Posted inଫୁରସତ

ବେପରୁଆ ଢଙ୍ଗରେ ଗାଡ଼ି ଚଲାଇବା ପୂର୍ବରୁ ଥରେ ଦେଖନ୍ତୁ ଏହି ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଦେଖିବାକୁ ମିଳୁଛି। ଏଥିରୁ କିଛି ଭିଡିଓ ଚିନ୍ତାଜନକ ହୋଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଆପଣ ନ ରାଗି ରହିପାରିବେନି।

ଭାଇରାଲ ଭିଡିଓରେ ଜଣେ ଯୁବତୀ ରାସ୍ତା ମଝିରେ ଦ୍ରୁତ ଗତିରେ ବାଇକ୍‌କୁ ଏପଟ ସେପଟ କରି ଚଲାଉଛନ୍ତି। ବାଇକ୍‌ର ଗତି ବହୁତ ଦ୍ରୁତ ଏବଂ ଯୁବତୀଙ୍କ ଚଳାଇବା ଶୈଳୀ ମଧ୍ୟ ବେଶ୍‌ ବିପଜ୍ଜନକ। ଏହି ସମୟରେ ଅନ୍ୟ ଏକ ବାଇକ୍‌ର ଯାଉଥିବା କପଲ ଯୁବତୀଙ୍କ ଦ୍ରୁତ ଗତିରେ ଗାଡ଼ି ଚଲା ଦେଖି ସେ ଦୂରେଇ ଯାଉଛନ୍ତି। କିନ୍ତୁ ବାଇକ୍‌ ଚଲାଉଥିବା ଯୁବତୀ ଜଣକ ହଠାତ୍‌ ସେମାନଙ୍କୁ ଏତେ ଜୋର୍‌ରେ ଧକ୍କା ଦେଲେ ଯେ, ସେମାନେ ତଳେ ପଡ଼ିଯାଇଥିଲେ। ତାଙ୍କୁ ଦେଖି ଏହା ସ୍ପଷ୍ଟ ଯେ, ସେମାନେ ନିଶ୍ଚୟ ବହୁତ ଆଘାତ ପାଇଥିବେ। କିନ୍ତୁ ବେପରୁଆ ଢଙ୍ଗରେ ବାଇକ୍‌ ଚଳାଉଥିବା ଯୁବତୀ ଜଣକ ସେମାନଙ୍କ ଆଡ଼କୁ ଆଉ ଦୃଷ୍ଟି ନ ଦେଇ ନିଜେ ଦ୍ରୁତ ଗତିରେ ଆଗକୁ ଚାଲିଯାଉଛନ୍ତି।

 

 

View this post on Instagram

 

A post shared by Satish Kumar 💗 (@mcqueen_spee_d)

ଭିଡିଓଟି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓ ଦେଖିବା ପରେ ୟୁଜରମାନେ ଉକ୍ତ ଯୁବତୀଙ୍କ ଉପରେ ବହୁତ ରାଗିଯାଇଛନ୍ତି। ସମସ୍ତେ ତାଙ୍କୁ ଖରାପ ଗାଳି କରୁଛନ୍ତି। ଏହି ଭିଡିଓ mcqueen_spee_d ନାମକ ଏକ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି। ଭିଡିଓଟି ଏପର୍ଯ୍ୟନ୍ତ ୪୮ ହଜାରରୁ ଅଧିକ ଲାଇକ୍‌ ପାଇଛି। ୟୁଜରମାନେ ଭିଡିଓ ଉପରେ କ୍ରୋଧିତ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହିପରି ଲୋକମାନେ କେବଳ ନିଜର କ୍ଷତି କରନ୍ତି ନାହିଁ ବରଂ ବିନା କାରଣରେ ଅନ୍ୟମାନଙ୍କ ପାଇଁ ମଧ୍ୟ ଅସୁବିଧା  ସୃଷ୍ଟି କରନ୍ତି। ଅନ୍ୟ ଜଣେ ଲେଖିଛନ୍ତି, କିଛି ଲୋକଙ୍କର ବିବେକ ନାମକ ଏକ ଜିନିଷ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri