Posted inଜାତୀୟ

ସାବଧାନ ! ରାମ ମନ୍ଦିର ଉଦଘାଟନ ପୂର୍ବରୁ ଠକେଇ ଆରମ୍ଭ: ଭିଭିଆଇପି ଦର୍ଶନ କରାଇବାକୁ କହି ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି ହ୍ୟାକର…

ନୂଆଦିଲ୍ଲୀ,୧୧।୧ : ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ପୂର୍ବରୁ ଦେଶରେ ଠକେଇ ର଼୍ୟାକେଟ ସକ୍ରିୟ ହେବାରେ ଲାଗିଛି। ହ୍ୟାକରମାନେ ଶ୍ରଦ୍ଧାଳୁଙ୍କୁ ଅନଲାଇନରେ ବିଭିନ୍ନ ଲୋଭ ଦେଖାଇ ଠକିବା ଆରମ୍ଭ କରିଛନ୍ତି। ଦେଶରେ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି। ଠକମାନେ ପ୍ରଭୁ ଶ୍ରୀ ରାମଙ୍କ ଭିଭିଆଇପି ଦର୍ଶନ କରାଇବାକୁ କହି ଶ୍ରଦ୍ଧାଳୁଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି ଛନ୍ତି। ହ୍ୟାକରମାନେ ସାରା ଦେଶରେ ରାମ ଜନ୍ମଭୂମି ଗୃହ ସମ୍ପର୍କ ଅଭିଯାନ ନାମକ ଏକ ଆପ୍ଲିକେସନ ଡାଉନଲୋଡ କରାଇବାକୁ ପରାମର୍ଶ ଦେଇ ପରେ ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି । ଏହି ଠକେଇର ଘଟଣାକୁ ଦୃଷ୍ଟିରେ ରଖି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସାରା ଦେଶରେ ଏକ ପରାମର୍ଶଦାତା ଜାରି କରିଛି। ଲୋକଙ୍କୁ ସଚେତନ କରାଇବା ପାଇଁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି।

ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କ ମନ୍ଦିର ଉଦଘାଟନ ହେବ। ଜାନୁଆରୀ ପ୍ରଥମ ସପ୍ତାହରୁ ହ୍ୟାକରମାନେ ରାମ ମନ୍ଦିର ନାମରେ ଠକେଇ ଆରମ୍ଭ କରିଛନ୍ତି। ହ୍ୟାକରମାନେରାମ ଜନ୍ମଭୂମି ଗୃହ ସମ୍ପର୍କ ଅଭିଯାନ ନାମକ ଏକ ଆଣ୍ଡ୍ରଏଡ ପ୍ୟାକେଜ କିଟ (ଏପିକେ)କୁ ଦେଶର ବିଭିନ୍ନ ଲୋକ ବିଶେଷ କରି ହିନ୍ଦୁମାନଙ୍କ ନିକଟକୁ ପଠାଉଛନ୍ତି ଏବଂ ଲୋକଙ୍କୁ ରାମ ମନ୍ଦିରରେ ଭିଭିଆଇପି ପ୍ରବେଶ କିମ୍ବା ଭିଭିଆଇପି ଦର୍ଶନ ଯେଗାଇ ଦେବାକୁ କହୁଛନ୍ତି। ଭଗବାନ ଶ୍ରୀ ରାମଙ୍କ ଭକ୍ତମାନେ ଏହି ଏପିକେ ଡାଉନଲୋଡ କରିବା ମାତ୍ରେ ସେମାନଙ୍କ ମୋବାଇଲ ଆକ୍ସେସ ହ୍ୟାକରଙ୍କ ପାଖକୁ ଚାଲିଯାଉଛି।ଏହା ପରେ କିଛି ମିନିଟ ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଉଛି।

ସାରା ଦେଶରେ ସାଇବର ଅପରାଧକୁ ରୋକିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ପ୍ରତିଷ୍ଠିତ ଭାରତୀୟ ସାଇବର କ୍ରାଇମ ସମନ୍ବୟ କେନ୍ଦ୍ର ୍‌ଏକ ଭିଡିଓ ଜାରି କରି ଲୋକଙ୍କୁ ଏହି ଜାଲିଆତି ବିଷୟରେ ଅବଗତ କରାଉଛି।
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ସାଇବର କ୍ରାଇମ ୟୁନିଟ (ଆଇଏଫଏସଓ) ର ଡେପୁଟି କମିଶନର ଡକ୍ଟର ହେମନ୍ତ ତିୱାରୀ କହିଛନ୍ତି ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନରେ RPF ଅଧିକାରୀଙ୍କୁ ଆକ୍ରମଣ କଲେ ଏହି ଅଭିନେତ୍ରୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୬।୮: ଟିଭି, ଫିଲ୍ମ ଏବଂ OTTରେ କାମ କରୁଥିବା ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରିଛି ପୋଲିସ । ୩୧ ବର୍ଷୀୟ ଅଭିନେତ୍ରୀଙ୍କ ବିରୋଧରେ ଅରାବଳୀ ଏକ୍ସପ୍ରେସ୍‌ରେ…

ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ ସଚେତନ, ଓଟିପି-ପିନ୍‌ର ଗୋପନୀୟତା କହି…

କଲ୍ୟାଣସିଂହପୁର,୧୬ା୮(ଦୀପକ ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରସ୍ଥିତ ପିଏମ୍‌ ଶ୍ରୀ ହାଇସ୍କୁଲ ପରିସରରେ କଲ୍ୟାଣସିଂହପୁର ଥାନା ପକ୍ଷରୁ ଏକ ସାଇବର ସଚେତନତା…

ସୋନିଆଙ୍କ ବିରୋଧରେ ଦାଖଲ ହେଲା ଅଭିଯୋଗ; ‘ବନ୍ଦେ ମାତରମ’କୁ ଅପମାନ କରିଥିବା…

ନୂଆଦିଲ୍ଲୀ,୧୬।୮: କର୍ନାଟକର ମାଙ୍ଗାଲୁରୁର ଉର୍ଭା ପୋଲିସ ଷ୍ଟେଶନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିରୋଧରେ ଭାଜପା ନେତାମାନେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛନ୍ତି। ସ୍ବାଧୀନତା ଦିବସରେ…

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ରକ୍ଷାବନ୍ଧନରେ ୩ ଦିନ ମାଗଣା ବସ୍ ସେବା

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri