Posted inଖେଳ

ବାସ୍କେଟ ବଲ କ୍ରୀଡ଼ା ଉତ୍ସବ: ସାମିଲ ହେଲେ ୧୨ ବିଦ୍ୟାଳୟ

ସମ୍ବଲପୁର,୨୫ା୪(ବି.ଶଙ୍କର): ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ସମ୍ଭାଗସ୍ତରୀୟ ତିନିଦିନିଆ ବାସ୍କେଟ୍‌ ବଲ କ୍ରୀଡ଼ା ଉତ୍ସବ ସମ୍ବଲପୁରସ୍ଥିତ ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି।

ବିଦ୍ୟାଳୟ ଅଧ୍ୟକ୍ଷ ରଣରଞ୍ଜୟ ସିଂହଙ୍କ ସଭାପତିତ୍ୱରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଉପାଧ୍ୟକ୍ଷ ବଳରାମ ମିଶ୍ର, ପ୍ରଧାନ ଶିକ୍ଷକ ଚକ୍ରଧର ଦେହୁରୀ, ସେକେଣ୍ଡାରୀ ବିଭାଗର ଖେଳ ପ୍ରଭାରୀ ସୋନାଲି କିସ୍ପୋଟ୍ଟା, ପବନ କୁମାର ନୌଟିୟାଲ, ପ୍ରାଥମିକ ବିଭାଗର ଖେଳ ପ୍ରଭାରୀ ସୁଦାମ ଚରଣ ଭୋଇ ଏବଂ ସମସ୍ତ ପ୍ରାଥମିକ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ଯୋଗ ଦେଇଥିଲେ।

ଶିକ୍ଷକ ଦିଲୀପ କୁମାର ପୂଜାରୀ, ମଣ୍ଟୁ ସାହୁ, ଅରକ୍ଷିତ କୁମ୍ଭାର, ଖୁଦିରାମ ବେହେରା, ଅବିନାଶ ଦାସ, ଶଙ୍କର ନାଇକ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଭୁବନେଶ୍ୱର ସମ୍ଭାଗର ୧୨ଟି କେନ୍ଦ୍ରୀୟ ବିଦ୍ୟାଳୟରୁ ୧୫୪ କ୍ରୀଡା ପ୍ରତିଭାଗୀଙ୍କ ସମେତ ୧୭ଜଣ ଗାଇଡ୍‌ ଶିକ୍ଷକ ଅଂଶଗ୍ରହଣ କରିଥିଲେ।

ରାଉରକେଲା, କଟକ, ଭୁବନେଶ୍ୱରରୁ ଆସିଥିବା ବିଏଫଆଇବି ପେନାଲ ରେଫରୀ ସୁକାନ୍ତ ଧର, ସଙ୍ଗମ ନାୟକ, ଭି. ନାଗେଶ୍ୱର ରାଓ ଓ ଗୌତମ ଗଜପତି, ଆରିୟନ ସିଂହ ଓ ଚିରଞ୍ଜିତ କରନ ଖେଳ ପରିଚାଳନା କରିଥିଲେ।

ପ୍ରଥମେ ବିଦ୍ୟାଳୟର ଅଧ୍ୟକ୍ଷ ସିଂହ ଫିତା କାଟି ଖେଳ ପ୍ରତିଯୋଗିତା ଆରମ୍ଭ କରିଥିଲେ। ପରେ ୧୭ ବର୍ଷରୁ କମ ଦଳ ଶ୍ରେଣୀରେ କେନ୍ଦ୍ରୀୟ ବିଦ୍ୟାଳୟ ଭୁବନେଶ୍ୱର-୨ ଓ ପୁରୀ ବାଳକ, ଗୋପାଳପୁର ଓ କଟକ-୧ ବାଳକ ଏବଂ ସମ୍ବଲପୁର -୧ ଓ ପୁରୀ ବାଳିକା ବାସ୍କେଟ ବଲ ଲିଗ ମ୍ୟାଚ ହୋଇଥିଲା।

ସେହିପରି ସନ୍ଧ୍ୟାରେ ୧୪ ବର୍ଷରୁ କମ ଦଳ ଶ୍ରେଣୀରେ କେନ୍ଦ୍ରୀୟ ବିଦ୍ୟାଳୟ ବ୍ରହ୍ମପୁର ଓ ଭୁବନେଶ୍ୱର-୨ ବାଳକ, ବ୍ରହ୍ମପୁର ଓ ସମ୍ବଲପୁର-୧ ବାଳକ ଏବଂ ସମ୍ବଲପୁର-୧ ଓ ୨ ବାଳିକା ଖେଳାଳିମାନଙ୍କ ବାସ୍କେଟ ବଲ ଲିଗ ମ୍ୟାଚ ହୋଇଥିଲା। ପିଏମ୍‌ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୧ ସମ୍ବଲପୁରଠାରେ ସମସ୍ତ ଖେଳାଳି ଓ ରେଫରିଙ୍କ ପାଇଁ ରହିବା ଖାଇବାର ବ୍ୟବସ୍ଥା କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

ଇଶାନ କିଷାନଙ୍କୁ ବଡ ଦାୟିତ୍ୱ ଦେଲା ସନରାଇଜର୍ସ ହାଇଦ୍ରାବାଦ, କମିନ୍ସଙ୍କ ଅନୁପସ୍ଥିତିରେ…

ହାଇଦ୍ରାବାଦ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୬ ସିଜନ ଆରମ୍ଭ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ (SRH) ଏକ ବଡ଼ ଘୋଷଣା କରିଛି। ଦଳର ନିୟମିତ ଅଧିନାୟକ ପ୍ୟାଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri