ଭଞ୍ଜନଗର,୪/୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ବେଲଗୁଣ୍ଠା ରୋଡ କନ୍ଧସାହି ନିକଟରୁ ପୋଲିସ ରବିବାର ପ୍ରତ୍ୟୁଷରେ ୩ ଜଣ ବାରହା ଶିକାରୀଙ୍କୁ ଗିରଫ କରିଛି । ଏହାପରେ ବନ ବିଭାଗକୁ ହସ୍ତାନ୍ତର କରିଛି । ଏଥିସହ ମୃତ ବାରହାକୁ ମଧ୍ଯ ହସ୍ତାନ୍ତର କରାଯାଇଛି । ଏହାପରେ ବନ ବିଭାଗ ମୃତ ବାରହାର ବ୍ୟବଛେଦ କରିଛି ।
ଏନେଇ ବନ ବିଭାଗ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଚାଲିଛି । ଘଟଣାରୁ ପ୍ରକାଶ ଯେ କିଛି ଯୁବକ ଲୋହରାଖଣ୍ଡି ନଦୀରେ ବାରହା ଶିକାର ପାଇଁ ବୋମାରେ ମାଂସ ଗୁଣ୍ଡ ବୋଳି ନଦୀରେ ବିଛାଇଥିଲେ । ଗୋଟିଏ ବାରହା ଉକ୍ତ ବୋମାକୁ ମାଂସ ଗୁଳା ଭାବି ଖାଇବା ପରେ ବୋମାଟି ଫୁଟି ଯାଇଥିଲା। ଫଳରେ ବାରହାର ମୁହଁ ଫାଟି ଯିବା ସହ ସେଠାରେ ହିଁ ମୃତ୍ୟୁବରଣ କରିଥିଲା। ଏହାପରେ ଅଭିଯୁକ୍ତମାନେ ବାରହା ମାଂସକୁ କାଟିବା ପାଇଁ ପ୍ରସ୍ତୁତ ହେଉଥିଲେ । ଏନେଇ ପୋଲିସ ସୂଚନା ପାଇବା ପରେ ଘଟଣା ସ୍ଥଳରେ ଚଢାଉ ହୋଇଥିଲା।