ବରଗଡ଼ ଧନୁଯାତ୍ରା ପୂର୍ବରୁ ଅଘଟଣ: ଆଖି ବୁଜିଲେ ବଳରାମ ଭୂମିକା ଲାଗି ମନୋନୀତ ଶିଶୁ କଳାକାର

ବରଗଡ଼ ଅଫିସ୍‌,୯।୧୨: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୭ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପି ଏହା ଚାଲିବ। ଚଳିତ ବର୍ଷ ଧନୁଯାତ୍ରା ୭୫ବର୍ଷରେ ପଦାର୍ପଣ କରୁଥିବା ଯୋଗୁ ଅଭିନୟକୁ ଗୁରୁତ୍ୱ ଦିଆଯାଇ ଏଥର କଳାକାର ଚୟନ କରାଯାଇଥିଲା । ମନୋନୀତ କଳାକାରଙ୍କ ପୂର୍ବାଭ୍ୟାସ ମଧ୍ୟ ଆରମ୍ଭ କରିଥିଲେ। ମାତ୍ର ଧନୁଯାତ୍ରା ପୂର୍ବରୁ ଶୁକ୍ରବାର ବଳରାମ ଭୂମିକାରେ ଅଭିନୟ ପାଇଁ ମନୋନୀତ ଶିଶୁ କଳାକାର ଶ୍ରେୟସ ପୂଜାରୀ(୧୨)ଙ୍କ ଅକାଳ ବିୟୋଗ ହୋଇଛି । ତାଙ୍କ ବିୟୋଗ ସମସ୍ତ ଧନୁଯାତ୍ରାପ୍ରେମୀଙ୍କୁ ସ୍ତବ୍ଧ ଓ ଶୋକାଭିଭୁତ କରି ପକାଇଛି ।

ସୂଚନା ଅନୁଯାୟୀ, ଅମ୍ବାପାଲି(ଗୋପପୁର)ର ମହେନ୍ଦ୍ର ଓ ଜୟନ୍ତୀ ପୂଜାରୀଙ୍କ ପୁଅ ଶ୍ରେୟସ ବରଗଡ଼ ସରସ୍ବତୀ ଶିଶୁ ମନ୍ଦିର(ଓଡ଼ିଆ ବିଭାଗ)ର ସପ୍ତମ ଶ୍ରେଣୀ ଛାତ୍ର ଥିଲେ । ଗତ ନଭେମ୍ବର ମାସ ୧୪ତାରିଖ ହୋଇଥିବା ଗୋପପୁର କଳାକାର ଚୟନରେ ସେ ବଲରାମ ଚରିତ୍ରରେ ଅଭିନୟ କରିବାକୁ ମନୋନୀତ ହୋଇଥିଲେ । ଗତ କିଛିଦିନ ଧରି ପ୍ରତିଦିନ ସନ୍ଧ୍ୟାରେ ଅମ୍ବାପାଲି ସମଲେଶ୍ୱରୀ ମନ୍ଦିର ନିକଟ ପାର୍ବତୀ ଗିରି ବାଳିକା ହାଇସ୍କୁଲ ପରିସରରେ ଚାଲିଥିବା ଗୋପପୁର କଳାକାରଙ୍କ ପୂର୍ବାଭ୍ୟାସ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ରହି ଅଭିନୟର ପୂର୍ବାଭ୍ୟାସ କରୁଥିଲେ । ସରସରାଠାରେ ଚାଲିଥିବା ସମଲେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଗ୍ରାମରୁ ଜୁଗାର ଯାଇଥିବା ଯୋଗୁ ଗୁରୁବାର ଶ୍ରେୟସ ପରିବାର ସହିତ ସେଠାକୁ ଯାଇଥିଲେ । କ୍ଲାନ୍ତ ଅନୁଭବ କରିବା ଯୋଗୁ ସେ ଶୁକ୍ରବାର ବିଦ୍ୟାଳୟକୁ ଯାଇ ନଥିଲେ ଏବଂ ନିଜ ଘର ଛାତ ଉପରେ ପଢ଼ୁଥିଲେ । ମାତ୍ର ଦୀର୍ଘ ସମୟ ଧରି ସେ ଛାତ ଉପରୁ ନ ଓହ୍ଲାଇବାରୁ ପରିବାର ଲୋକେ ସେଠାକୁ ଯାଇଥିଲେ ଏବଂ ଏକ ଦଉଡ଼ିରେ ଛନ୍ଦି ହୋଇ ଛାତ ଉପରେ ଗଦା ହୋଇଥିବା ମେଟାଲ୍‌ ଉପରେ ସେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏହାପରେ ତାଙ୍କୁ ବରଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ କରାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri