ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯାଇଛି ଏବଂ ସେଠାରେ ଖେଳାଳିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଆସନ୍ତା ଡିସେମ୍ବର ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ପ୍ରଥମ T20 ମ୍ୟାଚ୍ ଖେଳାଯିବ।

କଟକର ବାରବାଟୀ T20 ମ୍ୟାଚ୍ ପାଇଁ ମୋଟ୍ ୬ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ସାଧାରଣ ଦର୍ଶକଙ୍କ ପାଇଁ ତଳ ବାଲିଯାତ୍ରା ପଡ଼ିଆ। ଭିଆଇପିଙ୍କ ପାଇଁ ଉପର ବାଲିଯାତ୍ରା ପଡ଼ିଆ।ଓସିଏ ସଦସ୍ୟଙ୍କ ପାଇଁ କ୍ରିକେଟ ଏକାଡେମୀ ପଡ଼ିଆ। ଟିଭି ସଦସ୍ୟ ଓ ପାସ୍‌ଧାରୀଙ୍କ ପାଇଁ ଅଶ୍ୱଦ୍ୱାର ସାମ୍ନା ତିନି କୋଣିଆ ସ୍ଥାନ। ପାସ୍‌ଧାରୀ ଭିଆଇପିଙ୍କ ପାଇଁ ଓସିଏ କ୍ଲବ ଓ ଜାଭିୟର ସ୍କୁଲ୍।

OCA ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ସୂଚନା ଅନୁଯାୟୀ, ସୋମବାର ଭାରତୀୟ ଦଳର ନେଟ୍ ପ୍ରାକ୍ଟିସ୍ ଦିନ ସାଢ଼େ ୧୧ଟାରେ ବାରବାଟୀରେ ଅନୁଷ୍ଠିତ ହେବ। ଦକ୍ଷିଣ ଆଫ୍ରିକା ଟିମ୍ ସନ୍ଧ୍ୟାରେ ଫ୍ଲଡ୍ ଲାଇଟ୍ ତଳେ ଅଭ୍ୟାସ କରିବ। ନେଟ୍ ପ୍ରାକ୍ଟିସ୍ ଦେଖିବା ପାଇଁ ଦୁଇଟି ଗ୍ୟାଲେରୀ ଖୋଲା ରଖାଯିବାର ବ୍ୟବସ୍ଥା କରାଯାଇଛି।

ଅନ୍ୟପକ୍ଷରେ, ରବିବାର ହାର୍ଦ୍ଦିକ ପାଣ୍ଡ୍ୟା ବାରବାଟୀ ଯାଇ ଅଭ୍ୟାସ କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ମ୍ୟାଚ୍ ରେ ଉପସ୍ଥିତ ରହି ପୂରା ମ୍ୟାଚ୍ ଦେଖିବେ ବୋଲି ନିଶ୍ଚିତ ହୋଇଛି।

Share
Tags: Barabati T20