ବରଗଡ଼ରେ ଧାନ କିଣାବିକା ସମସ୍ୟା ଅସମାହିତ: ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲା ସଂଯୁକ୍ତ କୃଷକ ସଂଗଠନ

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ) -ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି । ଏ଼ହାସତ୍ତ୍ବେ ଜିଲାରେ ଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ଅନେକ ଚାଷୀଙ୍କ ଧାନକୁ କ୍ରୟ କରାଯାଉ ନାହିଁ। ଅନ୍ୟପକ୍ଷରେ ମଣ୍ଡିକୁ ଆସି ନଥିବା ଧାନ ବେପାରୀ ମାଧ୍ୟମରେ ସିଧାସଳଖ ଜିଲାର କେତେକ ରାଇସ ମିଲକୁ ଯାଉଥିବା ଏବଂ ମଣ୍ଡିରେ ଫଲ୍ସ ଏଣ୍ଟ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଏପରିକି ବିଭିନ୍ନ ମଣ୍ଡିରେ ବିକ୍ରି ଅପେକ୍ଷାରେ ପଡ଼ି ରହିଥିବା ଧାନକୁ ଉଠାଇବା ପାଇଁ ଚାଷୀମାନେ ବାରମ୍ବାର ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ ସହ ଆନ୍ଦୋଳନକୁ ମଧ୍ୟ ଓହ୍ଲାଉଛନ୍ତି। ତଥାପି ସ୍ଥାନୀୟ ପ୍ରଶାସନ ଏବଂ ଜନ ପ୍ରତିନିଧି ନିର୍ବିକାର ରହିଥିବା ଅଭିଯୋଗ କରି ଚାଷୀ ଅସନ୍ତୋଷ ବଢି ଚାଲିଛି। ଅପରପକ୍ଷରେ ବର୍ଷା ଆସି ଯାଇଥିବାରୁ ଜିଲାର ଚାଷୀମାନଙ୍କ ଚିନ୍ତା ବଢିଯାଇଛି। ଏହି କ୍ରମରେ ସୋମବାର ଜିଲାର ସଂଯୁକ୍ତ କୃଷକ ସଂଗଠନ ୫ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ, ଯୋଗାଣ ମନ୍ତ୍ରୀ, କୃଷି ମନ୍ତ୍ରୀ ଏବଂ ପ୍ରାକୃତିକ ବିପର୍ଯୟ ପରିଚାଳନା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି। ଜିଲାପାଳ ଗୋୟଲଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ସ୍ମାରକପତ୍ର ଗ୍ରହଣ କରିଥିଲେ। ମୌସୁମୀ ବର୍ଷା କାରଣରୁ ଯେମିତି ଅମଳ ଧାନ ନଷ୍ଟ ନ ହେବ, ସେଦିଗରେ ପଦକ୍ଷେପ ନେବା ପାଇଁ ଦାବି କରାଯାଇଛି। ପ୍ରକାଶ ଯେ, ଅନ୍ୟବର୍ଷ ତୁଳନାରେ ଏଥର ଜିଲାରେ ଅଧିକ ଚାଷୀ ପଞ୍ଜୀକୃତ ହୋଇଛନ୍ତି। କିନ୍ତୁ ଧାନ ସଂଗ୍ରହ ପ୍ରକ୍ରିୟା ବହୁତ ମନ୍ଥର ଗତିରେ ଚାଲିଛି। ଗୋଟିଏ ପଟେ ପାଣିପାଗ ବିଭାଗ ଆଗୁଆ ମୌସୁମୀ ବର୍ଷାର ସତର୍କ ଦେଇଥିବା ବେଳେ ରାଜ୍ୟରେ ଧାନକିଣା ପ୍ରସଙ୍ଗକୁ ନେଇ ସରକାର ସେଭଳି ତତ୍ପରତା ଦେଖାଇଥିବା ନଥିବା ଅଭିଯୋଗ ହୋଇଛି। ରାଜ୍ୟରେ ୩ଲକ୍ଷ ୨୯ହଜାର ୫୦ଜଣ ଚାଷୀ ପଞ୍ଚିକରଣ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧ଲକ୍ଷ ୮୨ହଜାର ୨୭୪ଜଣ ଚାଷୀ ୧୧ଲକ୍ଷ ୫୪ହଜାର ୬୪୦ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ରାଜ୍ୟରେ ଆହୁରି ୧ଲକ୍ଷ ୪୭ହଜାର ୭୭୭ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ବାକି ଅଛନ୍ତି। ଅନୁରୂପ ଭାବେ ବରଗଡ଼ ଜିଲାରେ ୯୧ହଜାର ୬ଜଣ ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ ୬୬ ହଜାର ୭୭୩ ଜଣ ଚାଷୀ ୪୪ଲକ୍ଷ ୫୨ହଜାର ୪୬୬କୁଇଣ୍ଟାଲ ଧାନ ବିକ୍ରି କରିଥିବା ବେଳେ ଅନ୍ୟ ୨୪ହଜାର ୨୨୩ଜଣ ଚାଷୀ ଧାନ ବିକ୍ରି କରିବାର ବାକି ରହିଛି। ଲଗାତର ଅଦିନିଆଁ ବର୍ଷା କାରଣରୁ ବହୁ ପରିମାଣର ଧାନ ନଷ୍ଟ ହୋଇ ଯାଇଛି ଏବଂ ଯେଉଁ ଧାନ ସୁରକ୍ଷିତ ଅଛି, ତାହା ବିକ୍ରି କରିବା ପାଇଁ ଅତାବିରା ନିୟନ୍ତ୍ରିତ ବଜାର କମିଟି(ଆରଏମସି) ଅଧୀନ ମଣ୍ଡି ଗୁଡିକରେ ୪ଲକ୍ଷ ୬୨ହଜାର ୧୨୬, ବରଗଡ଼ ଆର୍‌ଏମ୍‌ସି ଅଧୀନ ମଣ୍ଡିରେ ୨ଲକ୍ଷ ୩୧ହଜାର ୬୬୮ ଏବଂ ପଦ୍ମପୁର ଆର୍‌ଏମ୍‌ସି ଅଧିନ ମଣ୍ଡିରେ ୪ଲକ୍ଷ ୨ହଜାର ୬୩ ବସ୍ତା ଧାନ ବିକ୍ରିରେ ଅପେକ୍ଷାରେ ରହିଛି। କିଛି ମଣ୍ଡିରେ ଖୋଲା ଆକାଶ ତଳେ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ି ରହିଛି। ମଣ୍ଡିରେ ସ୍ଥାନ ନ ଥିବାରୁ ଚାଷୀମାନଙ୍କ ଖଳା କିମ୍ବା ଘରେ ମଧ୍ୟ ଅସୁରକ୍ଷିତ ଭାବରେ ଧାନ ରହିଛି। ଏଣୁ ଅତି ସମ୍ବେଦନଶୀଳ ଭାବେ ବିଚାର କରି ଚାଷୀଙ୍କ କଷ୍ଟୋପାର୍ଜିତ ସମସ୍ତ ଧାନକୁ ତୁରନ୍ତ କ୍ରୟ କରିବା ଦିଗରେ ପଦକ୍ଷେପ ନେବା ପାଇଁ ସ୍ମାରକପତ୍ରରେ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଥମେ ତୁରନ୍ତ ବିଜ୍ଞାପନ ଦେଇ ଚାଷୀମାନଙ୍କ ସମସ୍ତ ଧାନ ମଣ୍ଡିକୁ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯିବା, ଧାନ ଯେମିତି ସୁରକ୍ଷିତ ରହିବା ତାହାର ସୁବ୍ୟବସ୍ଥା କରିବା, ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଚାଷୀଙ୍କ ଧାନ କିଣାଯିବା, ଅଦିନିଆଁ ବର୍ଷାରେ ନଷ୍ଟ ହୋଇଥିବା ଧାନର ମାନ କୋହଳ କରି ସରକାରୀ ଧାର୍ଯ୍ୟ ମୂଲ୍ୟରେ କିଣାଯିବା, ଦଲାଲମୁକ୍ତ ମଣ୍ଡି ବ୍ୟବସ୍ଥା କରି ଧାନ ନେବାର ଅନୁମତି ପାଇଥିବା ରାଇସ ମିଲ ମାନଙ୍କୁ ତୁରନ୍ତ ଧାନ ଉଠାଇବା ନିର୍ଦ୍ଦେଶ ଦେବାକୁ ଦାବି ହୋଇଛି। ଧାନ କୁଇଣ୍ଟାଲ ପ୍ରତି ୩୧ଶହ ଟଙ୍କା ପାଇବା ପାଇଁ ଅଧିକ ଚାଷୀ ପଞ୍ଜିକରଣ ହୋଇଛନ୍ତି, ଫଳରେ ଯେଭଳି ସମସ୍ତ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ପାରିବେ, ସେ ଦିଗରେ ପଦକ୍ଷେପ ନିଆଯାଉ ବୋଲି ସଂଯୁକ୍ତ କୃଷକ ସଂଗଠନ ଦାବି କରିଛି। ସ୍ମାରକପତ୍ର ପ୍ରଦାନ ସମୟରେ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର, ସୁରେଶ ନିକେଣ୍ଟି, ନିରଞ୍ଜନ ପଧାନ, ଶିବ ସାହୁ, କ୍ଷୀରୋଦ୍ର ପଧାନ, ସାରଥୀ ପଧାନ, ମୁକେଶ ସାହୁ, ସୁଧାଂଶୁ ବିଶ୍ୱାଳ, ବୃନ୍ଦାବନ ପଧାନ, କଳାକାର ଦେହେରୀ, ପଦ୍ମଲୋଚନ ପଧାନ, ପୂର୍ଣ୍ଣଚନ୍ଦ୍ର ପଧାନ, ରାଜକିଶୋର ଦେହେରୀ, ହରି ସାହୁ, ଗୋପୀନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ଚାଷୀନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ବିଭିନ୍ନ ମହଲରେ ନିନ୍ଦା

ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ସଂଯୁକ୍ତ କୃଷକ ସଂଗଠନର ଜଣେ ଆଗଧାଡ଼ିର ଚାଷୀନେତା ସୁରେଶ ନେକାଣ୍ଟିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାପାଣି ଛକରେ...

ନର୍ମାଲ ଡେଲିଭରୀ ଚାହୁଁଥିଲେ ଆପଣାନ୍ତୁ…. ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଟିପ୍ସ

ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...

ଅଭିନବ ଉପାୟରେ ହୋମ ଯଜ୍ଞ କରି ଦାବି ଜଣାଇଲେ ଛାତ୍ରୀଛାତ୍ର, କହିଲେ ସରକାରଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ…

ବଲାଙ୍ଗୀର, ୯।୧୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରୁ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଦାବି...

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…

ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...

ଜାପାନ ଭୂକମ୍ପରେ ୩୩ ଆହତ, ପ୍ରଧାନମନ୍ତ୍ରୀ ଗଠନ କଲେ ଏମରଜେନ୍ସି ଟାସ୍କ ଫୋର୍ସ

ଟୋକିଓ,୯।୧୨: ସୋମବାର ରାତିରେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହେବା ପରେ ଲୋକମାନେ ଏବେ ବି ଭୟଭୀତ ଅଛନ୍ତି। ଭୂମିକମ୍ପ ପରେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ...

ସବୁଜ ଆମୋନିଆ ପ୍ଲାଣ୍ଟ ନିର୍ମାଣ ସ୍ଥାନ ଦେଖିଲା ଜିଲା ପ୍ରଶାସନ

ମହାକାଳପଡ଼ା, ୯ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ସ୍ବାଧୀନତା ପରେ ଛୁଞ୍ଚତ୍ କାରଖାନାଟିଏ ନାହିଁ। ୨୪ବର୍ଷ ଶାସନ ବିଜେଡି ଅମଳରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବା ପୂର୍ବରୁ...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କଲେ ଶାହିଦ ଆଫ୍ରିଦି, ରୋହିତ ଏବଂ ବିରାଟଙ୍କ ବିଷୟରେ କହିଲେ ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ନୂଆଦିଲ୍ଲୀ,୯।୧୨: ପୂର୍ବତନ ପାକିସ୍ତାନୀ ଅଧିନାୟକ ଶାହିଦ ଆଫ୍ରିଦି ପୁଣି ଥରେ ଭାରତୀୟ କ୍ରିକେଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଏଥର ସେ ଟିମ ଇଣ୍ଡିଆର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri