ବାରଖମା ପଞ୍ଚାୟତକୁ ନୂଆ ବ୍ଲକ ଗଠନ ଦାବି

ବାଲିଗୁଡ଼ା,୧୮ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ବାରଖମାକୁ ନୂତନ ବ୍ଲକ ଘୋଷଣା ଦାବିରେ ଶନିବାର ୧୫ ନମ୍ବର ଜିଲାପରିଷଦ ଜୋନ୍‌ର ୮ ପଞ୍ଚାୟତର ଶତାଧିକ ଲୋକ ନିଜ ନିଜ ପାରମ୍ପରିକ ବେଶଭୂଷା ସହ ଅସ୍ତ୍ରଶସ୍ତ୍ର ଧରି ବାଲିଗୁଡ଼ାରେ ଗର୍ଜନ କରିଛନ୍ତି। ନୂତନ ବ୍ଲକ ନାହିଁ ତ ଲୋକ ପ୍ରତିନିଧି ଓ ପ୍ରଶାସନକୁ ପ୍ରବେଶ ନାହିଁ ରଣ ହୁଙ୍କାରର ସହ ଗର୍ଜନ ସମାବେଶ କରିଛନ୍ତି। ଜାନୁଆରୀ ୧୦ରେ ସୁଡ୍ରା ଠାରେ ୮ ପଞ୍ଚାୟତ ଯଥା ବାରଖମା,ସୁଡ୍ରା, ରେବିଙ୍ଗିଆ, ସଲାଗୁଡା, ସିନ୍ଦ୍ରିଗାଁ, କୁଟିକିଆ, ଖମନଖୋଲ ଓ ଲଣ୍ଡାଗାଁ ପଞ୍ଚାୟତର ଶତାଧିକ ଲୋକ ଓ ଲୋକ ପ୍ରତିନିଧି ଏକତ୍ରିତ ହୋଇ ଗାନ୍ଧୀ ଛକଠାରୁ ପାରମ୍ପରିକ ଭେଷ ଭୂଷା, ବାଦ୍ୟଯନ୍ତ୍ର ଓ ଅସ୍ତ୍ର ଶସ୍ତ୍ର ଧରି ଏକ ବିରାଟ ପଟୁ ଆରରେ ଶୋଭାଯାତ୍ର କରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଗର୍ଜନ ସମାବେଶରେ ବ୍ଲକ ସଂଗ୍ରାମ ମଞ୍ଚ ବାରଖମା ସଭାପତି ଜୟ ଚନ୍ଦ୍ର ନାୟକ, ସମ୍ପାଦକ ବିରେନ୍ଦ୍ର କୁମାର ସାହୁଙ୍କ ସମେତ ଉପସଭାପତି ବିଜେଶର ମଲ୍ଲିକ, ଜୟରାମ ଦଣ୍ଡିଆ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ଦେବେନ୍ଦ୍ର କହଁର, ରେବିଙ୍ଗିଆ ସରପଞ୍ଚ ରଞ୍ଜୁଳତା ମଲ୍ଲିକ, ସମିତିସଭ୍ୟ ସୁଗ୍ରୀବ ମଲ୍ଲିକ, ବାରଖମ ସରପଞ୍ଚ କୁମୁଦିନୀ ମଲ୍ଲିକ, ରକୁଟିକିଆ ସମିତିସଭ୍ୟ ଦୟାନିଧି ମଳିକ, ଖମନଖୋଲ ସରପଞ୍ଚ ଚାନ୍ଧୁଲାଲ ମଳିକ, ସମିତି ସଭ୍ୟ ହେମ ସାଗର ମାଝି ,ଦେବେନ୍ଦ୍ର କୁଦେଈ, ହିନ୍ଦୁ ପ୍ରଧାନ, ଲକ୍ଷ୍ମୀ ନାରାୟଣ ଦଣ୍ଡିଆ, ହେରଦ କୁମାର ନାୟକ ,ଉମା ଚରଣ ଦିଗାଳ,ସିଦ୍ଧେ ସର ଦିଗାଳ, ଦୟାନିଧି ଦିଗାଳ ଉମେଶ ଚନ୍ଦ୍ର ନାୟକ, ଅମୀୟ ପ୍ରଧାନ, ମିହିର କୁମାର ଦିଗାଳ, କର୍ତ୍ତା ଦିଗାଳ ପ୍ରମୁଖ ସାମିଲ ହୋଇଥିଲେ। ଦୀର୍ଘ ୪୦ ବର୍ଷ ପରେ ନୂତନ ଆଶା ସଞ୍ଚାର ହୋଇଛି ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ବ୍ଳଜ ଗଠନ ପାଇଁ ରାଜ୍ୟ ସରକାର ବିଚାର ବିମର୍ଶ ଆରମ୍ଭ କରିଛନ୍ତ। ବାରଖମା ୧୫ ନମ୍ବର ଜିଲାପରିଷଦ ଜୋନ ଅଧୀନରେ ରହିଥିବା ୮ ପଞ୍ଚାୟତର ଜନସାଧାରଣଙ୍କ ମନରେ ଉତ୍ସାହ ଦେଖାଦେଇଛି। ବାରଖମାକୁ ନୂତନ ବ୍ଲକ ଗଠନ ପାଇଁ ଦୀର୍ଘ ୩ ବର୍ଷ ହେବ ବ୍ଲକ ସଂଗ୍ରାମ ମଞ୍ଚ ଦାବି କରି ଆସୁଥିଲେ। ପୂର୍ବରୁ ୨୦୨୪ ଫେବୃଆରୀରେ ପୂର୍ବତନ ସରକାରଙ୍କୁ ୮ ପଞ୍ଚାୟତର ଶହ ଶହ ଲୋକ ଆସି ଏକ ବିରାଟ ଶୋଭାଯାତ୍ରା କରି ଉପଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। କିନ୍ତୁ କିଛି ସୁଫଳ ପାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri