ଡାକ୍ତରୀ ଛାତ୍ରଙ୍କୁ ସହାୟତାର ହାତ ବଢ଼ାଇଲେ ବିଡିଓ: ନିଜ ଦରମାରୁ ୧୦ ହଜାର ଦେବା ସହ ଦେଲେ ସବୁଠୁ ବଡ଼ ପ୍ରତିଶ୍ରୁତି

ଦାରିଙ୍ଗବାଡ଼ି, ୨୪।୧୦ (ଅରୁଣ ସାହୁ): ଡାକ୍ତର ହେବାର ସ୍ୱପ୍ନ ଦେଖିଥିବା ଜଣେ ମେଧାବୀ ଛାତ୍ରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ। ନିଜ ଦରମାରୁ ୧୦ ହଜାର ଟଙ୍କା ସହାୟତା ଦେବା ସହ ଛାତ୍ରଙ୍କ ଫାଇନାଲ ସେମିଷ୍ଟର ପର୍ଯ୍ୟନ୍ତ ହଷ୍ଟେଲ ଓ ଖାଦ୍ୟ ଖର୍ଚ୍ଚ ବହନ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ବିଡିଓଙ୍କ ଏହି ମହତ୍‌ ପଦକ୍ଷେପକୁ ନେଇ ସମଗ୍ର ଅଞ୍ଚଳରେ ପ୍ରଶଂସା କରାଯାଉଛି। ଲୋକଙ୍କ ମୁହଁରେ ଏବେ ଗୋଟିଏ କଥା, ‘ବିଡିଓ ହେବ ତ ଏମିତି’।

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସରାମୁଳି ପଞ୍ଚାୟତ ଅନ୍ତର୍ଗତ ଧୁସାରିଗାଁର ସୁଶାନ୍ତ ସୁନାମାଝି ନିଟ୍‌ (NEET) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଯାଜପୁର ଜିଲ୍ଲାର ମହାରାଜା ଯଯାତି କେଶରୀ ସରକାରୀ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି। ତେବେ ଆର୍ଥିକ ଅନଟନ ଯୋଗୁ ତାଙ୍କ ପାଠପଢ଼ା ଓ ରହିବା ଖର୍ଚ୍ଚ ତୁଲାଇବା ପରିବାର ପାଇଁ କଷ୍ଟକର ହୋଇପଡ଼ିଛି।

ସୂଚନା ଅନୁଯାୟୀ, ସୁଶାନ୍ତଙ୍କ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ତାଙ୍କ ବାପା ଓ ମାଆ ନିଜର ବାର୍ଦ୍ଧକ୍ୟ ଭତ୍ତା କାର୍ଡ ବନ୍ଧକ ରଖି ୨୨ ହଜାର ଟଙ୍କା ଯୋଗାଡ଼ କରିଥିଲେ। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପାଇଁ ପଦକ୍ଷେପ ନିଆଯାଇଛି।

ଶୁକ୍ରବାର କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣଙ୍କ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡ଼ି ତହସିଲଦାର ଧୀରଜ ପାତ୍ର ସୁଶାନ୍ତଙ୍କୁ ରେଡ୍‌କ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ଏହାପରେ ଶନିବାର ସୁଶାନ୍ତ ନିଜ ପରିବାର ସଦସ୍ୟଙ୍କ ସହ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥଙ୍କ ସରକାରୀ ପ୍ରକୋଷ୍ଠରେ ପହଞ୍ଚିଥିଲେ।

ସେଠାରେ ବିଡିଓ ନିଜ ଦରମାରୁ ୧୦ ହଜାର ଟଙ୍କା ସୁଶାନ୍ତଙ୍କୁ ସହାୟତା ଭାବେ ପ୍ରଦାନ କରିଥିଲେ। ଏଥିସହ ତାଙ୍କର ଫାଇନାଲ ସେମିଷ୍ଟର ପର୍ଯ୍ୟନ୍ତ ପ୍ରତି ମାସର ହଷ୍ଟେଲ ଓ ଖାଦ୍ୟ ଖର୍ଚ୍ଚ ନିଜ ଦରମାରୁ ବହନ କରିବେ ବୋଲି କହିଥିଲେ। ଏହି ଖର୍ଚ୍ଚ ପାଇଁ ଆଉ ଚିନ୍ତା ନ କରି ପାଠପଢ଼ାରେ ମନୋନିବେଶ କରିବାକୁ ବିଡିଓ ସୁଶାନ୍ତଙ୍କୁ ପରାମର୍ଶ ଦେଇଥିଲେ।

ଜଣେ ମେଧାବୀ ଛାତ୍ରଙ୍କ ଡାକ୍ତର ହେବାର ସ୍ୱପ୍ନ ପୂରଣ ପାଇଁ ବିଡିଓଙ୍କ ଏହି ଉଦାରତାକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି। ଆର୍ଥିକ ସମସ୍ୟା ଯୋଗୁ ଯେପରି ସୁଶାନ୍ତଙ୍କ ପାଠପଢ଼ାରେ ବାଧା ନ ଉପୁଜେ, ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ଏହି ସହଯୋଗ ତାଙ୍କ ପରିବାରକୁ ଆଶ୍ୱସ୍ତି ଦେଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?