ବରଗଡ଼ ଧନୁଯାତ୍ରା: ବଦଳିଲେ ଶ୍ରୀକୃଷ୍ଣ, ବଳରାମ, ଶ୍ରୀରାଧା

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ): ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବାକୁ ଥିବା ବରଗଡ଼ ଧନୁଯାତ୍ରା ମହୋତ୍ସବର ମୁଖ୍ୟ ଚରିତ୍ର କଂସ ଅଭିନେତା ବଦଳିଥିବା ବେଳେ ଶ୍ରୀକୃଷ୍ଣ, ବଳରାମ ଏବଂ ଶ୍ରୀରାଧା ଭୂମିକାରେ ଅଭିନୟ କରୁଥିବା ଶିଶୁ କଳାକାର ମଧ୍ୟ ବଦଳିଛନ୍ତି। ଗୁରୁବାର ଗୋପପୁର (ଅମ୍ବାପାଲି)ସ୍ଥିତ ସମଲେଶ୍ୱରୀ ସରକାରୀ ହାଇସ୍କୁଲରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ଆସନ୍ତା ଧନୁଯାତ୍ରା ମହୋତ୍ସବ ପାଇଁ ସ୍ବପ୍ନିଳ ମହାପାତ୍ରଙ୍କୁ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିବାକୁ ମନୋନୀତ କରାଯାଇଛି।

ବରଗଡ଼ ବିକାଶ ଫାଷ୍ଟଷ୍ଟେପ୍‌ ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ପଢୁଥିବା ସ୍ବପ୍ନିଳଙ୍କ ପିଲାବେଳୁ କଳା ପ୍ରତି ଋଚି ରହିଛି। ସେ ପୂର୍ବରୁ ଦିନକ ପାଇଁ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିଲେ। ସେହିପରି ପୂର୍ବରୁ ତାଙ୍କ ବଡ଼ଭାଇ ଶ୍ରୀୟାଂଶ, ସମ୍ରାଟ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଆସୁଥିଲେ। ବଡ଼ଭାଇଙ୍କ ଅଭିନୟରୁ ସେ ଅନେକ ପ୍ରେରଣା ପାଇଛନ୍ତି। ଏଥର ସ୍ବପ୍ନିଳଙ୍କ ଶ୍ରୀକୃଷ୍ଣ ଅଭିନୟ ଉଚ୍ଚକୋଟୀର ହେବ ବୋଲି ସ୍ଥାନୀୟ ଲୋକେ ଆଶାବାଦୀ ଅଛନ୍ତି।

ସେହିପରି ବଳରାମ ଭୂମିକାରେ ଅଭିନୟ ପାଇଁ ଦିବ୍ୟାଂଶୁ ବିର୍ତ୍ତିଆ ମନୋନୀତ ହୋଇଛନ୍ତି। ବରଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ସେ ସପ୍ତମ ଶ୍ରେଣୀରେ ପଢ଼ୁଛନ୍ତି। ସେହିପରି ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର(ଓଡ଼ିଆ ବିଭାଗ)ର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସାଇନା ପ୍ରଧାନ ଶ୍ରୀରାଧା ଭୂମିକାରେ ଅଭିନୟ କରିବାକୁ ମନୋନୀତ ହୋଇଛନ୍ତି। ସେ ପୂର୍ବରୁ ଶ୍ରୀରାଧାଙ୍କ ସଖୀ ଲଳିତା ଚରିତ୍ରରେ ଅଭିନୟ କରିଛନ୍ତି। ଚୟନ ପ୍ରକ୍ରିୟା ସମୟରେ ଗୋପପୁର କମିଟିର ଈଶ୍ୱର ବାଗ, ରାଜକୁମାର ପ୍ରଧାନ, ଦୟାନିଧି ପ୍ରଧାନ, ନାରାୟଣ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

ବାରବାଟୀରେ ହେବ ଜୋର୍‌ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri