ଚଣ୍ଡିଗଡ଼: ପଞ୍ଜାବର ବଥିଣ୍ଡା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ଏହା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ବଥିଣ୍ଡା ପୋଲିସ ରାସ୍ତା କଡ଼ରେ ଏକ ସୁଟକେଶ ଭିତରେ ଝିଅଟିର ଗଳିତ ମୃତଦେହ ପାଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କୋଟିର ପାଲଟିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ପୋଲିସ ରୋଡ୍ ଚେକିଂ କରିବା ସମୟରେ ବଥିଣ୍ଡା-ଗଙ୍ଗାନଗର ରାଜପଥ ପାର୍ଶ୍ୱରେ ଏହି ସୁଟକେଶ ପାଇଥିଲା। ଏଥିରେ ଏକ ଝିଅର ମୃତଦେହ ମିଳିଥିଲା। ପୋଲିସ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି । ପୋଲିସ ତଦନ୍ତରୁ ଜଣାପଡିଲା ଯେ ଝିଅଟିର ନାମ ମାଲିକା। ତାଙ୍କ ହାତରେ କାକୁ ନାମର ଟାଟୁ ଦେଖି ପୋଲିସ ହତ୍ୟାକାରୀକୁ ଚିହ୍ନଟ କରିବା ପରେ ତାଙ୍କୁ ଗିରଫ କରିଛି। ଏସଏସପି ଏହି ଘଟଣାକୁ ତନାଘନା ଜାରି ରଖିଥିବା ନେଇ କହିଛନ୍ତି । ତେବେ ସୂଚନାରୁ ଜଣାପଡିଛି ଯେ, ଝିଅଟି କିଛି ଦିନ ଧରି ଜଣେ ପୁରୁଷଙ୍କ ସହିତ ଲିଭ-ଇନ୍ ସମ୍ପର୍କରେ ଥିଲା ଏବଂ ସେହି ବ୍ୟକ୍ତିଟି ତାଙ୍କର ହତ୍ୟାକାରୀ ବୋଲି ଜଣାପଡିଛି। ପୋଲିସ ଟିମ୍ ସେହି ବ୍ୟକ୍ତିଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି ।

