ଧରିତ୍ରୀ ପ୍ରଭାବ: ସରକାରୀ ବସଷ୍ଟାଣ୍ଡ ଶୌଚାଳୟ ତାଲା ଖୋଲିଲା ବରଗଡ଼ ନାଗରିକ ମଞ୍ଚ

ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସରକାରୀ ବସଷ୍ଟାଣ୍ଡର ସମସ୍ୟା ଅସମାହିତ ହୋଇ ରହିଛି। ଏଠାରେ ପରିମଳ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି। ଡ୍ରେନେଜ ଅବ୍ୟବସ୍ଥା ନିତିଦିନିଆଁ ଘଟଣା ହୋଇଥିବାବେଳେ ବର୍ତ୍ତମାନ ବସଷ୍ଟାଣ୍ଡ ପରିସରରେ ରହିଥିବା ଶୌଚାଳୟରେ ମଧ୍ୟ ତାଲା ଝୁଲୁଥିଲା। ଫଳରେ ଏଠାକୁ ଆସୁଥିବା ଯାତ୍ରୀମାନେ ହଟହଟା ହେଉଥିଲେ। ବସଷ୍ଟାଣ୍ଡ କର୍ତ୍ତୃପକ୍ଷଙ୍କ ସମେତ ସ୍ଥାନୀୟ ପୌର ପ୍ରଶାସନ ଏବଂ ଜନ ପ୍ରତିନିଧିଙ୍କ ଆଖି ଆଗରେ ଏଭଳି ଅବ୍ୟବସ୍ଥା ଲାଗି ରହିଥିବାବେଳେ ସମସ୍ତେ ଆଖି ବୁଜି ଦେଇଥିଲେ। ଏ ସମ୍ପର୍କରେ ବୁଧବାର ଧରିତ୍ରୀରେ ଏକ ସଚିତ୍ର ଖବର ପ୍ରକାଶ ପାଇଥିଲା। ଏହାପରେ ଗୁରୁବାର ସକାଳ ପ୍ରାୟ ୯ଟାରେ ବରଗଡ଼ ସଚେତନ ନାଗରିକ ମଞ୍ଚର ଏକ ପ୍ରତିନିଧି ଦଳ ଶୌଚାଳୟ ତାଲା ଖୋଲିଛନ୍ତି। ବସଷ୍ଟାଣ୍ଡ ସମ୍ମୁଖରେ ରହିଥିବା ଅନ୍ୟ ଏକ ଶୌଚାଳୟ କର୍ମଚାରୀ ଉକ୍ତ ଶୌଚାଳୟରେ ତାଲା ମାରିଥିଲେ। ସୂଚନା ପାଇ ବରଗଡ଼ ନାଗରିକ ମଞ୍ଚର ପ୍ରତିନିଧିମାନେ ସେଠାରେ ପହଞ୍ଚି ଥିଲେ ଏବଂ ଚାବି ମାଗି ଆଣି ତାଲା ଖୋଲିଥିଲେ। ନାଗରିକ ମଞ୍ଚର ଏହି ପ୍ରତିନିଧି ଦଳରେ ମଞ୍ଚର ଉପ ସଭାପତି ଶୟନ ପଣ୍ଡାଙ୍କ ସମେତ ଯୁଗ୍ମ ସମ୍ପାଦକ ଗୋବିନ୍ଦ ଶର୍ମା ଏବଂ ଅରୁଣ ଭୋସାଗର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

ଧାନ କିଣାବିକା ମନ୍ଥର: ସପ୍ତାହରେ ଉଠିଛି ୭.୧୧ ହଜାର ପ୍ୟାକେଟ

ଅତାବିରା,୬ା୧୨(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଅଚଳାବସ୍ଥା ଲାଗି ରହିଛି। ନଭେମ୍ବର ୨୮ତାରିଖରୁ ମଣ୍ଡି ଖୋଲିଛି ସତ, ହେଲେ ଏପର୍ଯ୍ୟନ୍ତ ଅତାବିରା...

ମଣ୍ଡି ସ୍ଥାନାନ୍ତରଣକୁ ଚାଷୀଙ୍କ ବିରୋଧ: ଧାନ କିଣାବିକା ସମସ୍ୟା ଅସମାହିତ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୮ଦିନ ବିତି ଯାଇଛି। ହେଲେ ଧାନବିକ୍ରି ସମସ୍ୟା ଏପର୍ଯ୍ୟନ୍ତ ଅସମାହିତ ରହିଛି।...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri