Posted inଫୁରସତ

ବାରିପଦାର ଶ୍ରୀଜଗନ୍ନାଥ ମନ୍ଦିର

ବୁଢ଼ାବଳଙ୍ଗ ନଦୀକୂଳରେ ଅବସ୍ଥିତ ବାରିପଦା ସହର ମୟୂରଭଞ୍ଜ ଜିଲାର କେନ୍ଦ୍ରସ୍ଥଳୀ। ଏହାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମଧ୍ୟ କୁହାଯାଏ। କାରଣ ଏଠାରେ ରହିଛି ଦୁଇଟି ମନ୍ଦିର; ଗୋଟିଏ ବଡ଼ ଜଗନ୍ନାଥ ମନ୍ଦିର ଓ ଅନ୍ୟଟି ବାଣ୍ଠିଆ ଜଗନ୍ନାଥ ମନ୍ଦିର। ବଡ଼ ଜଗନ୍ନାଥ ମନ୍ଦିର ହେଉଛି ବାରିପଦାର ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ। ତଥ୍ୟ ଅନୁଯାୟୀ, ରାଜା ବୈଦ୍ୟନାଥ ଭଞ୍ଜଙ୍କ ଦ୍ୱାରା ଏହି ମନ୍ଦିରଟି ନିର୍ମିତ ହୋଇଥିଲା। ମନ୍ଦିରର ବିମାନ, ଜଗମୋହନ ଏବଂ ନାଟମଣ୍ଡପ ଏକ ବିସ୍ତୀର୍ଣ୍ଣ ପ୍ରାଚୀର ମଧ୍ୟରେ ଅବସ୍ଥିତ। ମନ୍ଦିରର ଆଭ୍ୟନ୍ତର ଦେଶରେ ନବଗ୍ରହ, ଗଜଲକ୍ଷ୍ମୀ, ଗଙ୍ଗା, ଯମୁନା, ଜାମବଳ ଏବଂ ଜୈନ ତୀର୍ଥଙ୍କରମାନଙ୍କ ପ୍ରତିକୃତି ରହିଛି। ଏଠାରେ ମଧ୍ୟ ଋଷଭନାଥଙ୍କ ମୂର୍ତ୍ତି ରହିଛି; ଯାହା ଦୁଇ ପାଖୁଡ଼ାବିଶିଷ୍ଟ ପଦ୍ମ ଉପରେ କାୟତୋସର୍ଗ ମୁଦ୍ରାରେ ଦଣ୍ଡାୟମାନ। ମନ୍ଦିରର ଭିତର ପାର୍ଶ୍ୱରେ ଅବସ୍ଥିତ ଶ୍ରୀବିଷ୍ଣୁଙ୍କର କୀରିଟ ମୁକୁଟ ପରିହିତ, ଚକ୍ର ପୁରୁଷ ଏବଂ ଗଦାଙ୍କ ଉପସ୍ଥିତି ମୂର୍ତ୍ତିଟିକୁ ବିଷ୍ଣୁଙ୍କର ପ୍ରମାଣିତ କରୁଥିବାବେଳେ ତାଙ୍କର ଦକ୍ଷିଣ ହସ୍ତରେ ଧରିଥିବା ଅକ୍ଷମାଳ ଏହାକୁ ଲୋକେଶ୍ୱର ବୁଦ୍ଧଙ୍କର ବୋଲି କିଛି ଗବେଷକ ମତ ଦିଅନ୍ତି। ଏହା ସ୍ଥାନୀୟ ଭାବରେ ମୁଦଗଲ ମାଧବ ଭାବେ ପୂଜିତ ହେଉଥିବା ବେଳେ ଗବେଷକମାନେ ଏହାକୁ ବୌଦ୍ଧ ଲୋକେଶ୍ୱର ହରିହର ବା ନାରାୟଣ ଭାବେ ନାମିତ କରିଛନ୍ତି।
ପୂଜାବିଧି
ବଡ଼ ଜଗନ୍ନାଥ ମନ୍ଦିରର ବଡ଼ପଣ୍ଡା ଅରୁଣ ନନା କୁହନ୍ତି,‘ବଡ଼ ଜଗନ୍ନାଥ ମନ୍ଦିରର ଭୋଗରାଗ ପୁରୀ ଜଗନ୍ନାଥ ମନ୍ଦିର ପରି। ଏଠାରେ ସକାଳ ସମୟରେ ବାଳଭୋଗ ବା ପହିଲି ଭୋଗରେ ପୋଡ଼ପିଠା, କାଠି ମୋହନଭୋଗ, ଗୁଡ଼ ଉଖୁଡା, ଘିଅ, ଗୁଡ଼, ଖୁଆ ଆଦି ଲାଗି ହୁଏ। ମଧ୍ୟାହ୍ନ ସମୟରେ ଦଳା ଖେଚୁଡ଼ି, ମୋଟା ଖେଚୁଡ଼ି, ଘିଅ, ରାମ ରୁଚକ, ଘାଣ୍ଟ, ଦହି, ଶାଗଭଜା, ବାଇଗଣ ଭଜା, ଡାଲି ଆଦି ପ୍ରସାଦ ହୁଏ। ସା ସମୟରେ ଆରିସା ପିଠା, ଲଡୁ, ଦହି, ମିଶ୍ରି ଛେନାପୋଡ଼ ଏବଂ ସାଆଳତି ପରେ ସରୁ ଅରୁଆ, ଘିଅ, ରାମ ରୁଚକ, ଡାଲି, ଘାଣ୍ଟ, ଶାଗଭଜା ଓ ରାତ୍ରିରେ ମୋଟା ଅରୁଆ, ଡାଲି, ଘାଣ୍ଟ, ଉଖୁଡ଼ା, କାକରା ପିଠା ଆଦି ଲାଗି ହୁଏ। ଖରାଦିନେ ସା ଭୋଗରେ ଦହିପଖାଳ ମଧ୍ୟ ଲାଗି ହୁଏ। ସେହିପରି ପ୍ରତିବର୍ଷ ଏଠାରେ ମହାପ୍ରଭୁଙ୍କର ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। କିନ୍ତୁ ପୁରୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଯେଉଁଦିନ ରଥଯାତ୍ରା ଅନୁଷ୍ଠିତ ହୁଏ ଠିକ୍‌ ତା’ପରଦିନ ଏଠାରେ ଯାତ୍ରା ହୁଏ। ତେବେ ଏହାର ବିଶେଷତ୍ତ୍ୱ ହେଉଛି କେବଳ ମହିଳାମାନେ ହିଁ ଏଠାରେ ଦେବୀ ସୁଭଦ୍ରାଙ୍କ ରଥ ଟାଣିଥାନ୍ତି।
ଆଉ କ’ଣ ଦେଖିବେ
* ବାଣ୍ଠିଆ ଜଗନ୍ନାଥ ମନ୍ଦିର: ବାରିପଦାର ବଡ଼ ଜଗନ୍ନାଥ ମନ୍ଦିର ବ୍ୟତୀତ ଅନ୍ୟ ଏକ ବିଶିଷ୍ଟ ଜଗନ୍ନାଥ ମନ୍ଦିର ହେଉଛି ବାଣ୍ଠିଆ ଜଗନ୍ନାଥ ମନ୍ଦିର। ଏହା ଶ୍ରୀନାଥ ଭଞ୍ଜଙ୍କ ଦ୍ୱାରା ୧୮ଶହ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା। ଏଠାରେ ମଧ୍ୟ ପ୍ରତିବର୍ଷ ପ୍ରଭୁଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ।
* ଭୀମେଶ୍ୱରୀ: ବାରିପଦାର ଅନ୍ୟ ଏକ ମନ୍ଦିର ହେଉଛି ଭୀମେଶ୍ୱରୀ ମନ୍ଦିର; ଯାହା କାଳନଦୀ ତଟର ପେଡ଼ାଗାଡ଼ି ଗାଁରେ ଏକ ପର୍ବତ ଶିଖରରେ ଅବସ୍ଥିତ। ଏହା ବାରିପଦା ସହରଠାରୁ ୫୫ କି.ମି. ଦୂରରେ ରହିଛି। ଏଠାରେ କାର୍ତ୍ତିକେୟ, ଚାମୁଣ୍ଡା, ଭୈରବ, ବରାହୀଙ୍କ ମୂର୍ତ୍ତି ଏକ କ୍ଷୁଦ୍ର ମଣ୍ଡପରେ ଖୋଦିତ ହୋଇଛି। କାର୍ତ୍ତିକେୟଙ୍କ ଦୁଇ ହସ୍ତ ବିଶିଷ୍ଟ ମୂର୍ତ୍ତିଟି ନଅଶହ ଖ୍ରୀଷ୍ଟାବ୍ଦର ନିର୍ମାଣଶୈଳୀକୁ ସୂଚାଏ। ମଇଁଷି ବାହନରେ ଆସୀନ ଯମଙ୍କର ପ୍ରତିକୃତି ମଧ୍ୟ ଏଠାରେ ଦେଖିବାକୁ ମିଳେ। ନିକଟରେ ଲୋକନାଥେଶ୍ୱର ମନ୍ଦିର ମଧ୍ୟ ଅବସ୍ଥିତ।
* ହରିପୁର: ବୁଢ଼ାବଳଙ୍ଗ ନଦୀର ଦକ୍ଷିଣ ତଟର ୧୭ କି.ମି. ଦୂରରେ ହରିପୁର ଅବସ୍ଥିତ। ଏହାର ପ୍ରତ୍ନତାତ୍ତ୍ୱିକ ଖନନ ସ୍ବର୍ଗତ ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ଦ୍ୱାରା କରାଯାଇଥିଲା। ପୁରାତନ କିମ୍ବଦନ୍ତୀ ଅନୁଯାୟୀ, ୧୪୦୦ ଖ୍ରୀଷ୍ଟାବ୍ଦରେ ରାଜା ହରିହର ଭଞ୍ଜଙ୍କ ନାମାନୁଯାୟୀ ଏହି ସ୍ଥାନକୁ ହରିହରପୁର ଭାବେ ନାମିତ କରାଯାଇଥିଲା। ଏଠାରେ ଏକ ସୁନ୍ଦର ଟେରାକୋଟା ଶିଳ୍ପକଳା ବିଶିଷ୍ଟ ମନ୍ଦିର ରହିଛି; ଯାହା ରସିକରାୟ ମନ୍ଦିର ଭାବରେ ରାଜା ବୈଦ୍ୟନାଥ ଭଞ୍ଜଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ପଶ୍ଚିମବଙ୍ଗର ବିଷ୍ଣୁପୁରସ୍ଥିତ ମନ୍ଦିରର ନିର୍ମାଣଶୈଳୀ ସହ ଏହା ତୁଳନୀୟ। ପ୍ରତାପପୁର ଓ ହରିପୁରଗଡ଼ର ସୀମାବର୍ତ୍ତୀ ବଡ଼ପଣ୍ଡାଠାରେ ଅବସ୍ଥିତ ମହିଷମର୍ଦ୍ଦିନୀ ମୂର୍ତ୍ତି ସ୍ଥାନୀୟ ଅଧିବାସୀଙ୍କ ଦ୍ୱାରା ଗଡ଼ଚଣ୍ଡୀ ରୂପରେ ପୂଜା ପାଆନ୍ତି।
* ମାଣତିରିର କଖାରୁଆ ବୈଦ୍ୟନାଥ ମନ୍ଦିର: ବାରିପଦା ସହରଠାରୁ ପ୍ରାୟ ୩୬ କି.ମି. ଦୂର ଓ ବଡ଼ସାହିର ଦକ୍ଷିଣ ପୂର୍ବ ଦିଗର ୧୦ କି.ମି. ଦୂରରେ ସ୍ଥିତ ମାଣତିରିଠାରେ କଖାରୁଆ ବୈଦ୍ୟନାଥ ମନ୍ଦିର ଅବସ୍ଥିତ। ଏହାର ନିର୍ମାଣ ଶୈଳୀରୁ ଏହା ୧୫ଶହ ଶତାବ୍ଦୀର ବୋଲି ପ୍ରତୀତ ହୁଏ। ତା’ଛଡ଼ା ଏହି ମନ୍ଦିରର ଗଠନଶୈଳୀ ବଡ଼ ଜଗନ୍ନାଥ ମନ୍ଦିରର ଗଠନଶୈଳୀ ସହ ପ୍ରାୟତଃ ସମାନ ବୋଲି କୁହାଯାଏ। ଏହାର ତୋରଣ ୧୧ଶହ ଖ୍ରୀଷ୍ଟାବ୍ଦର ନିର୍ମାଣ ଶୈଳୀକୁ ଦର୍ଶାଏ। – ଡ. ଅରବିନ୍ଦ ବୋଷ
ଅଧ୍ୟାପକ, ଗବେଷକ (ଇତିହାସ)
ମୋ : ୬୩୭୦୧୪୧୭୬୩


Enter your email to get our daily news in your inbox.

All Right Reserved By Dharitri.Com

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri