ବାର୍‌ ଆସୋସିଏଶନ କର୍ମକର୍ତ୍ତା ନିର୍ବାଚନ

କଟକ,୩୧ା୩(କାର୍ତ୍ତିକ ସାହୁ)ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନର କର୍ମକର୍ତ୍ତା ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ଆଇନଜୀବୀ ବିଜୟ କୁମାର ଦାସ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୨୦୦ରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ସେହିପରି ହାଇକୋର୍ଟ ବାର୍‌ ଆସୋସିଏଶନର ଉପସଭାପତି ଭାବେ ଆଇନଜୀବୀ କରୁଣାକର ରଥ ଏବଂ ସମ୍ପାଦକ ଭାବେ ଆଇନଜୀବୀ ରଞ୍ଜନ କୁମାର ନାୟକ ନିର୍ବାଚିତ ହୋଇଛନ୍ତି।
କଟକ ବାର୍‌ ଆସୋସିଏଶନର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ନାରାୟଣ ପ୍ରସାଦ ପରିଜା, ସମ୍ପାଦକ ଅଶୋକ କୁମାର ଜେନା ନିର୍ବାଚିତ ହୋଇଛନ୍ତି। କ୍ରିମିନାଲ କୋର୍ଟସ୍‌ ବାର୍‌ ଆସୋସିଏଶନର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ଭାବେ ଶରତ ଚନ୍ଦ୍ର ପ୍ରଧାନ ଓ ସମ୍ପାଦକ ଭାବେ ତାପସ କୁମାର ନାୟକ ନିର୍ବାଚିତ ହୋଇଛନ୍ତି। ଶନିବାର ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଜାରି ରହିଥିଲା।
ମୋଟର ଭେହିକିଲ(ଏମ୍‌ଭି) ଲୟର୍ସ ଆସୋସିଏଶନର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ଜିତେନ୍ଦ୍ର ମହାନ୍ତି, ଉପସଭାପତି ଜ୍ୟୋତିରଞ୍ଜନ ମହାନ୍ତି, ସମ୍ପାଦକ ବିଜୟ କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ରଶ୍ମିରଞ୍ଜନ ଦାସ ଓ ଲିଟୁ ପ୍ରଧାନ, କୋଷାଧ୍ୟକ୍ଷ ଜ୍ଞାନରଞ୍ଜନ ପାଲ ଏବଂ ପାଠାଗାର ସମ୍ପାଦକ ଭାବେ ଚିତ୍ତରଞ୍ଜନ ଧଳ ନିର୍ବାଚିତ ହୋଇଛନ୍ତି। ଏଥିସହ କାର୍ଯ୍ୟକାରୀ ସଦସ୍ୟ ଭାବେ ରାଜେଶ ପ୍ରସାଦ ଭଗତ, ସିଦ୍ଧାର୍ଥ ଶଙ୍କର ଘୋଷ, ସୁବ୍ରତ କୁମାର ନାୟକ, ଚୌଧୁରୀ ଅମରେଶ ମିଶ୍ର, ଜିତେନ୍ଦୁ ମହାନ୍ତି, ସୁଧାଂଶୁ ଶେଖର ପ୍ରଧାନ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ଭାବେ ଆସୋସିଏଶନର ବରିଷ୍ଠ ସଦସ୍ୟ ଅନିରୁଦ୍ଧ ନାୟକ ନିର୍ବାଚନ ପରିଚାଳନା କରିଥିଲେ।
ଦି କଟକ ଟ୍ୟାକ୍ସ ବାର୍‌ ଆସୋସିଏଶନର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ଭାବେ ପ୍ରଶାନ୍ତ କୁମାର ମିଶ୍ର, ଉପସଭାପତି କୌସ୍ତବ ଚୌଧୁରୀ, ସମ୍ପାଦକ ସୌମ୍ୟଶିବ ମହାନ୍ତି, ଯୁଗ୍ମ ସମ୍ପାଦକ ଶୁଭାନନ୍ଦ ମହାନ୍ତି, କୋଷାଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଗୀତାଞ୍ଜଳି ଦାସ, ଜିତେନ୍ଦ୍ର କୁମାର ଜେନା, ପିଙ୍କୁଶ୍ରୀ ତ୍ରିପାଠୀ, କିଶୋର କୁମାର ସ୍ବାଇଁ, ରଘୁନାଥ ସାହୁ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ଭାବେ ନଟବର ପଣ୍ଡା ଓ ସହକାରୀ ନିର୍ବାଚନ ଅଧିକାରୀ ଭାବେ ନୀରୋଦ କୁମାର ପାଲ୍‌ ନିର୍ବାଚନ ପରିଚାଳନା କରିଥିଲେ।

ବାଙ୍କୀ ଓକିଲ ସଂଘ: କୈଳାସ ସଭାପତି, ଶୁଭାଶିଷ ସମ୍ପାଦକ
ବାଙ୍କୀ,(ଜ୍ଞାନେନ୍ଦ୍ର ମୋହନ ମିଶ୍ର): ବାଙ୍କୀ ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ କୈଳାସ ଚନ୍ଦ୍ର ମହାପାତ୍ର ଏଥିରେ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। କୈଳାସ ଚନ୍ଦ୍ର ମହାପାତ୍ର ୬୫ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଧୀରେନ୍‌ କୁମାର ମଙ୍ଗରାଜ ୪୬ ଖଣ୍ଡ ପାଇଥିଲେ। ଅନ୍ୟତମ ପ୍ରାର୍ଥୀ ସଂଗ୍ରାମ କେଶରୀ ବେହେରା ମାତ୍ର ଖଣ୍ଡେ ଭୋଟ ପାଇଥିବା ବେଳେ ୩ ଭୋଟ୍‌ ନାକଚ ହୋଇଥିଲା। ଏହାଛଡ଼ା ସନ୍ତୋଷ କୁମାର ରଣା ଉପସଭାପତି, ଶୁଭାଶିଷ ମହାପାତ୍ର ସମ୍ପାଦକ, ଜୟପ୍ରକାଶ ମିଶ୍ର ସହ ସମ୍ପାଦକ, ପ୍ରଦୀପ କୁମାର ମିଶ୍ର କୋଷାଧ୍ୟକ୍ଷ, ପ୍ରଦୀପ କୁମାର ମହାପାତ୍ର ଗନ୍ଥାଗାରିକଭାବେ ନିର୍ଦ୍ୱିନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।

ନରସିଂହପୁର ଓକିଲ ସଂଘ:
ନିର୍ମଳେନ୍ଦୁ ସଭାପତି, ଅମିୟ ସମ୍ପାଦକ
ନରସିଂହପୁର,(ନିରଞ୍ଜନ ଦେବକୁମାର): ନରସିଂହପୁର ଓକିଲ ସଂଘର ନିର୍ବାଚନରେ ସଭାପତି ପଦବୀରେ ବରିଷ୍ଠ ଆଇନଜୀବୀ ସରୋଜ କୁମାର ସାହୁ ଓ ଆଇନଜୀବୀ ନିର୍ମଳେନ୍ଦୁ ମିଶ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଏଥିରେ ନିର୍ମଳେନ୍ଦୁ ମାତ୍ର ଗୋଟିଏ ଭୋଟରେ ଆଗୁଆ ହୋଇ ବିଜୟୀ ହୋଇଥିଲେ। ସେହିଭଳି ଉପସଭାପତି ପଦରେ ଗୋଲଖ ସାହୁଙ୍କୁ ହରାଇ ଆଇନଜୀବୀ ମାନ ବେହେରା ବିଜୟୀ ହୋଇଥିଲେ। ସମ୍ପାଦକ ପଦବୀରେ ସୁରେଶ କୁମାର ମହାନ୍ତିଙ୍କୁ ହରାଇ ଅମିୟ ରଞ୍ଜନ ପଣ୍ଡା ବିଜୟୀ ହୋଇଥିଲେ। ଅପ୍ରତିଦ୍ୱନ୍ଦ୍ୱୀ ଭାବେ ସହ ସମ୍ପାଦକ ପଦରେ ଆଇନଜୀବୀ ଦେବଦତ୍ତ ମଳୟ କୁମାର ବରାଳ ଓ ଗନ୍ଥାଗାରିକଭାବେ ଆଶ୍ୱିନୀ କୁମାର ରଣା ନିର୍ବାଚିତ ହୋଇଥିବାବେଳେ କୋଷାଧ୍ୟକ୍ଷ ପଦବୀରେ କେହି ପ୍ରାର୍ଥତ୍ପତ୍ର ଦାଖଲ କରି ନ ଥିବା ନିର୍ବାଚନ ଅଧିକାରୀ ଅଶୋକ କୁମାର ଶତପଥୀ କହିଛନ୍ତି।

ଆଠଗଡ଼ ଓକିଲ ସଂଘ: ସତ୍ୟେନ ସଭାପତି, ବନବିହାରୀ ସମ୍ପାଦକ
ଆଠଗଡ,(ସତ୍ୟ ପ୍ରସାଦ ରଥ): ଆଠଗଡ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ନିର୍ବାଚନରେ ସଭାପତି ଭାବେ ସତ୍ୟେନ ପଣ୍ଡା ବିଜୟୀ ହୋଇଥିବା ବେଳେ ଲଗାତର ୭ମ ଥର ପାଇଁ ସମ୍ପାଦକ ଭାବେ ବନବିହାରୀ ସାହୁ ବିଜୟୀ ହୋଇଛନ୍ତି। ସେହିପରି ଉପସଭାପତି ପଦରେ ସୁବାସ ଚନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ଭାବେ ସୁପ୍ରଭା ଦୋରା ବିଜୟୀ ହୋଇଛନ୍ତି। ପୂର୍ବରୁ ସହସମ୍ପାଦକ ଭାବେ ଶ୍ରୀନିବାସ ଦାସ, କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦୀପାଳି ଦାଶ, ବିରଞ୍ଚତ୍ନାରାୟଣ ମହାପାତ୍ର ନିର୍ବାଚିତ ହୋଇଥିଲେ।

ବଡ଼ମ୍ବା ଓକିଲ ସଂଘ: ସନ୍ତୋଷ ସଭାପତି, ମନୋଜ ସମ୍ପାଦକ
ବଡ଼ମ୍ବା,(ମାୟାଧର ମଲ୍ଲିକ): ବଡ଼ମ୍ବା ଓକିଲ ସଂଘ ନିର୍ବାଚନରେ ସମସ୍ତ କର୍ମକର୍ତ୍ତା ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି। ସଭାପତି ଭାବେ ସଂଘର ବରିଷ୍ଠ ଓକିଲ ସନ୍ତୋଷ କୁମାର ପଟ୍ଟନାୟକ, ଉପସଭାପତି ଦିଲୀପ କୁମାର ସାମନ୍ତ, ସମ୍ପାଦକ ମନୋଜ କୁମାର ପଣ୍ଡା, ସହ ସମ୍ପାଦକ ଶ୍ରୀଧର ମହାନ୍ତି, ଗ୍ରନ୍ଥାଗାରିକ ସୁଦାମ ଚାରଣ ନାୟକ ଓ କୋଷାଧ୍ୟକ୍ଷଭାବେ ସଞ୍ଜୁଲତା ଦେଈ ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ଲକ୍ଷ୍ମୀପ୍ରିୟା ପାଳ, ପ୍ରଭାତ ରଞ୍ଜନ ବଳିୟାରସିଂହ, ବିନସ୍ତ୍ୟଯଶ ବନତାନନ୍ଦ ଆଚାର୍ଯ୍ୟ ଓ ଶିଶିର କୁମାର ପଲେଇ ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀଭାବେ ଆଇନୀଜୀବୀ ଅଜିତ ପ୍ରସାଦ ଚୌଧୁରୀ ନିର୍ବାଚନ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri