ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ କାର୍ଯ୍ୟକ୍ରମରେ ଦାମଙ୍କୁ ପ୍ରଶଂସା କରିବା ସହ ଏଭଳି ବୟାନ ଦେଇଛନ୍ତି ବାପି ସର୍ଖେଲ । ତାଙ୍କ କହିବା ଅନୁସାରେ, ଦାମଙ୍କ ସହ ମୋର ବାପ-ପୁଅ ଭଳି ଅତି ନିବିଡ଼ ସମ୍ପର୍କ ଥିଲା । ସେ ମାଫିଆମାନଙ୍କୁ ଆଦୌ ପ୍ରଶ୍ରୟ ଦେଉନଥିଲେ ।
କିଛି କୁଚକ୍ରୀଙ୍କ ପାଇଁ ଆମ ଭିତରେ ଭୁଲ୍ ବୁଝାମଣା ଓ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା । ଦାମ ବାବୁ ମୋତେ ପରିଚୟ ଦେଇଛନ୍ତି, ତାଙ୍କ ପାଖରେ ମୁଁ ଚିର ଋଣୀ । ପାରାଦୀପ ଓ କୁଜଙ୍ଗରେ ଦାମ ବାବୁଙ୍କ ଦୁଇଟି ପ୍ରତିମୂର୍ତ୍ତି ମୁଁ ତିଆରି କରିବି ବୋଲି କହିଛନ୍ତି ବାପି ସର୍ଖେଲ ।


