ସାବଧାନ! ସାବୁନରେ ମିଶୁଛି ପଶୁ ଚର୍ବି

ଲକ୍ଷ୍ନୌ,୨୪ା୮: ଆପଣ ପ୍ରତିଦିନ ସାବୁନ ଲଗାଉଥିଲେ ହୋଇଯାଆନ୍ତୁ ସାବଧାନ। କାରଣ ଏହି ସାବୁନରେ ପଶୁ ଚର୍ବି ମିଶୁଛି। ଏପରି ଏକ ମାମଲା ୟୁପି ପୋଲିସ ଖୁଲାସା କରିଛି। ପୋଲିସ ତିନୋଟି କାରଖାନା ଉପରେ ଚଢ଼ାଉ କରି ବହୁ ପରିମାଣର ପଶୁ ଚର୍ବି ଜବତ କରିଛି।

ଉତ୍ତରପ୍ରଦେଶର ବୁଲନ୍ଦ ସହରରେ ଗୁରୁବାର ସକାଳେ ଦେହାତ କୋଟବାଲି ଥାନା ପକ୍ଷରୁ ଏକ ଟ୍ରକ ଜବତ କରାଯାଇଛି। ଯେଉଁଥିରେ ପ୍ରଚୁର ପରିମାଣରେ ପଶୁ ଚର୍ବି ଭର୍ତ୍ତି ହୋଇଥିଲା। ପଚରାଉଚରା ବେଳେ ଜଣାପଡ଼ିଥିଲା ଯେ, ଏହି ଡ୍ରମ୍‌ଗୁଡିକ ସେହି ଅଞ୍ଚଳର ସାବୁନ ତିଆରି କାରଖାନାକୁ ଯୋଗାଇ ଦିଆଯିବ।

ସମଗ୍ର ଘଟଣାର ସୂଚନା ପାଇବା ପରେ ଏଏସ୍‌ପି ଅନୁକୃତୀ ଶର୍ମା ଅନ୍ୟ ବିଭାଗର ଟିମ୍‌ ସହିତ ସମ୍ପୃକ୍ତ ତିନୋଟି କାରଖାନା ଉପରେ ଚଢ଼ାଉ କରିଥିଲେ। ତା’ପରେ ସେଠାରୁ ଚର୍ବି ତରଳିବା ଚୁଲା ମଧ୍ୟ ମିଳିଥିଲା ଏବଂ ଘଟଣାସ୍ଥଳରୁ ବହୁ ଚର୍ବି ଜବତ କରାଯାଇଥିଲା। ନୂଆ ମଣ୍ଡି ପୋଲିସ ଆଉଟପୋଷ୍ଟ ଇନଚାର୍ଜ ଆଦେଶ କୁମାର ଏକ କ୍ୟାଣ୍ଟର ଜବତ କରିଥିଲେ। ଡ୍ରାଇଭରଙ୍କୁ ପଚରାଉଚରା କରିବା ପରେ ଔରଙ୍ଗାବାଦ ରାସ୍ତାର କୁଦେନା ଗ୍ରାମରେ ଅରମାନ ଦୋକାନ ନାମକ ଏକ କାରଖାନା ଉପରେ ଚଢ଼ାଉ କରାଯାଇଥିଲା। ପୋଲିସର ଚଢ଼ାଉ ବେଳେ ଘଟଣାସ୍ଥଳରୁ ଚର୍ବି ଥିବା ୧୭ଟି ଡ୍ରମ୍‌ ଉଦ୍ଧାର କରାଯାଇଥିଲା ଏବଂ ଗୋଦାମ ଏବଂ କାରଖାନାରେ ଚର୍ବିକୁ ତରଳିବା ପାଇଁ ଚୁଲି ମଧ୍ୟ ମିଳିଥିଲା।

ଏହା ପରେ ଏହି ଟିମ୍‌ ସିଆନା ରୋଡରେ ଅବସ୍ଥିତ ଇଟାଭାଟି ସାମ୍ନାରେ ନ୍ୟାଶନାଲ ଏଗ୍ରୋ ଇମ୍ପେକ୍ସ ଉପରେ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୨୫ଟି ଡ୍ରମ ଉଦ୍ଧାର କରାଯିବା ସହିତ ଏହି ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ନ୍ୟାଶନାଲ ଏଗ୍ରୋ ଇମ୍ପେକ୍ସର ନିର୍ଦ୍ଦେଶକ, ସାୟାନା ରୋଡର ବାସିନ୍ଦା କୈଳାସ ଅଗ୍ରଓ୍ବାଲ ଏବଂ ହାପୁରର ବାସିନ୍ଦା ଶକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏଥି ସହ ଔରଙ୍ଗବାଦ ରାସ୍ତାରେ ଥିବା କୁଦେନା ଗ୍ରାମ ନିକଟରେ ଆଉ ଏକ କାରଖାନା ଉପରେ ଚଢ଼ାଉ କରାଯାଇଥିଲା। ଯେଉଁଠାରୁ ୧୦ ଡ୍ରମ୍‌ ପଶୁ ଚର୍ବି ଜବତ କରାଯାଇଥିଲା। ଏହି କାରଖାନା ନିକଟରେ ପ୍ରବଳ ଦୁର୍ଗନ୍ଧ ହେଉଥିଲା। ସ୍ଥାନୀୟ ଲୋକମାନେ ଏହା ମଧ୍ୟ କହିଛନ୍ତି ଯେ, ଚର୍ବି ତରଳାଇ ଏଠାରେ ସାବୁନ ତିଆରି କରାଯାଏ। ଯେଉଁଥିପାଇଁ ଏଠାରେ ରହିବା ମଧ୍ୟ କଷ୍ଟକର। ବର୍ତ୍ତମାନ କାରଖାନାର ବାସିନ୍ଦା ସତ୍ୟବୀର ଇମଲିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଚଢ଼ାଉ ସମୟରେ ଜିଏସ୍‌ଟି ବିଭାଗର ସହକାରୀ କମିଶନର ବିଭାଗ ରାହୁଲ କୁମାର, ପରିବେଶ ବିଭାଗର ଆଞ୍ଚଳିକ ଅଧିକାରୀ ସପନା ଶ୍ରୀବାସ୍ତବ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ: ଏହି କାରଣ ପାଇଁ…

ଭବାନୀପାଟଣା,୨୭।୩(ଉତ୍ତମ କୁମାର ଦାଶ): ବିଶିଷ୍ଟ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ ହୋଇଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ପୋଲିସ ଦ୍ବାରା ଲିଙ୍ଗରାଜ ଆଜାଦଙ୍କୁ ଗତ ୨୫ ତାରିଖରୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

LPGକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୭୦% ପର୍ଯ୍ୟନ୍ତ ବଢିଲା…

ନୂଆଦିଲ୍ଲୀ,୨୭।୩: ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାର ଅଣ-ଘରୋଇ ଏଲପିଜିର ଆବଣ୍ଟନକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରତିନିଧିଙ୍କୁ ଅଟକ ପ୍ରତିବାଦ: ଧାରଣାରେ ବସିଲେ ପୂର୍ବତନ ଏମପି

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ରାମନବମୀ ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ…

ପରଭେଶ ବର୍ମାଙ୍କ ବଡ଼ ଘୋଷଣା: ପାଣି ଟାଙ୍କି ସଫା କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୭।୩: ଦିଲ୍ଲୀରେ ଜଳ ସଙ୍କଟ ସମସ୍ୟାରେ ସମାଧାନ ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀ ଜଳ ମନ୍ତ୍ରୀ ପ୍ରବେଶ ବର୍ମା ଶୁକ୍ରବାର ଘୋଷଣା କରି…

ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ ଦେଖି ଭାବପ୍ରବଣ ହୋଇପଡ଼ିଲେ ମୋଦି: ଭିଡିଓ ଦେଖିଲେ ହୋଇଯିବେ ଅଭିଭୂତ

ନୂଆଦିଲ୍ଲୀ,୨୭।୩: ରାମଙ୍କ ନଗରୀ ଅଯୋଧ୍ୟାରେ ରାମ ନବମୀ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇଛି। ରାମଲଲାଙ୍କ ଜନ୍ମବାର୍ଷିକୀ ପାଳନ ପାଇଁ ବହୁ ସଂଖ୍ୟକ ଭକ୍ତ ଏକାଠି ହୋଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri