ୟାପିଂ ଅପରେସନ ଆରମ୍ଭ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସମୁଦ୍ର ବିଷୟରେ ଗଭୀର ସୂଚନା ସଂଗ୍ରହ କରିବା,…

ନୂଆ ଗ୍ୟାସ କନେକ୍ସନ ନେଉଥିଲେ ବଡ଼ ଘୋଷଣା, ଏପ୍ରିଲ ୩୦ ଯାଏ ମାଗଣା ମିଳିବ ଗ୍ୟାସ…

ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟରେ, ପାଇପଲାଇନ ମାଧ୍ୟମରେ ପ୍ରାକୃତିକ ଗ୍ୟାସ ଯୋଗାଣ କରୁଥିବା…

ତିନି ମହଲା ବିଶିଷ୍ଟ ଧନୀ ଲୋକଙ୍କ ଘରେ ଲାଗିନି ୱାଟର ମିଟର: ବିଭାଗର ଅନୁକମ୍ପା ନା ପାୱାର କରିଡର ସରକାରୀ ଦଳର…

ଗଞ୍ଜାମ,୨୪।୩(ବିଦ୍ୟାଧର ସାହୁ): ୧୨ଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ ହୋଇଛି। ଗଞ୍ଜାମ ସହରର ବିଭିନ୍ନ ସାହିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୱାଟର ମିଟର ଲଗା ଯାଇଛି…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଦ୍ୱିତୀୟ ବିବାହ କଲେ ରାପର୍‌ Badshah, ଫଟୋ ସେୟାର କରି ଚମକାଇଲେ ଶାଶୁ

ମୁମ୍ୱାଇ: ପଞ୍ଜାବୀ ଗାୟକ ଏବଂ ରାପର୍‌ ବାଦଶାହଙ୍କ କିଏ ବା ଜାଣିନି? ସମଗ୍ର ଦେଶ ତାଙ୍କ ଗୀତରେ ଝୁମି ଉଠୁଛି। ତଥାପି, ତାଙ୍କ ବିଷୟରେ ଏକ ବଡ଼…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ ମ୍ୟାକୁଲମ

ଲଣ୍ଡନ,୨୪ା୩: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ୩ଟି ଫର୍ମାଟରେ ଇଂଲଣ୍ଡ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ। ଏ ନେଇ ଇଂଲଣ୍ଡ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri