ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଯାଉଥିବା ବେଳେ ପ୍ରଥମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ସନରାଇଜର୍ସ ହାଇଦ୍ରାବାଦ (SRH)ମଧ୍ୟରେ କଡ଼ା ଟକ୍କର ହେବ।
ଚଳିତ ସିଜିନ୍ର ମ୍ୟାଚ୍ଗୁଡ଼ିକ ମୋଟ ୧୨ଟି ସହରରେ ଆୟୋଜିତ ହେବ। ସେଗୁଡ଼ିକ ହେଲା: ବେଙ୍ଗାଲୁରୁ, ମୁମ୍ବାଇ, ଚେନ୍ନାଇ, କୋଲକାତା, ଦିଲ୍ଲୀ, ଅହମ୍ମଦାବାଦ, ହାଇଦ୍ରାବାଦ, ଲକ୍ଷ୍ନୌ, ଜୟପୁର, ଧର୍ମଶାଳା, ରାୟପୁର ଏବଂ ନ୍ୟୁ ଚଣ୍ଡିଗଡ଼। ଶକ୍ତି ଓ ଇନ୍ଧନ ସଙ୍କଟର ଆଶଙ୍କା ଥିଲେ ମଧ୍ୟ ବିସିସିଆଇ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଟୁର୍ନାମେଣ୍ଟକୁ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛି।
କାର୍ଯ୍ୟସୂଚୀର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ:
- ୮ଟି ଡବଲ ହେଡର୍: ଏହି ସିଜିନ୍ରେ ମୋଟ ୮ଟି ଡବଲ ହେଡର୍ ମ୍ୟାଚ ଖେଳାଯିବ।
- ଦ୍ୱିପ୍ରହର ମ୍ୟାଚ ୩:୩୦ରେ ଏବଂ ସନ୍ଧ୍ୟା ମ୍ୟାଚ ୭:୩୦ରେ ଆରମ୍ଭ ହେବ।
ଘରୋଇ ଗ୍ରାଉଣ୍ଡରେ ପରିବର୍ତ୍ତନ: - ପଞ୍ଜାବ କିଙ୍ଗସ: ଏହି ଦଳ ଧର୍ମଶାଳାରେ ୩ଟି ମ୍ୟାଚ୍ ଏବଂ ବାକି ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ରେ ଖେଳିବ।
- RCB: ବେଙ୍ଗାଲୁରୁ ସହିତ ରାୟପୁରକୁ ମଧ୍ୟ ନିଜର ଦ୍ୱିତୀୟ ଘରୋଇ ମୈଦାନ ଭାବେ ବ୍ୟବହାର କରିବ RCB।
- ରାଜସ୍ଥାନ ରୟାଲ୍ସ:ଜୟପୁର ସମେତ ଗୁଆହାଟୀରେ ମଧ୍ୟ କିଛି ମ୍ୟାଚ ଖେଳିବ।
- ପ୍ଲେ-ଅଫ: ଲିଗ ପର୍ଯ୍ୟାୟ ମେ ୨୪ ତାରିଖରେ ଶେଷ ହେବ। ତେବେ ପ୍ଲେ-ଅଫ ଏବଂ ଫାଇନାଲ୍ର ତାରିଖ ପରେ ଘୋଷଣା କରାଯିବ।
ପ୍ରମୁଖ ମ୍ୟାଚ ତାଲିକା:
୨୮ ମାର୍ଚ୍ଚ: RCB vs SRH (ବେଙ୍ଗାଲୁରୁ)
୨୯ ମାର୍ଚ୍ଚ: MI vs KKR (ମୁମ୍ବାଇ)
୫ ଏପ୍ରିଲ: RCB vs CSK (ବେଙ୍ଗାଲୁରୁ)
୨୩ ଏପ୍ରିଲ:MI vs CSK (ମୁମ୍ବାଇ)
୨୪ ମଇ: ଲିଗ ପର୍ଯ୍ୟାୟର ଶେଷ ମ୍ୟାଚ (MI vs RR ଏବଂ KKR vs DC)

