ପୂର୍ବ ଶତ୍ରୁତାରୁ କାଠଫାଳିଆରେ ପିଟି ମାରିଦେଲେ

ନିରାକାରପୁର,୧୦ା୪(ଡି.ଏନ୍‌.ଏ.): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ନୂଆଗଡ଼ ପଞ୍ଚାୟତ ହରିପୁର ମାଝିସାହିର କୃଷ୍ଣଚନ୍ଦ୍ର ମାଝି ଓରଫ କୁଶିଆ(୪୫)। ଏନେଇ ମୃତକଙ୍କ ମା’ ବଦନୀ ମାଝିଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୯୫/୨୩)ରୁଜୁକରି ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।
ମୁତାବକ, ଗ୍ରାମର ଭାଗବତ ଘରେ କୁଶିଆ ଶୋଇଥିବା ବେଳେ ସେହି ଗ୍ରାମର ନିତେଇ ମାଝିଙ୍କ ପୁଅ ପହଞ୍ଚି କୌଣସି କାରଣକୁ ନେଇ ଗାଳିଗୁଲଜ କରିବା ସହ ଛେପ ପକାଇଥିଲେ। କିଛି ସମୟ ପରେ ସେଠାରୁ କୁଶିଆ ଆସି ଘରେ ପହଞ୍ଚି ବାରିପଟକୁ ଯାଇଥିଲେ। ତେବେ ପାଟିତୁଣ୍ଡ ହେଉଥିବା ଶୁଣି ବଦନୀ ମଧ୍ୟ ବାରିପଟକୁ ଯାଇଥିଲେ। ସୁଦାମ ମାଝି, ନିତେଇ ମାଝି, ଭାରତୀ ମାଝି, ସୁମନ୍ତ ମାଝି, ଧରମା ମାଝି, ରବି ମାଝି ପ୍ରମୁଖ ତାଙ୍କ ପୁଅକୁ କାଠ ଫାଳିଆରେ ଆକ୍ରମଣ କରୁଥିବା ବଦନୀ ଦେଖିବାକୁ ପାଇଥିଲେ। ପୁଅକୁ ଛାଡ଼ିଦେବା ପାଇଁ ସେ ଆକ୍ରମଣକାରୀଙ୍କୁ ଅନୁରୋଧ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏପରି କି ଆକ୍ରମଣକାରୀମାନେ ତାଙ୍କୁ ମଧ୍ୟ ତଳେ ପକାଇ ମାଡ଼ ମାରିଥିଲେ। ଏହାପରେ କୁଶିଆ ଅଚେତ୍‌ ହୋଇଯିବାରୁ ଆକ୍ରମଣକାରୀମାନେ ସେଠାରୁ ପଳାଇଥିଲେ। ଖବରପାଇ ବଦନୀଙ୍କ ସମ୍ପର୍କୀୟ ପହଞ୍ଚି କୁଶିଆଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଖୋର୍ଦ୍ଧା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଥାନାରେ ଅଟକ ଥିବା ଭାରତୀ କୁହନ୍ତି, ଦୀର୍ଘ ୧୨ବର୍ଷ ହେବ କୁଶିଆ ତାଙ୍କ ପରିବାର ସଦସ୍ୟଙ୍କୁ ହଇରାଣ କରିଆସୁଥିଲେ। ସୋମବାର ସକାଳେ ଶ୍ୱଶୁରଙ୍କ ଶ୍ରାଦ୍ଧ ଥିବାରୁ ଖିରି ବସାଇଥିଲି। ସେହି ସମୟରେ କୁଶିଆ ପହଞ୍ଚତ୍ ଗାଳିଗୁଲଜ କରିବା ସହିତ ତାଙ୍କ ମୁହଁରେ ଛେପ ପକାଇଥିଲା। ମଦ ପିଇଥିବାରୁ କିଛିବାଟ ଯିବାପରେ ସେ ତଳେ ପଡ଼ିଯାଇଥିଲା। ଏହାପରେ କୁଶିଆଙ୍କୁ ସେ କାଠଫାଳିଆରେ ବାଡ଼େଇଥିଲେ। ମୋ ଦୁଇ ପୁଅ ଓ ସ୍ବାମୀଙ୍କ ଏଥିରେ ସମ୍ପୃକ୍ତି ନାହିଁ ବୋଲି ଭାରତୀ କହିଛନ୍ତି। ଅନ୍ୟପକ୍ଷରେ ଘଟଣାର ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ଗୀତାଞ୍ଜଳି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri