ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ବନ୍ତାରା’ର ଶୁଭାରମ୍ଭ

ଭୁବନେଶ୍ୱର,୨୭।୨: ଦେଶର ପ୍ରମୁଖ ସାମାଜିକ ପ୍ରତିଷ୍ଠାନ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌(ଆରଆଇଏଲ)ର ସିଏସ୍‌ଆର ୟୁନିଟ୍‌ ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ବନ୍ତାରା (ଜଙ୍ଗଲର ତାରା) ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଯେଉଁଥିରେ ଉଭୟ ଭାରତ ଓ ବିଦେଶରେ ଆହତ, ଉତ୍ପୀଡ଼ନର ଶିକାର ଏବଂ ଭୟରେ ଥିବା ପଶୁମାନଙ୍କୁ ଉଦ୍ଧାର, ଚିକିତ୍ସା, ଯତ୍ନ ଓ ଥଇଥାନ ଆଦିର ବ୍ୟବସ୍ଥା କରାଯାଇଛି। ଏପରିକି ଗୁଜରାଟରେ ରିଲାଏନ୍ସ ଜାମ୍‌ନଗର ରିଫାଇନେରି ପରିସରରେ ଥିବା ସବୁଜ ବଳୟର ୩୦୦୦ ଏକର ପରିବ୍ୟାପ୍ତି/ବ୍ୟାପ୍ତ ସ୍ଥାନରେ ‘ବନ୍ତାରା’ର ଅୟମାରମ୍ଭ ହୋଇଛି। ଏହାର ମୂଳ ଲକ୍ଷ୍ୟ ହେଉଛି ବିଶ୍ୱରେ ସଂରକ୍ଷଣ ଉଦ୍ୟମର ଅନ୍ୟତମ ପ୍ରମୁଖ ଯୋଗଦାନକାରୀରେ ପରିଣତ ହେବା ସହିତ ପଶୁ ଯତ୍ନ ଓ କଲ୍ୟାଣ କ୍ଷେତ୍ରରେ ଅଭିଜ୍ଞ ବିଶେଷଜ୍ଞମାନଙ୍କ ସହ କାର୍ଯ୍ୟକରି ବନ୍ତାରା ୩୦୦୦ ଏକର ସ୍ଥାନକୁ ଏକ ପ୍ରାକୃତିକ ଜଙ୍ଗଲ ଭଳି ପରିବେଶରେ ପରିଣତ କରିଛି, ଯେଉଁଠାରେ ଉଦ୍ଧାର କରାଯାଇଥିବା ପଶୁମାନେ ଆରାମରେ ବାସ କରିପାରିବେ। ଆର୍‌ଆଇଏଲ୍‌ ବୋର୍ଡ ଓ ରିଲାଏନ୍ସ ଫାଉଣ୍ଡେଶନର ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପରିକଳ୍ପନା କରାଯାଇଥିବା ତଥା ଉତ୍ସାହଭରା ନେତୃତ୍ୱରେ ଏହାର ସ୍ଥାପନ କରାଯାଇଛି। ଏହା ଭାରତରେ ପ୍ରଥମ ଘରୋଇ କାର୍ଯ୍ୟକ୍ରମ ହୋଇଥିଲାବେଳେ ଅନନ୍ତ ଅମ୍ବାନୀ ଜାମ୍‌ନଗରରେ ରିଲାଏନ୍ସର ମହତ୍ୱପୂର୍ଣ୍ଣ ଅକ୍ଷୟ ଶକ୍ତି ପ୍ରକଳ୍ପର ନେତୃତ୍ୱ ନେଉଛନ୍ତି, ଯାହା ୨୦୩୫ ସୁଦ୍ଧା ରିଲାଏନ୍ସକୁ ନେଟ୍‌ କାର୍ବନ ଜିରୋ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ। ଏହି କାର୍ଯ୍ୟକ୍ରମ ଅଧୀନରେ ଗତ କିଛିବର୍ଷ ଭିତରେ ୨୦୦ରୁ ଊଦ୍ଧର୍‌ବ ହାତୀ, ହଜାର ହଜାର ଅନ୍ୟ ଜୀବ, ସରୀସୃପ ଓ ପକ୍ଷୀଙ୍କୁ ଅସୁରକ୍ଷିତ ସ୍ଥିତିରୁ ଉଦ୍ଧାର କରାଯାଇଛି । ଗଣ୍ଡା, କଲରାପତରିଆ ବାଘ ଓ କୁମ୍ଭୀର ଭଳି ପ୍ରମୁଖ ଜୀବଙ୍କୁ ଉଦ୍ଧାର ଓ ଥଇଥାନ ଦିଗରେ ମଧ୍ୟ ଏଥିରେ ଉଦ୍ୟମ କରାଯାଇଛି। ମେକ୍ସିକୋ ଓ ଭେନେଜୁଏଲା ଭଳି ବିଦେଶ ରାଷ୍ଟ୍ରର ଉଦ୍ଧାର କାର୍ଯ୍ୟକ୍ରମରେ ମଧ୍ୟ ବନ୍ତାରା ସାମିଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୁଦ୍ଧିକ୍ରିୟା ଭୋଜି ଖାଇ ​ସୁନାଖାଏନ ଗାଁରେ ଝାଡ଼ାବାନ୍ତି ଆତଙ୍କ, ଚାଲିଗଲା ୨ଜଣଙ୍କ ଜୀବନ

​ଝାରସୁଗୁଡ଼ା/ଲଖନପୁର,୨୪ା୫(ଆଶିଷ ରଞ୍ଜନ ଦାଶ/ଗୌତମ ସାହୁ ): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅତାବିରା ଗ୍ରାମ ପଞ୍ଚାୟତ ସୁନାଖାଏନ ଗ୍ରାମରେ ଝାଡ଼ାବାନ୍ତିର ଆତଙ୍କ ଦେଖାଦେଇଛି । ଏହି ରୋଗରେ…

ଏମିତି ଘୋଷଣା କଲା ଇରାନ ଖୁସି ହୋଇଗଲା ସାରା ବିଶ୍ୱ, ଏଥର ଶେଷ ହେବ ଯୁଦ୍ଧ!

ନୂଆଦିଲ୍ଲୀ/ତେହରାନ,୨୪।୫: ଭାରତରେ ଇରାନର ସର୍ବୋଚ୍ଚ ନେତାଙ୍କ ପ୍ରତିନିଧି ଡକ୍ଟର ଅବଦୁଲ ମାଜିଦ ହାକିମ ଏଲାହିଙ୍କ ଏକ ବିବୃତ୍ତି ଅନ୍ତର୍ଜାତୀୟ ରାଜନୀତିରେ ଏକ ନୂତନ ଆଲୋଚନାର ସୂତ୍ରପାତ କରିଛି।…

ଚଳନ୍ତାଗାଡ଼ିରୁ ବାହାରିଗଲା ଚକା, ରାସ୍ତାକଡ଼ ଦୋକାନ ଭିତରେ ପଶିଯିବାରୁ…

ମୋହନା,୨୪ା୫(ମନ୍ମଥ ମିଶ୍ର): ହରିହର ନାମକ ଯାତ୍ରୀବାହୀ ଘରୋଇ ବସ୍‌ ( ଓଡି ୦୭ ଜେଡ୍‌ ୦୫୯୯ ) ବ୍ରହ୍ମପୁରଠାରୁ କାଟିଙ୍ଗା ୩୦ ଜଣ ଯାତ୍ରୀଙ୍କୁ ନେଇ ଯିବା…

UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଙ୍କୁ ଗଣବଳାତ୍କାର, ତିନି ଦିନ ଧରି ବନ୍ଦୀ କରି ସାଙ୍ଗ….

ଲକ୍ଷ୍ନୌ,୨୪।୫: ଲକ୍ଷ୍ନୌରେ ଏକ ଗଣବଳାତ୍କାର ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀରେ UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଯୁବତୀଙ୍କୁ ସାଙ୍ଗମାନେ ବଳାତ୍କାର କରିଥିବା ନେଇ…

ଭାରତର ମାଷ୍ଟରଷ୍ଟ୍ରୋକ୍‌, ଅଡୁଆରେ ଚାଇନା

ନୂଆଦିଲ୍ଲୀ,୨୪।୫: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ବୃଦ୍ଧି ପାଉଥିବା କାର୍ଯ୍ୟକଳାପ ଭାରତ ସମେତ ବିଶ୍ୱବ୍ୟାପୀ ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଚାଇନା ଯୁଦ୍ଧଜାହାଜ ଏବଂ…

ବାହା ହୋଇପାରୁନଥିଲା ପୁଅ, ରାଗିଯାଇ ମା’ଙ୍କୁ ଜିଅନ୍ତା ଜାଳିଦେଲେ

ମୁମ୍ବାଇ,୨୪ା୫: ପୁଅକୁ ବିବାହ କରାଇପାରିଲାନି ମା’ । ରିକ୍ସା ଚାଳକ ପୁଅ ନିଜ ବୃଦ୍ଧା ମା’ଙ୍କ ଉପରେ ଏକ ଜ୍ୱଳନଶୀଳ ପଦାର୍ଥ ଢାଳି ନିଆଁ ଲଗାଇ ଦେଇଥିବା…

ପୁଣି ଲଜ୍ଜିତ ହେଲା ୟୁପି! ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଚିୟରଲିଡର୍ସଙ୍କୁ ଦୁର୍ବବ୍ୟହାର, ଦେଖନ୍ତୁ Video

ଲକ୍ଷ୍ନୌ,୨୪।୫: ବର୍ତ୍ତମାନ, ଇଣ୍ଡିଆନ ପ୍ରିମିୟର ଲିଗ (IPL) 2026 ପାଇଁ ସାରା ଭାରତରେ ଉତ୍ସାହ ଲାଗି ରହିଛି। ଦେଶର ବିଭିନ୍ନ ରାଜ୍ୟରେ 2026 ସିଜିନ ପାଇଁ ମ୍ୟାଚ…

‘ମୋତେ ମୂର୍ଖ କୁହ ନାହିଁ – ମୋତେ ଏକଛତ୍ରବାଦୀ କୁହ’: ଜାଣନ୍ତୁ କାହିଁକି ଏମିତି କହିଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୪।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ ମନ୍ତବ୍ୟ ଦେଇଛନ୍ତି ଯେ ତାଙ୍କୁ ‘ମୂର୍ଖ’ ବୋଲି କୁହାଯିବା ପସନ୍ଦ ନୁହେଁ; ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri