୧୫ ପରିବାର ଗାଁରୁ ବାସନ୍ଦ

କୋଷାଗୁମୁଡ଼ା/ନବରଙ୍ଗପୁର, ୩୧।୫(ଡି.ଏନ୍‌.ଏ./ସ୍ବ.ପ୍ର.): ଖୁଡୁଖୁଡ଼ି ଖେଳ ପାଇଁ ଗାଁରୁ ୧୫ ପରିବାରକୁ ବାସନ୍ଦ କରାଯାଇଛି। କୌଣସି ଶୁଭ ଅଶୁଭ କାମରେ ଯିବାକୁ ପରିବାର ସଦସ୍ୟଙ୍କୁ ବାରଣ। କୁନି କୁନି ପିଲାମାନଙ୍କୁ ମଧ୍ୟ ଅଙ୍ଗନଓ୍ବାଡି ଯିବାରେ କଟକଣା। ବାସନ୍ଦ ଆଦେଶକୁ ଖିଲାପକଲେ ମୁଣ୍ଡ ପିଛା ୫ଶହ ଟଙ୍କା ତଣ୍ଡ ଗଣିବାକୁ ବାଧ୍ୟ। ଯଦି ଗାଁରେ ମିଶିବାରେ ଅଛି ତା’ହେଲେ ୨ ହଜାର ଟଙ୍କା ଦେବାକୁ ହେବ। ଏପରି ଘଟଣା ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ଟେମେରା ପଞ୍ଚାୟତ ଚୁରାହାଣ୍ଡି ଗ୍ରାମରେ ଦେଖିବାକୁ ମିଳିଛି। ବାସନ୍ଦ ହୋଇଥିବା ପରିବାର ଲୋକେ ମଙ୍ଗଳବାର ତହସିଲଦାର ଓ ନବରଙ୍ଗପୁର ଏସ୍‌ପିଙ୍କୁ ଲିଖିତଭାବେ ଅଭିଯୋଗ କରିଛନ୍ତି। ଏନେଇ ଏସ୍‌ପି ଏସ୍‌.ସୁଶ୍ରୀ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।
ସୂଚନାନୁଯାୟୀ, ଗତ ଏପ୍ରିଲରେ ଚୈତ୍ରପର୍ବ ପାଳନ ଅବସରରେ ଗାଁରେ ଯାତ୍ରା ଚାଲିଥିଲା। ଏହି ଉପଲକ୍ଷେ ଖୁଡୁଖୁଡ଼ି ଖେଳ ହେଉଥିଲା। ଖବରପାଇ କୋଷାଗୁମୁଡ଼ା ପୋଲିସ ସେଠାରେ ଚଢ଼ାଉକରି ଖୁଡୁଖୁଡ଼ି ଖେଳ ବନ୍ଦ କରିଦେଇଥିଲା। ପୋଲିସକୁ ଖବର ଦେବା ଅଭିଯୋଗରେ ଖୁଡୁଖୁଡ଼ି ଖେଳକୁ ପ୍ରଶ୍ରୟ ଦେଇଥିବା ଗାଁର ଏକ ବଡ଼ ଗୋଷ୍ଠୀ ମାଳି ସାହି, ମିର୍ଗାନ ସାହିର ଓ ହରିଜନ ସାହିର ୨୫ ପରିବାରକୁ ସାମାଜିକ ବାସନ୍ଦ କରିଛନ୍ତି। ପୁଣି ଥରେ ମିଶିବାକୁ ହେଲେ ଘର ପିଛା ୨ହଜାର ଟଙ୍କା ତଣ୍ଡ ଦେବାକୁ ପଡ଼ିବ ବୋଲି ଆଦେଶ ଜାରି କରାଯାଇଛି। ୧୦ଟି ପରିବାର ଜରିମାନା ଦେଇ ସମାଜରେ ମିଶିଥିଲେ। ୧୫ ପରିବାର ଏବେ ବାସନ୍ଦ ହୋଇ ଅଛନ୍ତି। ବାସନ୍ଦ ହୋଇଥିବା୧୫ ପରିବାର ସଦସ୍ୟଙ୍କୁ ଗାଁ ଦୋକାନ, ଦୈନିକ ବଜାର ଯିବା ସହ ଗୋରୁ ଚରାଇବା ମନା। ଏଥିସହ ବିବାହ, ବ୍ରତ,ଦଶାହ କାର୍ଯ୍ୟରେ ଯିବାକୁ ସେମାନଙ୍କୁ ବାରଣ କରାଯାଇଛି। ଏଥିସହ ଗାଁର ଅନ୍ୟମାନଙ୍କୁ ମଧ୍ୟ ବାସନ୍ଦ ପରିବାର ଲୋକଙ୍କ ସହ ମିଳାମିଶା କରିବାକୁ ମନାକରାଯାଇଛି। ଏହି ଆଦେଶ ଖିଲାପକାରୀଙ୍କୁ ମଧ୍ୟ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏବେ ଏହି ବାସନ୍ଦ ପରିବାରମାନେ ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଗାଁରୁ ୫ କି.ମି. ଦୂରରେ ଥିବା କୋଷାଗୁମୁଡ଼ା ବ୍ଲକ କିମ୍ବା ୨ କି.ମି. ଦୂରରେ ଥିବା ଟେମେରା ଗାଁକୁ ଯାଉଛନ୍ତି। ମଙ୍ଗଳବାର ବାସନ୍ଦ ପରିବାରମାନେ ତହସିଲଦାରଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି।
ଅପରାହ୍ନରେ ଡିଏସ୍‌ପି ଚନ୍ଦ୍ରଶେଖର ହୋତା, ପାପଡ଼ାହାଣ୍ଡି ଏସ୍‌ଡିପିଓ ଆଦିତ୍ୟ ସେନ, କୋଷାଗୁମୁଡ଼ା ଥାନାଧିକାରୀ,ପ୍ରେମାନନ୍ଦ ସୁନାନୀ, କୋଡ଼ିଙ୍ଗା ତହସିଲଦାର ଟିକୁନୁ ପୁଟା, ବିଡିଓ ସୁକାନ୍ତ ପଟ୍ଟନାୟକ, ଅଙ୍ଗନଓ୍ବାଡି ସୁପଭାଇଜର ପ୍ରମୁଖ ଗାଁକୁ ଯାଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏକ ରାଜିନାମା ପତ୍ରରେ ଦୁଇପକ୍ଷର ଦସ୍ତଖତ ନେବାକୁ ନିଷ୍ପତ୍ତି ହୋଇଥିଲା। ତେବେ ବାସନ୍ଦ ୧୫ ପରିବାର ଦସ୍ତଖତ କରିଥିବା ବେଳେ ଗ୍ରାମବାସୀ ଉକ୍ତ ରାଜିନାମାରେ ଦସ୍ତଖତ କରିନାହାନ୍ତି। ଅଙ୍ଗନଓ୍ବାଡି ସୁପରଭାଇଜର ଶିଶୁମାନଙ୍କୁ ଅଙ୍ଗନଓ୍ବାଡିରୁ ବାସନ୍ଦ କରିବେ ନାହିଁ ବୋଲି ଘର ଘର ବୁଲି କହିଥିଲେ। ବିଡିଓ, ତହସିଲଦାର ଓ ପୋଲିସ ମଧ୍ୟ ଦୋକାନଗୁଡ଼ିକ ବୁଲି ୧୫ ପରିବାରକୁ ସାମଗ୍ରୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri