ବିଏସ୍‌-୪ ଯାନ ପଞ୍ଜୀକରଣକୁ ଅନୁମତି

ନୂଆଦିଲ୍ଲୀ,୧୪।୮: ମାର୍ଚ୍ଚରେ ବିକ୍ରି ହୋଇଥିବା ବିଏସ୍‌-୪ ଯାନର ପଞ୍ଜୀକରଣ ନେଇ ସୁପ୍ରିମକୋର୍ଟ ଗୁରୁବାର ଅନୁମତି ପ୍ରଦାନ କରିଛନ୍ତି। ମାର୍ଚ୍ଚରେ ବିକ୍ରି ହୋଇଥିବା ବିଏସ୍‌-୪ ଯାନ ଲକ୍‌ଡାଉନ ଲାଗି ପଞ୍ଜୀକରଣରେ ବିଭିନ୍ନ ସମସ୍ୟା ଉପୁଜିଥିଲା। ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଲୋକଙ୍କୁ ଆଶ୍ୱସ୍ତି ମିଳିଥିବା ଜଣାପଡ଼ିଛି। ସରକାରଙ୍କ ଡାଟା ମୁତାବକ ମାର୍ଚ୍ଚ ୧୨ରୁ ମାର୍ଚ୍ଚ ୩୧ ମଧ୍ୟରେ ଘରୋଇ ବଜାରରେ ୯.୯୫ ଲକ୍ଷ ବିଏସ୍‌-୪ ଯାନ ବିକ୍ରି ହୋଇଛି। ଏହା ମଧ୍ୟରେ ୯.୦୧ ଲକ୍ଷ ଯାନ ପଞ୍ଜୀକରଣ ହୋଇଛି। ୨୦୧୮ ଅକ୍ଟୋବରେ ସୁପ୍ରିମକୋର୍ଟ କହିଥିଲେ ଯେ, ୨୦୨୦ ଏପ୍ରିଲ ପହିଲାରୁ ବିଏସ୍‌-୪ ଯାନ ବିକ୍ରି କିମ୍ବା ପଞ୍ଜୀକରଣ ହୋଇପାରିବ ନାହିଁ। ୨୦୧୬ରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ, ବିଏସ୍‌-୫ ନିୟମକୁ ବାଦ୍‌ ଦେଇ ୨୦୨୦ରୁ ବିଏସ୍‌-୬ ନିୟମ ଭାରତରେ ଲାଗୁ କରାଯିବ। ଯାନବାହନରୁ ବାହାରୁ ଥିବା ପ୍ରଦୂଷଣକାରୀ ପଦାର୍ଥକୁ କମାଇବା ଲାଗି ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଥିଲେ। ଦେଶ ମଧ୍ୟରେ ବିଏସ୍‌-୪ ବର୍ଗରେ ୭ ଲକ୍ଷ ୨ ଚକିଆ, ୧୫ ହଜାର ଯାତ୍ରୀବାହୀ ଯାନ ଏବଂ ୧୨ ହଜାର ବାଣିଜି୍ୟକ ଯାନ ବିକ୍ରି ହୋଇପାରି ନ ଥିବା ମାର୍ଚ୍ଚରେ ସୁପ୍ରିମକୋର୍ଟକୁ ସୂଚନା ଦିଆଯାଇଥିଲା। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଯାନଗୁଡିକୁ ବିକ୍ରି କରିବା ଲାଗି ପ୍ରାୟ ୧୦ ଦିନ ସମୟ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri