ବରଗଡ଼ରେ ଧାନ କିଣାବିକା ସମସ୍ୟା ଅସମାହିତ: ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲା ସଂଯୁକ୍ତ କୃଷକ ସଂଗଠନ

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ) -ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି । ଏ଼ହାସତ୍ତ୍ବେ ଜିଲାରେ ଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ଅନେକ ଚାଷୀଙ୍କ ଧାନକୁ କ୍ରୟ କରାଯାଉ ନାହିଁ। ଅନ୍ୟପକ୍ଷରେ ମଣ୍ଡିକୁ ଆସି ନଥିବା ଧାନ ବେପାରୀ ମାଧ୍ୟମରେ ସିଧାସଳଖ ଜିଲାର କେତେକ ରାଇସ ମିଲକୁ ଯାଉଥିବା ଏବଂ ମଣ୍ଡିରେ ଫଲ୍ସ ଏଣ୍ଟ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଏପରିକି ବିଭିନ୍ନ ମଣ୍ଡିରେ ବିକ୍ରି ଅପେକ୍ଷାରେ ପଡ଼ି ରହିଥିବା ଧାନକୁ ଉଠାଇବା ପାଇଁ ଚାଷୀମାନେ ବାରମ୍ବାର ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ ସହ ଆନ୍ଦୋଳନକୁ ମଧ୍ୟ ଓହ୍ଲାଉଛନ୍ତି। ତଥାପି ସ୍ଥାନୀୟ ପ୍ରଶାସନ ଏବଂ ଜନ ପ୍ରତିନିଧି ନିର୍ବିକାର ରହିଥିବା ଅଭିଯୋଗ କରି ଚାଷୀ ଅସନ୍ତୋଷ ବଢି ଚାଲିଛି। ଅପରପକ୍ଷରେ ବର୍ଷା ଆସି ଯାଇଥିବାରୁ ଜିଲାର ଚାଷୀମାନଙ୍କ ଚିନ୍ତା ବଢିଯାଇଛି। ଏହି କ୍ରମରେ ସୋମବାର ଜିଲାର ସଂଯୁକ୍ତ କୃଷକ ସଂଗଠନ ୫ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ, ଯୋଗାଣ ମନ୍ତ୍ରୀ, କୃଷି ମନ୍ତ୍ରୀ ଏବଂ ପ୍ରାକୃତିକ ବିପର୍ଯୟ ପରିଚାଳନା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି। ଜିଲାପାଳ ଗୋୟଲଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ସ୍ମାରକପତ୍ର ଗ୍ରହଣ କରିଥିଲେ। ମୌସୁମୀ ବର୍ଷା କାରଣରୁ ଯେମିତି ଅମଳ ଧାନ ନଷ୍ଟ ନ ହେବ, ସେଦିଗରେ ପଦକ୍ଷେପ ନେବା ପାଇଁ ଦାବି କରାଯାଇଛି। ପ୍ରକାଶ ଯେ, ଅନ୍ୟବର୍ଷ ତୁଳନାରେ ଏଥର ଜିଲାରେ ଅଧିକ ଚାଷୀ ପଞ୍ଜୀକୃତ ହୋଇଛନ୍ତି। କିନ୍ତୁ ଧାନ ସଂଗ୍ରହ ପ୍ରକ୍ରିୟା ବହୁତ ମନ୍ଥର ଗତିରେ ଚାଲିଛି। ଗୋଟିଏ ପଟେ ପାଣିପାଗ ବିଭାଗ ଆଗୁଆ ମୌସୁମୀ ବର୍ଷାର ସତର୍କ ଦେଇଥିବା ବେଳେ ରାଜ୍ୟରେ ଧାନକିଣା ପ୍ରସଙ୍ଗକୁ ନେଇ ସରକାର ସେଭଳି ତତ୍ପରତା ଦେଖାଇଥିବା ନଥିବା ଅଭିଯୋଗ ହୋଇଛି। ରାଜ୍ୟରେ ୩ଲକ୍ଷ ୨୯ହଜାର ୫୦ଜଣ ଚାଷୀ ପଞ୍ଚିକରଣ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧ଲକ୍ଷ ୮୨ହଜାର ୨୭୪ଜଣ ଚାଷୀ ୧୧ଲକ୍ଷ ୫୪ହଜାର ୬୪୦ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ରାଜ୍ୟରେ ଆହୁରି ୧ଲକ୍ଷ ୪୭ହଜାର ୭୭୭ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ବାକି ଅଛନ୍ତି। ଅନୁରୂପ ଭାବେ ବରଗଡ଼ ଜିଲାରେ ୯୧ହଜାର ୬ଜଣ ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ ୬୬ ହଜାର ୭୭୩ ଜଣ ଚାଷୀ ୪୪ଲକ୍ଷ ୫୨ହଜାର ୪୬୬କୁଇଣ୍ଟାଲ ଧାନ ବିକ୍ରି କରିଥିବା ବେଳେ ଅନ୍ୟ ୨୪ହଜାର ୨୨୩ଜଣ ଚାଷୀ ଧାନ ବିକ୍ରି କରିବାର ବାକି ରହିଛି। ଲଗାତର ଅଦିନିଆଁ ବର୍ଷା କାରଣରୁ ବହୁ ପରିମାଣର ଧାନ ନଷ୍ଟ ହୋଇ ଯାଇଛି ଏବଂ ଯେଉଁ ଧାନ ସୁରକ୍ଷିତ ଅଛି, ତାହା ବିକ୍ରି କରିବା ପାଇଁ ଅତାବିରା ନିୟନ୍ତ୍ରିତ ବଜାର କମିଟି(ଆରଏମସି) ଅଧୀନ ମଣ୍ଡି ଗୁଡିକରେ ୪ଲକ୍ଷ ୬୨ହଜାର ୧୨୬, ବରଗଡ଼ ଆର୍‌ଏମ୍‌ସି ଅଧୀନ ମଣ୍ଡିରେ ୨ଲକ୍ଷ ୩୧ହଜାର ୬୬୮ ଏବଂ ପଦ୍ମପୁର ଆର୍‌ଏମ୍‌ସି ଅଧିନ ମଣ୍ଡିରେ ୪ଲକ୍ଷ ୨ହଜାର ୬୩ ବସ୍ତା ଧାନ ବିକ୍ରିରେ ଅପେକ୍ଷାରେ ରହିଛି। କିଛି ମଣ୍ଡିରେ ଖୋଲା ଆକାଶ ତଳେ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ି ରହିଛି। ମଣ୍ଡିରେ ସ୍ଥାନ ନ ଥିବାରୁ ଚାଷୀମାନଙ୍କ ଖଳା କିମ୍ବା ଘରେ ମଧ୍ୟ ଅସୁରକ୍ଷିତ ଭାବରେ ଧାନ ରହିଛି। ଏଣୁ ଅତି ସମ୍ବେଦନଶୀଳ ଭାବେ ବିଚାର କରି ଚାଷୀଙ୍କ କଷ୍ଟୋପାର୍ଜିତ ସମସ୍ତ ଧାନକୁ ତୁରନ୍ତ କ୍ରୟ କରିବା ଦିଗରେ ପଦକ୍ଷେପ ନେବା ପାଇଁ ସ୍ମାରକପତ୍ରରେ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଥମେ ତୁରନ୍ତ ବିଜ୍ଞାପନ ଦେଇ ଚାଷୀମାନଙ୍କ ସମସ୍ତ ଧାନ ମଣ୍ଡିକୁ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯିବା, ଧାନ ଯେମିତି ସୁରକ୍ଷିତ ରହିବା ତାହାର ସୁବ୍ୟବସ୍ଥା କରିବା, ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଚାଷୀଙ୍କ ଧାନ କିଣାଯିବା, ଅଦିନିଆଁ ବର୍ଷାରେ ନଷ୍ଟ ହୋଇଥିବା ଧାନର ମାନ କୋହଳ କରି ସରକାରୀ ଧାର୍ଯ୍ୟ ମୂଲ୍ୟରେ କିଣାଯିବା, ଦଲାଲମୁକ୍ତ ମଣ୍ଡି ବ୍ୟବସ୍ଥା କରି ଧାନ ନେବାର ଅନୁମତି ପାଇଥିବା ରାଇସ ମିଲ ମାନଙ୍କୁ ତୁରନ୍ତ ଧାନ ଉଠାଇବା ନିର୍ଦ୍ଦେଶ ଦେବାକୁ ଦାବି ହୋଇଛି। ଧାନ କୁଇଣ୍ଟାଲ ପ୍ରତି ୩୧ଶହ ଟଙ୍କା ପାଇବା ପାଇଁ ଅଧିକ ଚାଷୀ ପଞ୍ଜିକରଣ ହୋଇଛନ୍ତି, ଫଳରେ ଯେଭଳି ସମସ୍ତ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ପାରିବେ, ସେ ଦିଗରେ ପଦକ୍ଷେପ ନିଆଯାଉ ବୋଲି ସଂଯୁକ୍ତ କୃଷକ ସଂଗଠନ ଦାବି କରିଛି। ସ୍ମାରକପତ୍ର ପ୍ରଦାନ ସମୟରେ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର, ସୁରେଶ ନିକେଣ୍ଟି, ନିରଞ୍ଜନ ପଧାନ, ଶିବ ସାହୁ, କ୍ଷୀରୋଦ୍ର ପଧାନ, ସାରଥୀ ପଧାନ, ମୁକେଶ ସାହୁ, ସୁଧାଂଶୁ ବିଶ୍ୱାଳ, ବୃନ୍ଦାବନ ପଧାନ, କଳାକାର ଦେହେରୀ, ପଦ୍ମଲୋଚନ ପଧାନ, ପୂର୍ଣ୍ଣଚନ୍ଦ୍ର ପଧାନ, ରାଜକିଶୋର ଦେହେରୀ, ହରି ସାହୁ, ଗୋପୀନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

ଯୁଦ୍ଧ ବୁଡାଜାହାଜ ପଠାଇଲା ଆମେରିକା, ଚାଇନା ସହ ଯୁଦ୍ଧ ସଙ୍କେତ! ୩ ମହାସାଗରରେ ହଲଚଲ…

ବେଜିଂ,୨୪।୩: ଚୀନ ଏକ ବିଶାଳ ଜଳମଗ୍ନ ସର୍ଭେ ଏବଂ ମ୍ୟାପିଂ ଅପରେସନ ଆରମ୍ଭ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସମୁଦ୍ର ବିଷୟରେ ଗଭୀର ସୂଚନା ସଂଗ୍ରହ କରିବା,…

ନୂଆ ଗ୍ୟାସ କନେକ୍ସନ ନେଉଥିଲେ ବଡ଼ ଘୋଷଣା, ଏପ୍ରିଲ ୩୦ ଯାଏ ମାଗଣା ମିଳିବ ଗ୍ୟାସ…

ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟରେ, ପାଇପଲାଇନ ମାଧ୍ୟମରେ ପ୍ରାକୃତିକ ଗ୍ୟାସ ଯୋଗାଣ କରୁଥିବା…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

ତିନି ମହଲା ବିଶିଷ୍ଟ ଧନୀ ଲୋକଙ୍କ ଘରେ ଲାଗିନି ୱାଟର ମିଟର: ବିଭାଗର ଅନୁକମ୍ପା ନା ପାୱାର କରିଡର ସରକାରୀ ଦଳର…

ଗଞ୍ଜାମ,୨୪।୩(ବିଦ୍ୟାଧର ସାହୁ): ୧୨ଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ ହୋଇଛି। ଗଞ୍ଜାମ ସହରର ବିଭିନ୍ନ ସାହିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୱାଟର ମିଟର ଲଗା ଯାଇଛି…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଦ୍ୱିତୀୟ ବିବାହ କଲେ ରାପର୍‌ Badshah, ଫଟୋ ସେୟାର କରି ଚମକାଇଲେ ଶାଶୁ

ମୁମ୍ୱାଇ: ପଞ୍ଜାବୀ ଗାୟକ ଏବଂ ରାପର୍‌ ବାଦଶାହଙ୍କ କିଏ ବା ଜାଣିନି? ସମଗ୍ର ଦେଶ ତାଙ୍କ ଗୀତରେ ଝୁମି ଉଠୁଛି। ତଥାପି, ତାଙ୍କ ବିଷୟରେ ଏକ ବଡ଼…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri