ବିଜେପୁରରେ ବିଜେଡିକୁ ବଡ଼ ଝଟ୍‌କା, ଅନାସ୍ଥା ପ୍ରସ୍ତାବରେ ପଦ ହରାଇଲେ ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ବିଜେପୁର ବ୍ଳକ ଅଧ୍ୟକ୍ଷ ପଦବୀ ପାଇଁ ମଙ୍ଗଳବାର ଅନାସ୍ଥା ଭୋଟ ହୋଇଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁ ନିଜ ପଦ ହରାଇଛନ୍ତି। ଉକ୍ତ ଅନାସ୍ଥା ଭୋଟରେ ୪୮ ଜଣ ମତଦାତା ଥିଲେ। ସେମାନଙ୍କ ମଧ୍ୟରେ ୨୩ସମିତି ସଭ୍ୟ, ୨୩ସରପଞ୍ଚ, ସ୍ଥାନୀୟ ବିଧାୟକ ଏବଂ ଏମପି ମତଦାନ ଅଟନ୍ତି। ତେବେ ସେମାନଙ୍କ ମଧ୍ୟରୁ ୩୨ଜଣ ଉପସ୍ଥିତ ଥିଲେ। ସେମାନେ ବ୍ଲକ ଅଧ୍ୟକ୍ଷ ସାହୁଙ୍କ ବିପକ୍ଷରେ ଭୋଟ ଦେଇଥିଡା ସୂଚନା ମିଳିଛି। ସାହୁ ବିଜେଡି ସମର୍ଥିତ ଥିଲେ ଏବଂ ଏହି ପରାଜୟ ଯୋଗୁ ବିଜେଡିକୁ ଝଟକା ଲାଗିଛି। ଅନ୍ୟପକ୍ଷରେ ଭାଜପା କାର୍ଯ୍ୟକର୍ତ୍ତା ଉଲ୍ଲସିତ ହୋଇ ପଡିଛନ୍ତି।

Share
Tags: BaragadaBJD