ବିଡିଓଙ୍କ ନାଁରେ ସଙ୍ଗୀନ ଅଭିଯୋଗ: ଭାଜପା ଏଜେଣ୍ଟ ଭଳି କାମ କରୁଛନ୍ତି କହି …

ଭବାନୀପାଟଣା,୧୬।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଳକ ବିଡିଓ ଭାଜପା ସରକାରଙ୍କ ହାତବାରିସି ସାଜି ଏଜେଣ୍ଟ ଭଳି କାମ କରୁଛନ୍ତି ବୋଲି ଗୁରୁବାର ସାରେ ଭବାନୀପାଟଣାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।
ଭବାନୀପାଟଣା ସଦର ବ୍ଲକ ବିଡିଓ ଚନ୍ଦନ ଭୋଇ ସ୍ଥାନୀୟ ବିଧାୟକ ସାଗର ଚରଣ ଦାସଙ୍କ ଦ୍ୱାରା ଦିଆଯାଉଥିବା ପ୍ରସ୍ତାବ ଓ ପରାମର୍ଶକୁ ଅଣଦେଖା କରୁଛନ୍ତି।
ନୂତନ ଭାବେ ଅନୁମୋଦିତ ରାଜ୍ୟ କ୍ଷେତ୍ର ବିଜୁ କେବିକେ ୨୦୨୪- ୨୫ ମସିହା ପ୍ରକଳ୍ପ ଅଧୀନରେ ବିଡିଓ ବିଧାୟକଙ୍କ ପରାମର୍ଶ ବିନା ଠିକାଦାରଙ୍କୁ କାର୍ଯ୍ୟ ବଣ୍ଟନ କରିଛନ୍ତି। ଯେଉଁ ଠିକାଦାରମାନେ ପୂର୍ବରୁ ନିମ୍ନମାନର କାର୍ଯ୍ୟ କରୁଥିଲେ ସେହି ଠିକାଦାରମାନେ
ଏବେ ବି କାର୍ଯ୍ୟ କରୁଛନ୍ତି। ରାଜ୍ୟ ଯୋଜନାର ୪୦% କାର୍ଯ୍ୟ ବିଧାୟକଙ୍କ ପ୍ରସ୍ତାବକୁ ଗୁରୁତ୍ୱ ଦେବାର ନିଷ୍ପତ୍ତ ଥିଲେ ବି ବିଧାୟକ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ କରିଛନ୍ତି। ଏହାସହ ବିଭିନ୍ନ ପଞ୍ଚାୟତରେ ଅନ୍ତୋଦୟ ଗ୍ରହ ଯୋଜନା ଅଧୀନରେ ହିତାଧିକାରୀ ଚୟନରେ ଅନିୟମିତତା
ହୋଇଛି। ଉଦେପୁର ପଞ୍ଚାୟତର ୭ଟି ଗ୍ରାମରୁ ୨୦ଜଣ ଚୟନ କରାଯାଇଥିଲା। ହେଲେ କେବଳ ଗୋଟିଏ ଉଦେପୁର ଗ୍ରାମର ୧୦ ଜଣଙ୍କୁ ସାମିଲ କରି ଅନ୍ୟ ଗ୍ରାମରୁ
ସମସ୍ତଙ୍କୁ ବାଦ ଦେଇଛନ୍ତି। ସେହିପରି ଅନ୍ୟ ପଞ୍ଚାୟତମାନଙ୍କରେ ମଧ୍ୟ ଏହାର ବ୍ୟତିକ୍ରମ ଦେଖାଦେଇଛି। ମନରେଗା ଯୋଜନାରେ ମଧ୍ୟ ଅନିୟମିତତା କରାଯାଇଛି। ଏ ନେଇ ବିଧାୟକ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବିକଶିତ ଗ୍ରାମ ବିକଶିତ ଯୋଜନାରେ ବିଧାୟକମାନଙ୍କୁ ପ୍ରକଳ୍ପ ସୁପାରିସ କରିବାର କ୍ଷମତା ଥିଲେ ମଧ୍ୟ ବିଧାୟକଙ୍କ ପ୍ରସ୍ତାବ ତାଲିକାକୁ ବିଡିଓ ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରିବାକୁ ମନା କରି ଦେଇଛନ୍ତି।
ବଡିଓ ନିଜ ମନମୁଖୀ ଓ ଶାସକ ଦଳର ନେତାମାନଙ୍କ ଇସାରାରେ କାମ କରୁଥିବା ନେଇଁ ଅଭିଯୋଗ ଆଣି ବର୍ଷିଛି କଂଗ୍ରେସ। ଆଗାମୀ ଦିନରେ ଏହାର ସମାଧାନ ନ ହେଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଖବରଦାତା ସମ୍ମିଳନୀରେ ଜିଲା କଂଗ୍ରେସ ଉପସଭାପତି ଧନୁର୍ଦ୍ଧର ଗହୀର, ଭବାନୀପାଟଣା ବ୍ଲକ ସଭାପତି ସୁବାସ ଚନ୍ଦ୍ର ପ୍ରଧାନ, ଆଣ୍ଡ୍ର ଦୀପ, ସମିଟିସଭ୍ୟ କବି ମାଝି, ଯୁବ ନେତା ବବଲୁ ଯୋଷୀ ପ୍ରମୁଖ ଉପସ୍ଥିତ ଥିଲେ । ଏ ନେଇ ଭବାନୀପାଟଣା ବିଡିଓ ଚନ୍ଦନ ଭୋଇଙ୍କୁ ପଚାରିବାରୁ କଂଗ୍ରେସର ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଥିଲେ। ବିଧାୟକ ଦେଇଥିବା ପ୍ରସ୍ତାବ ଅନୁଯାୟୀ କାମ ତାଙ୍କୁ ଦିଆଯାଉଛି। ହେଲେ ସେ ଅନ୍ୟ ଜିଲା ସେକ୍ଟରର କାମ ମଧ୍ୟ ଚାହୁଁଛନ୍ତି । କୌଣସି ଦଳର ନୁହେ, ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ କାମ କରାଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri