ଆସୁଛି ବରଗଡ଼ ଧନୁଯାତ୍ରା: ଆରମ୍ଭ ହେଲା କଳାକାରଙ୍କ ପୂର୍ବାଭ୍ୟାସ

ବରଗଡ଼,୨।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ଏହି ମହୋତ୍ସବ ୨୦୨୬ ମସିହା ଜାନୁଆରୀ ମାସ ୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ଦିନ ଧରି ଚାଲିବ। ଏଥିପାଇଁ ଆଜିଠାରୁ ବରଗଡ଼ ଗାନ୍ଧିଛକ ନିକଟ କଲ୍ୟାଣ ମଣ୍ଡପରେ ଧନୁଯାତ୍ରା କଳାକାରଙ୍କ ପୂର୍ବାଭ୍ୟାସ ଆରମ୍ଭ ହୋଇଯାଇଛି। ଉଗ୍ରସେନ, କଂସ ମହାରାଜଙ୍କ ସମେତ ଅନ୍ୟ ପାଶର୍‌ବ କଳାକାରମାନେ ଉପସ୍ଥିତ ହୋଇ ପୂର୍ବାଭ୍ୟାସ କରୁଛନ୍ତି। କଳାକାର ସମନ୍ବୟ ସମିତିର ଆବାହକ ତଥା ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର ପୂଜାର୍ଚ୍ଚନା ସହିତ ଏହାର ଶୁଭାରମ୍ଭ କରିଥିଲେ। ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶର ଶତପଥୀ, କଳାକାର ସମନ୍ବୟ ସମିତିର ସହ ଆବାହକ ଅଶୋକ ବେହେରାଙ୍କ ସମେତ ଉପଦେଷ୍ଟା ମଣ୍ଡଳୀର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଅଛନ୍ତି।

 

Dharitri – Odisha’s No.1 Odia Daily