Posted inଖେଳ

ଓଡ଼ିଆ ପୁଅଙ୍କୁ ବଡ଼ ଦାୟିତ୍ୱ ଦେଲା BCCI: ପ୍ରଜ୍ଞାନ ଓଝା ହେଲେ ଟିମଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତା

ନୂଆଦିଲ୍ଲୀ,୧୯।୧୦: ଭାରତୀୟ କ୍ରିକେଟ୍‌ରେ ବଡ଼ ପରିବର୍ତ୍ତନ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଟିମ ଇଣ୍ଡିଆର ଚୟନ କମିଟି ନିଯୁକ୍ତ କରିଛି। ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ଚୟନ କମିଟିର ନୂଆ ଅଧ୍ୟକ୍ଷ ଅର୍ଥାତ୍‌ ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ୱ ଦିଆଯାଇଛି। ସେ ଅଜିତ ଅଗରକରଙ୍କ ସ୍ଥାନ ନେବେ। ଏହା ସହିତ ପୂର୍ବତନ କ୍ରିକେଟର ରମେଶ ପୱାରଙ୍କୁ ମଧ୍ୟ ଚୟନ କମିଟିର ନୂଆ ସଦସ୍ୟ ଭାବେ ସାମିଲ କରାଯାଇଛି।

BCCIର କ୍ରିକେଟ ପରାମର୍ଶଦାତା କମିଟି (CAC)ର ସଦସ୍ୟ ଅଶୋକ ମାଲହୋତ୍ରା ଓ ଜତିନ ପରାଞ୍ଜପେ ନୂଆ ସଦସ୍ୟ ଚୟନ ପ୍ରକ୍ରିୟା ଶେଷ କରିଥିବା ସୂଚନା ମିଳିଛି। ମୁମ୍ବାଇସ୍ଥିତ BCCI ମୁଖ୍ୟାଳୟରେ ବିଭିନ୍ନ ଆବେଦନ ଯାଞ୍ଚ କରିବା ସହ ପ୍ରାର୍ଥୀମାନଙ୍କ ସାକ୍ଷାତକାର ନିଆଯାଇଥିଲା। ଏହାପରେ ଉଭୟଙ୍କ ସହମତିରେ ରମେଶ ପୱାରଙ୍କ ନାମ ଚୟନ କରାଯାଇଛି।

ପୂର୍ବତନ ଭାରତୀୟ କ୍ରିକେଟର ରମେଶ ପୱାର ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ଭାରତ ପାଇଁ ୨ଟି ଟେଷ୍ଟ ଓ ୩୧ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ଖେଳାଳି ଜୀବନ ପରେ ସେ କୋଚିଂ କ୍ଷେତ୍ରରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି। ସେ ଭାରତୀୟ ମହିଳା କ୍ରିକେଟ ଦଳ, ମୁମ୍ବାଇ ଓ ଗୁଜରାଟ ଦଳର ମୁଖ୍ୟ କୋଚ ଭାବେ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ BCCIର ସେଣ୍ଟର ଅଫ ଏକ୍ସଲେନ୍ସରେ ବୋଲିଂ କୋଚ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି।

ଭାରତୀୟ ମହିଳା ଦଳ ସହ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦଳ ଏସିଆ କପ ଟାଇଟଲ ଜିତିବା ସହ କମନୱେଲ୍ଥ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିଲା। ରିପୋର୍ଟ ଅନୁସାରେ, ଭାରତୀୟ ପୁରୁଷ କ୍ରିକେଟ ଦଳର ନୂଆ ଚୟନ କମିଟିରେ ପ୍ରଜ୍ଞାନ ଓଝାଙ୍କ ସହ ଶିବ ସୁନ୍ଦର ଦାସ, ଆର୍‌ପି ସିଂହ, ଅଜୟ ରାତ୍ରା ଓ ରମେଶ ପାୱାର ସଦସ୍ୟ ଭାବେ ରହିବେ।

ଦଳ ପାଇଁ ଯୋଗ୍ୟ ଖେଳାଳି ଚୟନ କରିବା, ଖେଳାଳିଙ୍କ ପ୍ରଦର୍ଶନକୁ ମୂଲ୍ୟାଙ୍କନ କରିବା ଏବଂ ଆଗାମୀ ମ୍ୟାଚ ଓ ସିରିଜ ପାଇଁ ଉପଯୁକ୍ତ ଦଳ ଗଠନ କରିବା ହେଉଛି ଚୟନ କମିଟିର ମୁଖ୍ୟ ଦାୟିତ୍ୱ। ତେଣୁ ନୂଆ କମିଟି ଉପରେ ଭାରତୀୟ କ୍ରିକେଟ୍‌ର ଭବିଷ୍ୟତକୁ ନେଇ ବଡ଼ ଦାୟିତ୍ୱ ରହିବ।

ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଓ ଅବଦାନକୁ BCCI ପ୍ରଶଂସା କରିଛି। ତାଙ୍କ ନିଷ୍ଠା, ପରିଶ୍ରମ ଓ ଭାରତୀୟ କ୍ରିକେଟ ପ୍ରତି ଅବଦାନ ପାଇଁ ବୋର୍ଡ କୃତଜ୍ଞତା ଜଣାଇଛି। ଅଗରକରଙ୍କୁ ଜୁଲାଇ ୨୦୨୩ରେ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କ କାର୍ଯ୍ୟକାଳରେ ଭାରତୀୟ ଦଳ ଆଇସିସି ଟ୍ରଫି, ଏସିଆ କପ ଏବଂ ଏସୀୟ କ୍ରୀଡ଼ାରେ ସଫଳତା ହାସଲ କରିଥିବା ଉଲ୍ଲେଖ କରାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?