ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା ଓ ପୂଜାର୍ଚ୍ଚନା ହେଉଛି। ମାଙ୍କ ମୂର୍ତ୍ତି ମଣ୍ଡପ ବିଦ୍ୟୁତ ରଙ୍ଗୀନ ଆଲୋକ ମାଳାରେ ଉଦ୍ଭାସିତ ହେଉଛି। ଏଭଳିସ୍ଥିତିରେ  ବାଲେଶ୍ୱରଜିଲା ଭୋଗରାଇ ବ୍ଲକ ଗୋପୀନାଥପୁର ଗ୍ରାମର ବାସନ୍ତୀ ପଡିଆରେ ସାର୍ବଜନୀନ ପୂଜାକୁ ନେଇ ପ୍ରଶାସନ ଅନୁମତି ନ ଦେବାରୁ ଗ୍ରାମ ପରିବେଶ ଅଶାନ୍ତ ହୋଇଛି।
ସୂଚନାନୁଯାୟୀ ଗତବର୍ଷ ଏହି ସ୍ଥାନରେ ୨ ଗୋଷ୍ଠୀ ଭିନ୍ନ ଭାବେ ୨ଟି ବାସନ୍ତୀ ପୂଜା କରିବାକୁ ଜିଦି କରିଥିବାବେଳେ ସେଠାରେ କିଛିଦିନ ଧରି ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଆସିଥିଲା। ଏହି ବିବାଦୀୟ ଘଟଣା ଜିଲାପ୍ରଶାସନ ଅବଗତ ହେବାପରେ ଭୋଗରାଇ ଥାନା ପରିସରରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୨ ଗୋଷ୍ଠୀକୁ ଡାକି ପ୍ରଶାସନ ଆପୋଷ ସମାଧାନ ଲାଗି ପ୍ରୟାସକରିଥିଲେ ମଧ୍ୟ ତାହା ସଫଳ ହୋଇ ନ ଥିଲା। ପରେ ମଧ୍ୟରାତ୍ରିରେ ୨ଟି ପୂଜା ମଣ୍ଡପରେ ମା ବାସନ୍ତୀଙ୍କ ସହିତ ପାର୍ଶ୍ୱ ଦେବୀଦେବଙ୍କ ମୁଣ୍ଡ କାଟ ଘଟଣାକୁ କେନ୍ଦ୍ର କରି ପଞ୍ଚାୟତ ଅଶାନ୍ତ ହୋଇପଡିଥିଲା। ଶାନ୍ତି ଶୃଙ୍ଖଳା ନିମନ୍ତେ ସେଠାରେ ଉପଖଣ୍ଡ ମାଜିଷ୍ଟ୍ରେଟ ବାଲେଶ୍ୱରଙ୍କ ୧୬୩ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଆଦେଶ ନାମା ଜାରିକରିଥିଲେ। ଚଳିତ ବର୍ଷ ମଧ୍ୟ ଉକ୍ତ  ସ୍ଥାନରେ ଅନୁରୂପ ଭାବେ ସାର୍ବଜନୀନ ମା ବାସନ୍ତୀ ମୂର୍ତ୍ତି ନିର୍ମାଣକୁ ନେଇଁ ପୁଣି  ବିବାଦମାନସ୍ଥିତ ଉପୁଜିବାରୁ ଖାତା ନଂ ୨ ୭ ୫ ପ୍ଲଟ ନଂ ୧ 0 ୫ ୧, ୧ 0 ୫ ୩ ଓ ୧0୫୪ ବାସନ୍ତୀ ପଡିଆ ଅଞ୍ଚଳ ଓ ବାପୁଜୀ ପାଠାଗାର ନିକଟସ୍ଥ ଅଞ୍ଚଳରେ ବାଲେଶ୍ୱର ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକ୍ରମେ ୧ ୬ ୩ ଜାରି କରାଯାଇଛି। ସେଠାରେ ୧ ୧ ଦିନ କୌଣସି ସଭା, ସମିତି, ଧର୍ମଘଟ, ଆନ୍ଦୋଳନ ଶୋଭାଯାତ୍ରା  କାର୍ଯ୍ୟକ୍ରମ ହୋଇପାରିବ ନାହିଁବୋଲି କାନ୍ଥବାଡ଼ରେ ପ୍ରଶାସନ ନୋଟିସ ଲଗାଇବା ସହିତ ଉଭୟ ପୂଜା କମିଟିକୁ ନୋଟିସ ଦେଇ  ଆଇନ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି ପ୍ରଶାସନ ଭୋଗରାଇ ଥାନା ମାଧ୍ୟମରେ  ଚେତାବନୀ ଦେଇଛନ୍ତି । ଏହି ଘଟଣାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦପୁର ବଜାରରେ ସିଓଟିପିଏ ଏନଫୋର୍ସମେଣ୍ଟ ଟିମ୍‌ :ଗୁଟଖା,ଫୁଡ ଲାଇସେନ୍ସ ଯାଞ୍ଚ

ନନ୍ଦପୁର,୨୩।୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ସୋମବାର ସିଓଟିପିଏ ଏନଫୋର୍ସମେଣ୍ଟ ଟିମ ପହଞ୍ଚି ନନ୍ଦପୁର ବଜାରର ଏକାଧିକ ଦୋକାନରେ ଗୁଟଖା ବିକ୍ରି, ଫୁଡ ଲାଇସେନ୍ସ,…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri