ନରେଗା କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଲେ ବିଡିଓ

ଖଜୁରୀପଡ଼ା,୧ା୬(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକରେ ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତି ଯୋଗ ଦେବା ଦିନ ଠାରୁ ବିକାଶ କାର୍ଯ୍ୟ ଅଗ୍ରସର ଭାବେ ଚାଲିଛି। ସେ ଛୁଟି ଦିନରେ ମଧ୍ୟ ବିଭିନ୍ନ ପଞ୍ଚାୟତକ୍ଷେତ୍ର ପରିଦର୍ଶନ କରି ଉନ୍ନୟନ ମୂଳକ କାର୍ଯ୍ୟଗୁଡିକର ସମୀକ୍ଷା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ରବିବାର ଅରାପାଜୁ ଓ ଦୁତିମେଣ୍ଡି ପଞ୍ଚାୟତର ବିଭିନ୍ନ ଓଏଲଏମ୍‌ ଏବଂ ନରେଗା ପ୍ରକଳ୍ପଗୁଡିକ ପରିଦର୍ଶନ କରିଛନ୍ତି। ସାଥିରେ ଏପିଓ ତ୍ରିନାଥ ନାୟକ ଏବଂ ବିପିଏମ୍‌ ସନାତନ ମଲ୍ଲିକ ମଧ୍ୟ ପରିଦର୍ଶନ କରିଛନ୍ତି। ଅମୃତ ସରୋବର, ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ, ଟ୍ରେଞ୍ଚ ତଥା ଅନ୍ୟାନ୍ୟ ନରେଗା ପ୍ରକଳ୍ପ ଗୁଡିକୁ ଶୀଘ୍ର ସାରିବାକୁ ବିଡିଓ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଓଏଲଏମ ଅଧୀନସ୍ଥ କୃଷି ଏବଂ ଆନୁସଙ୍ଗିକ ପ୍ରକଳ୍ପ୍‌ର ସଫଳ ରୂପାୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଭଳି ଭାବେ ବିଭିନ୍ନ ପ୍ରକଳ୍ପର ସଫଳ କାର୍ଯ୍ୟାନ୍ବୟନ ତୃଣମୂଳ ସ୍ତରରେ ହୋଇପାରିବ ସେଥିପାଇଁ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ସେମାନଙ୍କ ସୁମତାମତ ସଂଗ୍ରହ କରିଛନ୍ତି।

Share
Tags: bdonrega