ବରଗଡ଼ ସରକାରୀ ବସଷ୍ଟାଣ୍ଡ୍‌: ଶୌଚାଳୟରେ ତାଲା, ଆଖି ବୁଜିଛନ୍ତି ଜନ ପ୍ରତିନିଧି, ବିଭାଗୀୟ ଅଧିକାରୀ

ବରଗଡ଼,୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସରକାରୀ ବସଷ୍ଟାଣ୍ଡର ସମସ୍ୟା ଅସମାହିତ ହୋଇ ରହିଛି। ଏଠାରେ ପରିମଳ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି। ଡ୍ରେନେଜ ଅବ୍ୟବସ୍ଥା ନିତିଦିନିଆଁ ଘଟଣା ହୋଇଥିବାବେଳେ ବର୍ତ୍ତମାନ ବସଷ୍ଟାଣ୍ଡ ପରିସରରେ ରହିଥିବା ଶୌଚାଳୟରେ ମଧ୍ୟ ତାଲା ଝୁଲୁଛି। ଫଳରେ ଏଠାକୁ ଆସୁଥିବା ଯାତ୍ରୀମାନେ ହଟହଟା ହେଉଛନ୍ତି। ବସଷ୍ଟାଣ୍ଡ କର୍ତ୍ତୃପକ୍ଷଙ୍କ ସମେତ ସ୍ଥାନୀୟ ପୌର ପ୍ରଶାସନ ଏବଂ ଜନ ପ୍ରତିନିଧିଙ୍କ ଆଖି ଆଗରେ ଏଭଳି ଅବ୍ୟବସ୍ଥା ଲାଗି ରହିଛି। ଏହାସତ୍ତ୍ୱେ ଏହାର କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉ ନାହିଁ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ି ଚାଲିଛି।
ଉକ୍ତ ସରକାରୀ ବସଷ୍ଟାଣ୍ଡ ରାଜ୍ୟର ସର୍ବପୁରାତନ ବସଷ୍ଟାଣ୍ଡ ମଧ୍ୟରୁ ଗୋଟିଏ ଅଟେ। ରାଜ୍ୟର ଅନ୍ୟ ସରକାରୀ ବସଷ୍ଟାଣ୍ଡ ଗୁଡ଼ିକୁ ଆଧୁନିକୀକରଣ ତଥା ନବୀକରଣ କରାଯାଇ ଥିବାବେଳେ ଏହି ବସଷ୍ଟାଣ୍ଡ ପ୍ରତି ସରକାର ଆଖି ବୁଜି ଦେଇଛନ୍ତି। ଉକ୍ତ ବସଷ୍ଟାଣ୍ଡ ସ୍ଥାନୀୟ ଘରୋଇ ବସଷ୍ଟାଣ୍ଡ ପାଖକୁ ସ୍ଥାନାନ୍ତର କରାଯିବ ବୋଲି ସରକାରୀସ୍ତରରେ ପରିକଳ୍ପନା କରାଯାଇଛି। ଏଥିପାଇଁ ସ୍ଥାନୀୟ ବିଧାୟକ ଏବଂ ବିଭାଗୀୟ ଅଧିକାରୀବୃନ୍ଦ ଜାଗା ଚିହ୍ନଟ କରିଛନ୍ତି। ତେବେ ବର୍ତ୍ତମାନ ସହର ମଧ୍ୟରେ ରହିଥିବା ସର୍ବପୁରାତନ ସରକାରୀ ବସଷ୍ଟାଣ୍ଡରୁ ଯାତ୍ରୀମାନଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଅପହଞ୍ଚ ହୋଇପଡ଼ି ଥିବାବେଳେ ନୂଆ ସରକାରୀ ବସଷ୍ଟାଣ୍ଡ ମଧ୍ୟ ଜାଗା ଚିହ୍ନଟରେ ସୀମିତ ରହି ଯାଇଛି।
ବରଗଡ଼ ସରକାରୀ ବସଷ୍ଟାଣ୍ଡ ଦେଇ ରାଜ୍ୟର ସମ୍ବଲପୁର, ବଲାଙ୍ଗିର, ସୁନ୍ଦରଗଡ଼, ଭୁବନେଶ୍ୱର, କେନ୍ଦୁଝର, ଭବାନୀପାଟଣା, ଦେବଗଡ଼, ସୋନପୁର ଆଦି ଜିଲାକୁ ନିୟମିତ ବସ୍‌ ଯାତାୟାତ କରୁଛି। ସେହିପରି ବରଗଡ଼-ସମ୍ବଲପୁର ମଧ୍ୟରେ ସିଟିବସ୍‌ ଯାତାୟାତ କରୁଥିବାବେଳେ ଏଠାରୁ ବରଗଡ଼ ବ୍ଲକର ବିଭିନ୍ନ ବ୍ଲକକୁ ଲକ୍ଷ୍ମୀ ବସ୍‌ ମଧ୍ୟ ପ୍ରତିଦିନ ଯିବା ଆସିବା କରୁଛି। ସ୍କୁଲ, କଲେଜ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଚାକିରିଆ, ଚାଷୀ, ବ୍ୟବସାୟୀଙ୍କ ସମେତ ସାଧାରଣ ଜନତା ଉକ୍ତ ବସଷ୍ଟାଣ୍ଡ ଉପରେ ନିର୍ଭର କରିଥାନ୍ତି। ଫଳରେ ଏହି ବସଷ୍ଟାଣ୍ଡରେ ସବୁଦିନ ଯାତ୍ରୀଙ୍କ ଗହଳି ଲାଗି ରହିଥାଏ।
ବସଷ୍ଟାଣ୍ଡରେ ବସ୍‌ ସଂଖ୍ୟା ବଢୁଛି। ଅନୁରୂପଭାବେ ଯାତ୍ରୀଙ୍କ ସମସ୍ୟା ମଧ୍ୟ ବୃଦ୍ଧି ପାଉଛି। କିନ୍ତୁ ବସଷ୍ଟାଣ୍ଡର ସମସ୍ୟା ଯେଉଁ ତିମିରେକୁ ସେହି ତିମିରେ ରହିଯାଇଛି। ଏଠାରେ ସାମାନ୍ୟ ବର୍ଷା ହେଲେ ବସଷ୍ଟାଣ୍ଡ ପରିସରରେ ନର୍ଦ୍ଦମା ପାଣି ଜମି ରହୁଛି। ସେହିପରି ଏଠାରେ ଥିବା ଶୌଚାଳୟର ଅବସ୍ଥା ମଧ୍ୟ ସମାନ ଅଟେ। ଥରେ ଖରାପ ହେଲେ ମାସମାସ ଧରି ଶୌଚାଳୟରେ ତାଲା ଝୁଲୁଛି। ବସଷ୍ଟାଣ୍ଡରେ ଯାତ୍ରୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତତ୍କାଳୀନ ବରଗଡ଼ ଲୋକସଭା ଏମ୍‌ପି ସଞ୍ଜୟ ଭୋଇଙ୍କ ଅନୁଦାନ ପାଣ୍ଠିରେ ଉକ୍ତ ବସଷ୍ଟାଣ୍ଡ ପରିସରରେ ଶୌଚାଳୟ ଏବଂ ଥଣ୍ଡା ପାନୀୟଜଳ ପ୍ରକଳ୍ପ ହୋଇଛି।
ତେବେ ଶୌଚାଳୟ ବାରମ୍ବାର ଖରାପ ହେବା ଯୋଗୁ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏହାର ନବୀକରଣ କରାଯାଇଥିଲା। ଶୌଚାଳୟ ମଧ୍ୟ କାର୍ଯ୍ୟକ୍ଷମ ହୋଇଥିଲା। ପୌର ପ୍ରଶାସନ ଏହାର ଦାୟିତ୍ୱ ନେଇଥିଲା ଏବଂ ଯାତ୍ରୀମାନେ ମଧ୍ୟ ଉପକୃତ ହେଉଥିଲେ। କିନ୍ତୁ ବର୍ତ୍ତମାନ ଏହି ଶୌଚାଳୟ ପୁଣି ଅଚଳ ହୋଇ ପଡ଼ିଛି ଏବଂ ସେଠାରେ ତାଲା ଝୁଲୁଛି। ଫଳରେ ପରିସ୍ରା ପାଇଁ ଯାତ୍ରୀମାନଙ୍କୁ ହଟହଟା ହେବାକୁ ପଡୁଛି। ଅନ୍ୟପଟେ ଶୌଚାଳୟ ପଛପଟ ଖୋଲା ପରିସ୍ରାଗାର ପାଲଟିଛି। କେବଳ ସେତିକି ନୁହେଁ, ଶୌଚାଳୟ ପାଖରେ ନର୍ଦ୍ଦମା ପାଣି ଦୀର୍ଘଦିନ ଧରି ଜମି ରହୁଥିଲେ ସୁଦ୍ଧା ତାର ନିଷ୍କାସନ ବ୍ୟବସ୍ଥା ହେଉନାହିଁ। ଫଳରେ ମଶା, ମାଛି ସମେତ ନାନା ରୋଗ ଜୀବାଣୁଙ୍କ ଉପଦ୍ରବ ଘଟୁଛି ଏବଂ ବସଷ୍ଟାଣ୍ଡ ପରିସରରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏପରିକି କାଳବୈଶାଖୀରେ ବସଷ୍ଟାଣ୍ଡ ପରିସରରେ ଏକ ଗଛ ଢ଼ଳି ପଡ଼ିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାକୁ ସମ୍ପୂର୍ଣ୍ଣ ହଟାଯାଇ ପାରି ନାହିଁ। ଉକ୍ତ ବସଷ୍ଟାଣ୍ଡର ସମସ୍ୟାକୁ ଉଭୟ ରାଜନୈତିକ, ପ୍ରଶାସନିକସ୍ତରରେ ଅଣଦେଖା କରାଯାଉଥିବା ଯୋଗୁ ସାଧାରଣରେ ଅସନ୍ତୋଷ ତେଜି ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri