ବରଗଡ଼ ଧନୁଯାତ୍ରା ପାଇଁ ଖର୍ଚ୍ଚ ହେବ ୧ କୋଟି, ପ୍ରତ୍ୟେକ କଳାକାରଙ୍କୁ ମିଳିବ…

ବରଗଡ଼,୪ା୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ପାଇଁ ସରକାରଙ୍କ ପକ୍ଷରୁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ନିଷ୍ପତ୍ତି ହୋଇଛି। ତେବେ ୨୦୦ କଳାକାରଙ୍କୁ ୧୦ ହଜାର ଲେଖାଏ ସମ୍ମାନ ସୂଚକ ରାଶି ମିଳିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଅର୍ଥ ରାଶି ମଞ୍ଜୁର ହୋଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଡିସେମ୍ବର ୨୪ରୁ ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଧନୁଯାତ୍ରା ଅନୁଷ୍ଠିତ ହେବ। ଏଲଇଡି ପରଦା ମାଧ୍ୟମରେ ଧନୁଯାତ୍ରା ମହୋତ୍ସବର ସିଧାପ୍ରସାରଣ ହେବ।
ବରଗଡ଼ ସହରର ପ୍ରମୁଖ ପ୍ରବେଶ ଦ୍ୱାରରେ ଧନୁଯାତ୍ରା ଥିମ୍‌ର ଗେଟ ନିର୍ମାଣ ବି ହେବ। ଧନୁଯାତ୍ରା ସମୟରେ ଭୁବନେଶ୍ୱର ଓ ପୁରୀରୁ ବରଗଡ଼କୁ ସ୍ବତନ୍ତ୍ର ଟୁରିଷ୍ଟ ବସ୍‌ ଚାଲିବ ବୋଲି ନିଷ୍ପତ୍ତି ହୋଇଛି।

Dharitri – Odisha’s No.1 Odia Daily

 

Share