ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ଅଳତି,ବେଲସୁନ୍ଦରୀ  ଗ୍ରାମରେ । ଖରା ଦିନରେ ଲୋକଙ୍କ ବାଡି ବଗିଚାରେ ଫଳୁଥିବା ବରକୋଳି, ବେଲ  ଖାଇବା ଆଶାରେ ଗାଁ ଭିତରକୁ ଭାଲୁ ପଲ ପଶିଆସି ଏଣେତେଣେ ଧାଁ ଦୌଡ କରିବା ସହ ଗଛରେ ଚଢି ବରକୋଳି ,ବେଲ ଖାଉଛନ୍ତି ।
ଲୋକେ ଭୟରେ  ରାତି ୮ଟା ପରେ ଘରୁ ପଦାକୁ ବାହାରିବାକୁ ଅସୁରକ୍ଷିତ ମଣଛନ୍ତି। ମଙ୍ଗଳବାର ରାତି ୯ଟା ସମୟରେ ଅଳତି ଗ୍ରାମର ମଦନମୋହନ ବରାଳ ଏବଂ ରଶ୍ମୀ ମହାରଣାଙ୍କ ଅଗଣାରେ ଥିବା ବେଲ, ବରକୋଳି ଖାଇବା ପରେ ବେଲସୁନ୍ଦରି ଗାଁ ମୁହାଁ ହୋଇ ଥିଲେ ପାଞ୍ଚଟି ଭାଲୁ।
ଭାଲୁ ହିଂସ୍ର ବନ୍ୟଜନ୍ତୁ ହୋଇଥିବାରୁ ତାକୁ ଦେଖିଲେ ତା ଠାରୁ ଦୁରେଇ ରହିବା ସହ ତାଙ୍କୁ ତା ବାଟରେ ଯିବାକୁ ଦେବାକୁ ବନବିଭାଗ ପକ୍ଷରୁ  ଗ୍ରାମବାସୀଙ୍କୁ ନିବେଦନ କରାଯାଇଛି। ଆବଶ୍ୟକସ୍ଥଳେ ଭାଲୁ ଠାରୁ ଦୂରେଇ ରହିବା ସହ ଯଦି  ଘଉଡାଇବାକୁ ଦରକାର ପଡେ ସ୍ଥାନୀୟ ବନକର୍ମଚାରୀଙ୍କ ସହଯୋଗ ନେବାକୁ ବନବିଭାଗ ପକ୍ଷରୁ  ପରାମର୍ଶ ଦିଆଯାଇଛି ।
Dharitri – Odisha’s No.1 Odia Daily