୧୫ ପରିବାର ଗାଁରୁ ବାସନ୍ଦ

କୋଷାଗୁମୁଡ଼ା/ନବରଙ୍ଗପୁର, ୩୧।୫(ଡି.ଏନ୍‌.ଏ./ସ୍ବ.ପ୍ର.): ଖୁଡୁଖୁଡ଼ି ଖେଳ ପାଇଁ ଗାଁରୁ ୧୫ ପରିବାରକୁ ବାସନ୍ଦ କରାଯାଇଛି। କୌଣସି ଶୁଭ ଅଶୁଭ କାମରେ ଯିବାକୁ ପରିବାର ସଦସ୍ୟଙ୍କୁ ବାରଣ। କୁନି କୁନି ପିଲାମାନଙ୍କୁ ମଧ୍ୟ ଅଙ୍ଗନଓ୍ବାଡି ଯିବାରେ କଟକଣା। ବାସନ୍ଦ ଆଦେଶକୁ ଖିଲାପକଲେ ମୁଣ୍ଡ ପିଛା ୫ଶହ ଟଙ୍କା ତଣ୍ଡ ଗଣିବାକୁ ବାଧ୍ୟ। ଯଦି ଗାଁରେ ମିଶିବାରେ ଅଛି ତା’ହେଲେ ୨ ହଜାର ଟଙ୍କା ଦେବାକୁ ହେବ। ଏପରି ଘଟଣା ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ଟେମେରା ପଞ୍ଚାୟତ ଚୁରାହାଣ୍ଡି ଗ୍ରାମରେ ଦେଖିବାକୁ ମିଳିଛି। ବାସନ୍ଦ ହୋଇଥିବା ପରିବାର ଲୋକେ ମଙ୍ଗଳବାର ତହସିଲଦାର ଓ ନବରଙ୍ଗପୁର ଏସ୍‌ପିଙ୍କୁ ଲିଖିତଭାବେ ଅଭିଯୋଗ କରିଛନ୍ତି। ଏନେଇ ଏସ୍‌ପି ଏସ୍‌.ସୁଶ୍ରୀ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।
ସୂଚନାନୁଯାୟୀ, ଗତ ଏପ୍ରିଲରେ ଚୈତ୍ରପର୍ବ ପାଳନ ଅବସରରେ ଗାଁରେ ଯାତ୍ରା ଚାଲିଥିଲା। ଏହି ଉପଲକ୍ଷେ ଖୁଡୁଖୁଡ଼ି ଖେଳ ହେଉଥିଲା। ଖବରପାଇ କୋଷାଗୁମୁଡ଼ା ପୋଲିସ ସେଠାରେ ଚଢ଼ାଉକରି ଖୁଡୁଖୁଡ଼ି ଖେଳ ବନ୍ଦ କରିଦେଇଥିଲା। ପୋଲିସକୁ ଖବର ଦେବା ଅଭିଯୋଗରେ ଖୁଡୁଖୁଡ଼ି ଖେଳକୁ ପ୍ରଶ୍ରୟ ଦେଇଥିବା ଗାଁର ଏକ ବଡ଼ ଗୋଷ୍ଠୀ ମାଳି ସାହି, ମିର୍ଗାନ ସାହିର ଓ ହରିଜନ ସାହିର ୨୫ ପରିବାରକୁ ସାମାଜିକ ବାସନ୍ଦ କରିଛନ୍ତି। ପୁଣି ଥରେ ମିଶିବାକୁ ହେଲେ ଘର ପିଛା ୨ହଜାର ଟଙ୍କା ତଣ୍ଡ ଦେବାକୁ ପଡ଼ିବ ବୋଲି ଆଦେଶ ଜାରି କରାଯାଇଛି। ୧୦ଟି ପରିବାର ଜରିମାନା ଦେଇ ସମାଜରେ ମିଶିଥିଲେ। ୧୫ ପରିବାର ଏବେ ବାସନ୍ଦ ହୋଇ ଅଛନ୍ତି। ବାସନ୍ଦ ହୋଇଥିବା୧୫ ପରିବାର ସଦସ୍ୟଙ୍କୁ ଗାଁ ଦୋକାନ, ଦୈନିକ ବଜାର ଯିବା ସହ ଗୋରୁ ଚରାଇବା ମନା। ଏଥିସହ ବିବାହ, ବ୍ରତ,ଦଶାହ କାର୍ଯ୍ୟରେ ଯିବାକୁ ସେମାନଙ୍କୁ ବାରଣ କରାଯାଇଛି। ଏଥିସହ ଗାଁର ଅନ୍ୟମାନଙ୍କୁ ମଧ୍ୟ ବାସନ୍ଦ ପରିବାର ଲୋକଙ୍କ ସହ ମିଳାମିଶା କରିବାକୁ ମନାକରାଯାଇଛି। ଏହି ଆଦେଶ ଖିଲାପକାରୀଙ୍କୁ ମଧ୍ୟ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏବେ ଏହି ବାସନ୍ଦ ପରିବାରମାନେ ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଗାଁରୁ ୫ କି.ମି. ଦୂରରେ ଥିବା କୋଷାଗୁମୁଡ଼ା ବ୍ଲକ କିମ୍ବା ୨ କି.ମି. ଦୂରରେ ଥିବା ଟେମେରା ଗାଁକୁ ଯାଉଛନ୍ତି। ମଙ୍ଗଳବାର ବାସନ୍ଦ ପରିବାରମାନେ ତହସିଲଦାରଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି।
ଅପରାହ୍ନରେ ଡିଏସ୍‌ପି ଚନ୍ଦ୍ରଶେଖର ହୋତା, ପାପଡ଼ାହାଣ୍ଡି ଏସ୍‌ଡିପିଓ ଆଦିତ୍ୟ ସେନ, କୋଷାଗୁମୁଡ଼ା ଥାନାଧିକାରୀ,ପ୍ରେମାନନ୍ଦ ସୁନାନୀ, କୋଡ଼ିଙ୍ଗା ତହସିଲଦାର ଟିକୁନୁ ପୁଟା, ବିଡିଓ ସୁକାନ୍ତ ପଟ୍ଟନାୟକ, ଅଙ୍ଗନଓ୍ବାଡି ସୁପଭାଇଜର ପ୍ରମୁଖ ଗାଁକୁ ଯାଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏକ ରାଜିନାମା ପତ୍ରରେ ଦୁଇପକ୍ଷର ଦସ୍ତଖତ ନେବାକୁ ନିଷ୍ପତ୍ତି ହୋଇଥିଲା। ତେବେ ବାସନ୍ଦ ୧୫ ପରିବାର ଦସ୍ତଖତ କରିଥିବା ବେଳେ ଗ୍ରାମବାସୀ ଉକ୍ତ ରାଜିନାମାରେ ଦସ୍ତଖତ କରିନାହାନ୍ତି। ଅଙ୍ଗନଓ୍ବାଡି ସୁପରଭାଇଜର ଶିଶୁମାନଙ୍କୁ ଅଙ୍ଗନଓ୍ବାଡିରୁ ବାସନ୍ଦ କରିବେ ନାହିଁ ବୋଲି ଘର ଘର ବୁଲି କହିଥିଲେ। ବିଡିଓ, ତହସିଲଦାର ଓ ପୋଲିସ ମଧ୍ୟ ଦୋକାନଗୁଡ଼ିକ ବୁଲି ୧୫ ପରିବାରକୁ ସାମଗ୍ରୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri