Posted inଖେଳ

ମାର୍ଚ୍ଚ ୨୨ ରୁ ମେ ୨୬ ପର୍ଯ୍ୟନ୍ତ ଆଇପିଏଲ୍ ୨୦୨୪ ଆୟୋଜନ କରିବାକୁ ବିସିସିଆଇର ଯୋଜନା

ନୂଆଦିଲ୍ଲୀ,୨୨।୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୭ ତମ ସଂସ୍କରଣ ମାର୍ଚ୍ଚ ୨୨ ରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ର ନିର୍ଦ୍ଧାରିତ ସମାପ୍ତ ହେବାର ଠିକ୍ ପାଞ୍ଚ ଦିନ ପରେ ଆଇପିଏଲ ଉତ୍ସବ ଆରମ୍ଭ ହୋଇପାରେ। ୱେଷ୍ଟଇଣ୍ଡିଜ୍ ଏବଂ କାରିବିଆନରେ ଟି୨୦ ବିଶ୍ୱକପ୍ ଆରମ୍ଭ ହେବାର ମାତ୍ର ପାଞ୍ଚ ଦିନ ପୂର୍ବରୁ ଆଇପିଏଲ୍ ମେ ୨୬ ପର୍ଯ୍ୟନ୍ତ ଚାଲିବାକୁ ଯାଉଛି। ତେବେ ବିଶ୍ୱକପରେ ଭାରତର ପ୍ରଥମ ମ୍ୟାଚ୍ ନଅ ଦିନ ପରେ, ଜୁନ୍ ୫ ରେ ଧାର୍ଯ୍ୟ କରାଯାଇଛି।

ବିସିସିଆଇ ଏହାର ହିତାଧିକାରୀଙ୍କ ସହ ଆଲୋଚନା କରିଥିବା ସମ୍ଭାବ୍ୟ କାର୍ଯ୍ୟସୂଚୀ ଅନୁଯାୟୀ, ଡବ୍ଲୁପିଏଲ୍ ର ଦ୍ୱିତୀୟ ସିଜନ୍ ଫେବୃଆରୀ ୨୨ ରୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପୂର୍ବ ରିପୋର୍ଟ ଅନୁଯାୟୀ ଏହି ଲିଗ୍ ବେଙ୍ଗାଲୁରୁ ଏବଂ ଦିଲ୍ଲୀରେ ଆୟୋଜିତ ହେବ। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଅଫିସିଆଲ ତାରିଖର ଘୋଷଣା ହେବ ବୋଲି ଆଶା କରାଯାଏ, ସମ୍ଭବତ ସୋମବାର ହୋଇପାରେ।

ଅଧିକାଂଶ କ୍ରିକେଟ୍ ବୋର୍ଡରୁ ବିସିସିଆଇ ନିଶ୍ଚିତ ହୋଇଛି ଯେ ଫାଇନାଲ୍ ପର୍ଯ୍ୟନ୍ତ ସେମାନଙ୍କ ଖେଳାଳି ଉପଲବ୍ଧ ହେବେ। ତେବେ, ଜୁନ୍ ୧ ରେ ଟି୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଥିବାବେଳେ କିଛି ଖେଳାଳିଙ୍କ ଶୀଘ୍ର ବିଦାୟକୁ ଏଡ଼ାଇ ଦିଆଯାଇପାରିବ ନାହିଁ। କିନ୍ତୁ ଏହି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ସହିତ କାର୍ଯ୍ୟସୂଚୀକୁ ସମାନ କରିବା ଏବଂ ଭାରତରେ ଲିଗ୍ ଆୟୋଜନ କରିବା ବିସିସିଆଇର ପ୍ରାଥମିକ ଚିନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri