ବରୀ ବିଜେଡି: ଆଶାୟୀଙ୍କ ଭିତରେ ଲଢ଼େଇ

ରସୁଲପୁର, ୨୯।୧(ରଞ୍ଜିତ ରାଉତ): ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀରେ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀମାନେ କସରତ ଆରମ୍ଭ କରିଦେଲେଣି। ଶାସକ ବିଜେଡିରେ ଅନେକ ଆଶାୟୀ ବିରୋଧୀଙ୍କୁ ସୁହାଇବା ଭଳି ମନେହେଉଛନ୍ତି। କହିବାକୁ ଗଲେ ଏଠି ବିଜେଡି ନିଜ ସହ ଲଢୁଛି। ଏଠାରେ ବିରୋଧୀମାନେ ସେତେଟା ପ୍ରଭାବୀ ନୁହନ୍ତିି। କିନ୍ତୁ ବିଜେଡିରେ ଏକାଧିକ ଆଶାୟୀ ଦଳୀୟ କନ୍ଦଳ ସୃଷ୍ଟି କରୁଥିବାରୁ ତାହାର ଫାଇଦା ଅନ୍ୟଆଡ଼େ ଚାଲିଯିବାର ଆଶଙ୍କା ଉପୁଜିଲାଣି। କ୍ରମରେ ଦେଖିଲେ ୨୦୧୯ ନିର୍ବାଚନରେ ଭାଜପା ନେତ୍ରୀ ରହିଥିବା ସୁନନ୍ଦା ଦାସଙ୍କୁ ବିଜେଡି ଆମଦାନୀ କରିଆଣି ବିଧାୟକ ଆସନରେ ବସାଇଛି। ସେ ବରୀ ରାଜନୀତିରେ ବେଶ୍‌ ସକ୍ରିୟ ଅଛନ୍ତି। ପ୍ରତିଦିନ ନିଆରା କାର୍ଯ୍ୟକ୍ରମ ଜରିଆରେ ଜନସାଧାରଣଙ୍କୁ ଭେଟି ସମ୍ପର୍କ ଯୋଡ଼ିିବାକୁ ପ୍ରୟାସ ଜାରି ରଖିଛନ୍ତି।

ତାଙ୍କର ଏଭଳି କାର୍ଯ୍ୟକ୍ରମ ପାଇଁ ସେ ଦେଶର ୫୪ଜଣ ଶ୍ରେଷ୍ଠ ବିଧାୟକ ଓ ଓଡ଼ିଶାରୁ ଏକମାତ୍ର ମହିଳା ବିଧାୟିକା ଭାବେ ସ୍ଥାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେହିପରି ଆଉ ଜଣେ ନେତ୍ରୀ ଶର୍ମିଷ୍ଠା ସେଠୀ ପ୍ରଶାସନିକ ସେବା ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ରାଜନୀତିରେ ପ୍ରବେଶ କରି ଯାଜପୁର ଏମ୍‌ପି ହୋଇଛନ୍ତି। ତାଙ୍କର ଶାଶୁଘର ଏହି ନିର୍ବାଚନମଣ୍ଡଳୀରେ। ବରୀର ଆଉ ଜଣେ ନାରୀ ସୁଲତା ଦେଓ, ଯିଏ କି ରାଜ୍ୟ ସଭା ସଦସ୍ୟ ଅଛନ୍ତି। ସେହିଭଳି ଅନ୍ୟତମ ପ୍ରଭାବଶାଳୀ ନେତ୍ରୀଙ୍କ କଥା କହିବାକୁ ଗଲେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ଏହି ନିର୍ବାଚନମଣ୍ଡଳୀ ସହ ସମ୍ପର୍କ ବେଶ୍‌ ନିବିଡ଼। ଏସବୁ ନେତ୍ରୀଙ୍କ ମଧ୍ୟରୁ କେହି ଜଣେ ବରୀରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏହାଛଡ଼ା ଗତ ନିର୍ବାଚନରେ ଭାଜପା ପ୍ରାର୍ଥୀ ହୋଇଥିବା ବିଶ୍ୱରଞ୍ଜନ ମଲିକ ବିଜେଡିର ସୁନନ୍ଦାଙ୍କୁ କଡ଼ା ଟକ୍କର ଦେଇ ମାତ୍ର ୪ ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ସେ ଇତିିମଧ୍ୟରେ ବିଜେଡିରେ ସାମିଲ ହୋଇସାରିଛନ୍ତି। ସେ ଏଥର ଦଳୀୟ ଟିକେଟ ପାଇବେ ବୋଲି ତାଙ୍କର ସମର୍ଥକମାନେ କହି ବୁଲୁଛନ୍ତି।

ଏହାଛଡ଼ା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ବିଜେଡିର ଉଚ୍ଚସ୍ତରୀୟ ନେତାଙ୍କ ଗୁଡ୍‌ବୁକ୍‌ରେ ନ ଥିଲେ ମଧ୍ୟ ନିର୍ବାଚନରେ ପ୍ରାର୍ଥୀ ହେବା ନିଶ୍ଚିତ ବୋଲି କହୁଛନ୍ତି। ହେଲେ ଦେବାଶିଷଙ୍କ ଅତ୍ୟନ୍ତ ଘନିଷ୍ଠ ବୋଲି ଜଣାଶୁଣା ବରୀ ବ୍ଲକ ପୂର୍ବତନ ବିଜେଡି ସଭାପତି ସେକ୍‌ ସଫିକ୍‌ ଉଦ୍ଧିନ (ଟାଲି ବାବୁ) ପୃଥକ୍‌ ଭାବେ ବୈଠକମାନ ଆୟୋଜନ କରୁଥିବା ଦେଖାଯାଉଛି। ରସୁଲପୁର ବ୍ଲକରୁ ଏହି ନିର୍ବାଚନମଣ୍ଡଳୀରେ ସାମିଲ ହୋଇଥିବା ୧୦ ପଞ୍ଚାୟତ ମଧ୍ୟରୁ ସାମନ୍ତରାପୁର ପଞ୍ଚାୟତରେ ଏକ ବନ୍ଧୁମିଳନ ଆଳରେ ସେ ପୁରୁଣା ସରପଞ୍ଚ ଓ କର୍ମୀମାନଙ୍କୁ ଏକଜୁଟ୍‌ କରିଥିବା ଚର୍ଚ୍ଚାର ବିଷୟ ରହିଛି। ଏ ସବୁ ପରେ ଯୁବ ନେତା ଅଶୋକ କୁମାର ବେହେରା ଓ ବରୀ ଗ୍ରାମ ପଞ୍ଚାୟତର ସଞ୍ଜୀବ ଜେନା ଦଳପାଇଁ ନୂଆ ଚେହେରା ଭାବେ ବରୀରେ ଉଭା ହୋଇଥିବା ଆଲୋଚନା ହେଉଛି। ସେମାନେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକ ସମ୍ପର୍କ ସୃଷ୍ଟି କରୁଛନ୍ତି। ସେମାନେ ଏଥର ବରୀରୁ ପ୍ରାର୍ଥୀ ହେବେ ବୋଲି ଛକ ବଜାରରେ ଚର୍ଚ୍ଚା ଆରମ୍ଭ ହେଲାଣି। ସେହିପରି ଆଉ ଜଣେ ଯୁବନେତା ତଥା ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକଙ୍କ କଥା ନିର୍ବାଚନ ଆସିଲେ ଚର୍ଚ୍ଚାକୁ ଆସେ। ସେ ବି ଏଥର ଟିକେଟ ଆଶାୟୀ।

ଏହିଭଳି ଭାବେ ଦେଖିବାକୁ ଗଲେ ବରୀ ବିଜେଡିରେ ୮ ରୁ ୧୦ଜଣ ନେତା ଦଳୀୟ ଟିକେଟ ଆଶାରେ ରାଜନୀତି ଆରମ୍ଭ କଲେଣି। ଏଠାରେ ଦଳ ପୁରୁଣାକୁ ଦୋହରାଇବ ନା ନୂଆ ଚେହେରା ଉପରେ ମୋହର ଲଗାଇବ ତା’ସମୟ କ୍ରମେ ସ୍ପଷ୍ଟ ହୋଇଯିବ ବୋଲି ନିର୍ବାଚନ ସମୀକ୍ଷକମାନେ କହୁଛନ୍ତି। ଜଣକୁ ଟିକେଟ ଦେଇ ଅନ୍ୟମାନଙ୍କୁ ଦଳ କେମିତି ସନ୍ତୁଷ୍ଟ କରୁଛି ଦେଖିବାର ଅଛି। ଉପରଲିଖିତ ଆଶାୟୀଙ୍କ ଗତିବିଧି ଉପରେ ଭାଜପାର ଯୁବନେତା ଉମେଶ ଜେନା ଓ କଂଗ୍ରେସ ନେତ୍ରୀ ଆରତୀ ଦେଓଙ୍କର ନଜର ରହିଥିବା ଲକ୍ଷ୍ୟ କରାଯାଉଛି। ବିରୋଧୀମାନେ ବିଜେଡିରେ ଗୋଷ୍ଠୀ କନ୍ଦଳକୁ ଚାହିଁ ବସିଥିବା ଭଳି ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଧାନକ୍ରୟ କେନ୍ଦ୍ର ସାମ୍ନାରେ ୨ ଚାଷୀଙ୍କ ଧାରଣା: ସମିତିର ଏମିତି ତ୍ରୁଟି…

ତିହିଡି଼,୧୯/୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ବାରସର ସମବାୟ ସମିତି ଧାନ କ୍ରୟ କେନ୍ଦ୍ର କାର୍ଯ୍ୟାଳୟ ସାମ୍ନାରେ ଗୁରୁବାର ସକାଳଠାରୁ ୨ଜଣ ଚାଷୀ ଧାରଣାରେ ବସିଛନ୍ତି l ତିଆଡ଼ିସାହି…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri