ଜୋରଦାର ହେବ ବାରବାଟୀ-କଟକ ନିର୍ବାଚନ ଲଢ଼େଇ

କଟକ, ୩ା୫(ଶିଳ୍ପା ପ୍ରିୟଦର୍ଶିନୀ):ନିର୍ବାଚନକୁ ମାତ୍ର ଅଳ୍ପଦିନ ବାକି ରହିଥିବାବେଳେ ସରଗରମ ହେବାରେ ଲାଗିଛି କଟକ ରାଜନୀତି। ଏପରି କି ସମସ୍ତ ନିର୍ବାଚନମଣ୍ଡଳୀ ଅପେକ୍ଷା ଏବେ ରୋଚକ ହୋଇଛି ବାରବାଟୀ-କଟକ। ଏହି ଆସନକୁ ନେଇ ୩ ପ୍ରମୁଖ ଦଳ ମଧ୍ୟରେ ଅଙ୍କକଷା ଜାରିରହିଥିଲା। ପ୍ରଥମେ ବିଜେଡି ବାରବାଟୀ-କଟକ ଆସନ ପାଇଁ ପ୍ରକାଶ ବେହେରାଙ୍କ ନଁା ଘୋଷଣା କରିଥିଲା। କିଛିଦିନ ତଳେ ବରିଷ୍ଠ ନେତା ଇଂ. ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍‌ଦୋସଙ୍କ ନାମ କଂଗ୍ରେସ ଘୋଷଣା କରିଥିଲା। ଏପରି କି ବିଜେଡି ପ୍ରାର୍ଥୀ ପ୍ରକାଶ ବୁଧବାର ନାମାଙ୍କନପତ୍ର ଦାଖଲ କରିବାର ଗୋଟିଏ ଦିନ ପରେ ଅର୍ଥାତ୍‌ ଗୁରୁବାର ଭାଜପା ପ୍ରାର୍ଥୀ ଘୋଷଣା କରିଛି। ଭାଜପାର ରାଜ୍ୟ ଉପସଭାପତି ଦାୟିତ୍ୱରେ ଥିବା ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ ଭାବେ ଦଳ ସାମ୍ନାକୁ ଆଣିଛି। ଏବେ ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ୨ ପୁରୁଷ ଓ ଜଣେ ମହିଳାଙ୍କ ମଧ୍ୟରେ ଲଢ଼େଇ ଜୋର୍‌ଦାର ହେବା ନେଇ ଲୋକେ ଆଲୋଚନା କରୁଛନ୍ତି। ପ୍ରାର୍ଥୀ ଘୋଷଣା ପରେ ନିର୍ବାଚନ ପାଇଁ ବିଜେଡି ପ୍ରଥମେ ପ୍ରସ୍ତୁତି କରିଥିବାବେଳେ ପରେ ସେହି ଦୌଡରେ ସୋଫିଆ ସାମିଲ ହୋଇଛନ୍ତି। ହେଲେ ଭାଜପା ବିଳମ୍ବରେ ପ୍ରାର୍ଥୀ ଘୋଷଣା କରିବା ଯେପରି କଟକ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଭାଜପା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ପୂର୍ବରୁ ଲୋକ ସଭା ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ଭର୍ତ୍ତୃହରି ମହତାବ ଭାଜପାରେ ଯୋଗଦେବା ପରେ ଦଳ ତାଙ୍କୁ ଟିକେଟ ଦେଇଥିଲା। ପରେ ଦଳ ପୂର୍ଣ୍ଣଚନ୍ଦ୍ରଙ୍କୁ ସନ୍ତୁଷ୍ଟ କରିବା ପାଇଁ ବାରବାଟୀ-କଟକ ବିଧାନସଭା ଟିକେଟ ଦେବା ନେଇ ପ୍ରସ୍ତାବ ଦେଇଥିଲା। ହେଲେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପୂର୍ଣ୍ଣଚନ୍ଦ୍ର ଏଥିପାଇଁ ସ୍ପଷ୍ଟ ଭାବେ ମନା କରିଥିଲେ। ହେଲେ ଦଳ ଏପରି ଭାବେ ପୂର୍ଣ୍ଣଚନ୍ଦ୍ରଙ୍କ ନଁା ଘୋଷଣା କରି ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରୟାସ କରିଥିଲା। ଏପରି କି ପୂର୍ଣ୍ଣଚନ୍ଦ୍ର ସ୍ତ୍ରୀ ଓ ପ୍ରସୂତିରୋଗ ଚିକିତ୍ସକ ଥିବାବେଳେ ରାଜ୍ୟତମାମ ସେ ସେବା ଯୋଗାଇଛନ୍ତି। ତେଣୁ ଭାଜପା ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରି ମହିଳା ଭୋଟ ହାତେଇବା ନେଇ ଯୋଜନା କରିଥିବା ଆଲୋଚନା ହେଉଛି। ପୂର୍ଣ୍ଣଚନ୍ଦ୍ର ଓ ସୋଫିଆ ପ୍ରଥମଥର ବାରବାଟୀ-କଟକରୁ ନିଜ ଭାଗ୍ୟ ପରୀକ୍ଷା କରୁଥିବାବେଳେ ନିର୍ବାଚନ ଲଢ଼ିବାରେ ନୂଆ ନ ହୋଇଥିଲେ ମଧ୍ୟ ବିଜେଡିରେ ଯୋଗଦେବା ପରେ ବାରବାଟୀ-କଟକରୁ ପ୍ରଥମକରି ଟିକେଟ ପାଇଛନ୍ତି ପ୍ରକାଶ। ୩ ଦଳ ତିନୋଟି ନୂଆ ଚେହେରାଙ୍କୁ ସୁଯୋଗ ଦେଇଛି ସତ, ହେଲେ କିଏ ବିଜୟ ମୁକୁଟ ପିନ୍ଧିବ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri