Posted inଫୁରସତ

ବାରିପଦାର ଶ୍ରୀଜଗନ୍ନାଥ ମନ୍ଦିର

ବୁଢ଼ାବଳଙ୍ଗ ନଦୀକୂଳରେ ଅବସ୍ଥିତ ବାରିପଦା ସହର ମୟୂରଭଞ୍ଜ ଜିଲାର କେନ୍ଦ୍ରସ୍ଥଳୀ। ଏହାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମଧ୍ୟ କୁହାଯାଏ। କାରଣ ଏଠାରେ ରହିଛି ଦୁଇଟି ମନ୍ଦିର; ଗୋଟିଏ ବଡ଼ ଜଗନ୍ନାଥ ମନ୍ଦିର ଓ ଅନ୍ୟଟି ବାଣ୍ଠିଆ ଜଗନ୍ନାଥ ମନ୍ଦିର। ବଡ଼ ଜଗନ୍ନାଥ ମନ୍ଦିର ହେଉଛି ବାରିପଦାର ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ। ତଥ୍ୟ ଅନୁଯାୟୀ, ରାଜା ବୈଦ୍ୟନାଥ ଭଞ୍ଜଙ୍କ ଦ୍ୱାରା ଏହି ମନ୍ଦିରଟି ନିର୍ମିତ ହୋଇଥିଲା। ମନ୍ଦିରର ବିମାନ, ଜଗମୋହନ ଏବଂ ନାଟମଣ୍ଡପ ଏକ ବିସ୍ତୀର୍ଣ୍ଣ ପ୍ରାଚୀର ମଧ୍ୟରେ ଅବସ୍ଥିତ। ମନ୍ଦିରର ଆଭ୍ୟନ୍ତର ଦେଶରେ ନବଗ୍ରହ, ଗଜଲକ୍ଷ୍ମୀ, ଗଙ୍ଗା, ଯମୁନା, ଜାମବଳ ଏବଂ ଜୈନ ତୀର୍ଥଙ୍କରମାନଙ୍କ ପ୍ରତିକୃତି ରହିଛି। ଏଠାରେ ମଧ୍ୟ ଋଷଭନାଥଙ୍କ ମୂର୍ତ୍ତି ରହିଛି; ଯାହା ଦୁଇ ପାଖୁଡ଼ାବିଶିଷ୍ଟ ପଦ୍ମ ଉପରେ କାୟତୋସର୍ଗ ମୁଦ୍ରାରେ ଦଣ୍ଡାୟମାନ। ମନ୍ଦିରର ଭିତର ପାର୍ଶ୍ୱରେ ଅବସ୍ଥିତ ଶ୍ରୀବିଷ୍ଣୁଙ୍କର କୀରିଟ ମୁକୁଟ ପରିହିତ, ଚକ୍ର ପୁରୁଷ ଏବଂ ଗଦାଙ୍କ ଉପସ୍ଥିତି ମୂର୍ତ୍ତିଟିକୁ ବିଷ୍ଣୁଙ୍କର ପ୍ରମାଣିତ କରୁଥିବାବେଳେ ତାଙ୍କର ଦକ୍ଷିଣ ହସ୍ତରେ ଧରିଥିବା ଅକ୍ଷମାଳ ଏହାକୁ ଲୋକେଶ୍ୱର ବୁଦ୍ଧଙ୍କର ବୋଲି କିଛି ଗବେଷକ ମତ ଦିଅନ୍ତି। ଏହା ସ୍ଥାନୀୟ ଭାବରେ ମୁଦଗଲ ମାଧବ ଭାବେ ପୂଜିତ ହେଉଥିବା ବେଳେ ଗବେଷକମାନେ ଏହାକୁ ବୌଦ୍ଧ ଲୋକେଶ୍ୱର ହରିହର ବା ନାରାୟଣ ଭାବେ ନାମିତ କରିଛନ୍ତି।
ପୂଜାବିଧି
ବଡ଼ ଜଗନ୍ନାଥ ମନ୍ଦିରର ବଡ଼ପଣ୍ଡା ଅରୁଣ ନନା କୁହନ୍ତି,‘ବଡ଼ ଜଗନ୍ନାଥ ମନ୍ଦିରର ଭୋଗରାଗ ପୁରୀ ଜଗନ୍ନାଥ ମନ୍ଦିର ପରି। ଏଠାରେ ସକାଳ ସମୟରେ ବାଳଭୋଗ ବା ପହିଲି ଭୋଗରେ ପୋଡ଼ପିଠା, କାଠି ମୋହନଭୋଗ, ଗୁଡ଼ ଉଖୁଡା, ଘିଅ, ଗୁଡ଼, ଖୁଆ ଆଦି ଲାଗି ହୁଏ। ମଧ୍ୟାହ୍ନ ସମୟରେ ଦଳା ଖେଚୁଡ଼ି, ମୋଟା ଖେଚୁଡ଼ି, ଘିଅ, ରାମ ରୁଚକ, ଘାଣ୍ଟ, ଦହି, ଶାଗଭଜା, ବାଇଗଣ ଭଜା, ଡାଲି ଆଦି ପ୍ରସାଦ ହୁଏ। ସା ସମୟରେ ଆରିସା ପିଠା, ଲଡୁ, ଦହି, ମିଶ୍ରି ଛେନାପୋଡ଼ ଏବଂ ସାଆଳତି ପରେ ସରୁ ଅରୁଆ, ଘିଅ, ରାମ ରୁଚକ, ଡାଲି, ଘାଣ୍ଟ, ଶାଗଭଜା ଓ ରାତ୍ରିରେ ମୋଟା ଅରୁଆ, ଡାଲି, ଘାଣ୍ଟ, ଉଖୁଡ଼ା, କାକରା ପିଠା ଆଦି ଲାଗି ହୁଏ। ଖରାଦିନେ ସା ଭୋଗରେ ଦହିପଖାଳ ମଧ୍ୟ ଲାଗି ହୁଏ। ସେହିପରି ପ୍ରତିବର୍ଷ ଏଠାରେ ମହାପ୍ରଭୁଙ୍କର ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। କିନ୍ତୁ ପୁରୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଯେଉଁଦିନ ରଥଯାତ୍ରା ଅନୁଷ୍ଠିତ ହୁଏ ଠିକ୍‌ ତା’ପରଦିନ ଏଠାରେ ଯାତ୍ରା ହୁଏ। ତେବେ ଏହାର ବିଶେଷତ୍ତ୍ୱ ହେଉଛି କେବଳ ମହିଳାମାନେ ହିଁ ଏଠାରେ ଦେବୀ ସୁଭଦ୍ରାଙ୍କ ରଥ ଟାଣିଥାନ୍ତି।
ଆଉ କ’ଣ ଦେଖିବେ
* ବାଣ୍ଠିଆ ଜଗନ୍ନାଥ ମନ୍ଦିର: ବାରିପଦାର ବଡ଼ ଜଗନ୍ନାଥ ମନ୍ଦିର ବ୍ୟତୀତ ଅନ୍ୟ ଏକ ବିଶିଷ୍ଟ ଜଗନ୍ନାଥ ମନ୍ଦିର ହେଉଛି ବାଣ୍ଠିଆ ଜଗନ୍ନାଥ ମନ୍ଦିର। ଏହା ଶ୍ରୀନାଥ ଭଞ୍ଜଙ୍କ ଦ୍ୱାରା ୧୮ଶହ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା। ଏଠାରେ ମଧ୍ୟ ପ୍ରତିବର୍ଷ ପ୍ରଭୁଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ।
* ଭୀମେଶ୍ୱରୀ: ବାରିପଦାର ଅନ୍ୟ ଏକ ମନ୍ଦିର ହେଉଛି ଭୀମେଶ୍ୱରୀ ମନ୍ଦିର; ଯାହା କାଳନଦୀ ତଟର ପେଡ଼ାଗାଡ଼ି ଗାଁରେ ଏକ ପର୍ବତ ଶିଖରରେ ଅବସ୍ଥିତ। ଏହା ବାରିପଦା ସହରଠାରୁ ୫୫ କି.ମି. ଦୂରରେ ରହିଛି। ଏଠାରେ କାର୍ତ୍ତିକେୟ, ଚାମୁଣ୍ଡା, ଭୈରବ, ବରାହୀଙ୍କ ମୂର୍ତ୍ତି ଏକ କ୍ଷୁଦ୍ର ମଣ୍ଡପରେ ଖୋଦିତ ହୋଇଛି। କାର୍ତ୍ତିକେୟଙ୍କ ଦୁଇ ହସ୍ତ ବିଶିଷ୍ଟ ମୂର୍ତ୍ତିଟି ନଅଶହ ଖ୍ରୀଷ୍ଟାବ୍ଦର ନିର୍ମାଣଶୈଳୀକୁ ସୂଚାଏ। ମଇଁଷି ବାହନରେ ଆସୀନ ଯମଙ୍କର ପ୍ରତିକୃତି ମଧ୍ୟ ଏଠାରେ ଦେଖିବାକୁ ମିଳେ। ନିକଟରେ ଲୋକନାଥେଶ୍ୱର ମନ୍ଦିର ମଧ୍ୟ ଅବସ୍ଥିତ।
* ହରିପୁର: ବୁଢ଼ାବଳଙ୍ଗ ନଦୀର ଦକ୍ଷିଣ ତଟର ୧୭ କି.ମି. ଦୂରରେ ହରିପୁର ଅବସ୍ଥିତ। ଏହାର ପ୍ରତ୍ନତାତ୍ତ୍ୱିକ ଖନନ ସ୍ବର୍ଗତ ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ଦ୍ୱାରା କରାଯାଇଥିଲା। ପୁରାତନ କିମ୍ବଦନ୍ତୀ ଅନୁଯାୟୀ, ୧୪୦୦ ଖ୍ରୀଷ୍ଟାବ୍ଦରେ ରାଜା ହରିହର ଭଞ୍ଜଙ୍କ ନାମାନୁଯାୟୀ ଏହି ସ୍ଥାନକୁ ହରିହରପୁର ଭାବେ ନାମିତ କରାଯାଇଥିଲା। ଏଠାରେ ଏକ ସୁନ୍ଦର ଟେରାକୋଟା ଶିଳ୍ପକଳା ବିଶିଷ୍ଟ ମନ୍ଦିର ରହିଛି; ଯାହା ରସିକରାୟ ମନ୍ଦିର ଭାବରେ ରାଜା ବୈଦ୍ୟନାଥ ଭଞ୍ଜଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ପଶ୍ଚିମବଙ୍ଗର ବିଷ୍ଣୁପୁରସ୍ଥିତ ମନ୍ଦିରର ନିର୍ମାଣଶୈଳୀ ସହ ଏହା ତୁଳନୀୟ। ପ୍ରତାପପୁର ଓ ହରିପୁରଗଡ଼ର ସୀମାବର୍ତ୍ତୀ ବଡ଼ପଣ୍ଡାଠାରେ ଅବସ୍ଥିତ ମହିଷମର୍ଦ୍ଦିନୀ ମୂର୍ତ୍ତି ସ୍ଥାନୀୟ ଅଧିବାସୀଙ୍କ ଦ୍ୱାରା ଗଡ଼ଚଣ୍ଡୀ ରୂପରେ ପୂଜା ପାଆନ୍ତି।
* ମାଣତିରିର କଖାରୁଆ ବୈଦ୍ୟନାଥ ମନ୍ଦିର: ବାରିପଦା ସହରଠାରୁ ପ୍ରାୟ ୩୬ କି.ମି. ଦୂର ଓ ବଡ଼ସାହିର ଦକ୍ଷିଣ ପୂର୍ବ ଦିଗର ୧୦ କି.ମି. ଦୂରରେ ସ୍ଥିତ ମାଣତିରିଠାରେ କଖାରୁଆ ବୈଦ୍ୟନାଥ ମନ୍ଦିର ଅବସ୍ଥିତ। ଏହାର ନିର୍ମାଣ ଶୈଳୀରୁ ଏହା ୧୫ଶହ ଶତାବ୍ଦୀର ବୋଲି ପ୍ରତୀତ ହୁଏ। ତା’ଛଡ଼ା ଏହି ମନ୍ଦିରର ଗଠନଶୈଳୀ ବଡ଼ ଜଗନ୍ନାଥ ମନ୍ଦିରର ଗଠନଶୈଳୀ ସହ ପ୍ରାୟତଃ ସମାନ ବୋଲି କୁହାଯାଏ। ଏହାର ତୋରଣ ୧୧ଶହ ଖ୍ରୀଷ୍ଟାବ୍ଦର ନିର୍ମାଣ ଶୈଳୀକୁ ଦର୍ଶାଏ। – ଡ. ଅରବିନ୍ଦ ବୋଷ
ଅଧ୍ୟାପକ, ଗବେଷକ (ଇତିହାସ)
ମୋ : ୬୩୭୦୧୪୧୭୬୩


Enter your email to get our daily news in your inbox.

All Right Reserved By Dharitri.Com

ମାଥ୍ୟୁ ହେଡେନଙ୍କୁ ମିଳିଲା ଗୁରୁଦାୟିତ୍ୱ

ଅହମଦାବାଦ,୧୦ା୩: ଅଷ୍ଟ୍ରେଲିଆର ପୂର୍ବତନ ଓପନର ମାଥ୍ୟୁ ହେଡେନଙ୍କୁ ମଙ୍ଗଳବାର ଆଗାମୀ ଆଇପିଏଲ୍‌ ସିଜନ ଲାଗି ଗୁଜରାଟ ଟାଇଟନ୍ସ ପକ୍ଷରୁ ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ଦୁଇ…

ଯୁଦ୍ଧ ଭିତରେ ଚାଇନାର ଭୟଙ୍କର ପ୍ଲାନ! ବିଶ୍ୱରେ ପଡିଲା ଚହଳ

ବେଜିଂ,୧୦।୩: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର, ଯୁକ୍ତରାଷ୍ଟ୍ର, ଇରାନ ସହିତ ଚାଲିଥିବା ସଂଘର୍ଷ ପାଇଁ ତାର ସମସ୍ତ ଶକ୍ତି ଲଗାଇ ଦେଇଥିବା ବେଳେ, ଚାଇନା ଏକ ଭୟଙ୍କର…

ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଚମକାଇଲେ ରିଙ୍କୁ ସିଂ, କହିଦେଲେ…

ଅହମଦାବାଦ,୧୦ା୩: ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚାମ୍ପିୟନ ହେବା ପରେ ଭାରତୀୟ ଦଳର ଷ୍ଟାର ରିଙ୍କୁ ସିଂ ତାଙ୍କ ସ୍ବର୍ଗତ ବାପା ଖାନଚାନ୍ଦ ସିଂଙ୍କ ଲାଗି ଏକ…

ଆଶ୍ରମ ବିଦ୍ୟାଳୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ତଥ୍ୟରେ ତାଳମେଳ ନ ଥିବାରୁ ବଢୁଛି ଉତ୍ତେଜନା, ବାହୁନି କାନ୍ଦୁଛନ୍ତି ମା’  

ପଟ୍ଟାଙ୍ଗି/ସୁନାବେଡା, ୧୦।୩ (ଶରତ କୁମାର ଧଳ/କୃତ୍ତିବାସ ପ୍ରଧାନ): ଜବାହାର ନବୋଦୟ ବିଦ୍ୟାଳୟର ତିନି ଛାତ୍ରଙ୍କ ମୃତ୍ୟୁ ଘଟଣାର ମାତ୍ର ତିନି ଦିନ ପରେ ପୁଣି ଜଣେ ଆଶ୍ରମ…

ଅର୍ଶଦୀପଙ୍କୁ ଜରିମାନା, ଜାଣନ୍ତୁ କାହିଁକି…

ଦୁବାଇ, ୧୦ା୩: ଅହମଦାବାଦରେ ଅନୁଷ୍ଠିତ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଫାଇନାଲ ସମୟରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡେରିଲ ମିଚେଲଙ୍କୁ ଲକ୍ଷ୍ୟ କରି ଅକ୍ରମଣାତ୍ମକ ଢଙ୍ଗରେ ବଲ୍‌ ଫିଙ୍ଗିଥିବାରୁ…

ରାଉରକେଲା IGHରେ ଅଭାବନୀୟ ଘଟଣା: ଟଏଲେଟ୍‌ ପ୍ୟାନ୍‌ ଭିତରୁ ନବଜାତକର ମୃତଦେହ ଉଦ୍ଧାର, ବଢ଼ିଲା ଚର୍ଚ୍ଚା

ରାଉରକେଲା, ୧୦।୩ (ସଂଗୀତା ଜେନା): ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (IGH) ପରିସରରେ ଏକ ହୃଦୟ ବିଦାରକ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ହସ୍ପିଟାଲର ଜରୁରୀକାଳୀନ…

ଓଡ଼ିଶାରେ ଗ୍ୟାସ ସିଲିଣ୍ଡରକୁ ନେଇ ସରକାର ବଡ଼ ଘୋଷଣା, କାଲିଠୁ…

ଭୁବନେଶ୍ୱର,୧୦।୩: ଓଡ଼ିଶାରେ ରନ୍ଧନ ଗ୍ୟାସ (LPG) ସଙ୍କଟକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ରାଜ୍ୟ ସରକାର ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବିଶେଷ କରି ପଶ୍ଚିମ…

ଏଲପିଜି ସଙ୍କଟ: ଏସବୁ ରାଜ୍ୟରେ ବଢିଯିବ ଗ୍ୟାସଦର! ଓଡ଼ିଶାରେ…

ନୂଆଦିଲ୍‌ଲୀ,୧୦।୩: ବର୍ତ୍ତମାନ ପଶ୍ଚିମ ଏସିଆରେ ଚାଲିଥିବା ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧ ଯୋଗୁଁ ଭାରତରେ ଏଲପିଜି (LPG) ବା ରନ୍ଧନ ଗ୍ୟାସ ଯୋଗାଣରେ ସମସ୍ୟା ଦେଖାଦେଇଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri