ବ୍ୟାଙ୍କଗୁଡ଼ିକୁ ମିଳିବ ୨୦ ହଜାର କୋଟି

ନୂଆଦିଲ୍ଲୀ, ୧୫।୯: ଚଳିତ ଆର୍ଥତ୍କ ବର୍ଷରେ କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୨୦ ହଜାର କୋଟି ଟଙ୍କାର ପୁଞ୍ଜି ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି। କରୋନା ମହାମାରୀ ଯୋଗୁ ବ୍ୟାଙ୍କଗୁଡ଼ିକରେ ଅନାଦାୟ ଋଣ (ଏନ୍‌ପିଏ) ବଢ଼ିବା ଆଶଙ୍କା ରହିଛି। ବର୍ତ୍ତମାନ ଏନ୍‌ପିଏ ବ୍ୟାଙ୍କଗୁଡିକ ଲାଗି ସମସ୍ୟା ସୃଷ୍ଟି କରୁଥିବା ଦେଖାଯାଉଛି। ଏହା ଆହୁରି ବଢ଼ିଲେ ବ୍ୟାଙ୍କଗୁଡ଼ିକର ପରିଚାଳନାରେ ଏହା ମୁଣ୍ଡବ୍ୟଥା ବଢ଼ାଇବ। ଏହି ପ୍ରସଙ୍ଗକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ପୁଞ୍ଜି ଯୋଗାଣ ଦ୍ୱାରା ପରିଚାଳନାକୁ ଉନ୍ନତ କରିବାକୁ ଚାହୁଁଛନ୍ତି। ପୁଞ୍ଜି ଯୋଗାଇଦେବା ଲାଗି ପାର୍ଲାମେଣ୍ଟ ମଞ୍ଜୁରୀ ଲୋଡ଼ିଥିବା ଜଣାପଡ଼ିଛି। ରଏଟର୍ସରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ପୁଞ୍ଜି ସହାୟତା ଯୋଗାଇଦେବା ଲାଗି ସରକାର ପ୍ରସ୍ତୁତ ଥିବା କହିଥିଲେ। ସାରା ଦେଶରେ ଅଭିବୃଦ୍ଧି ଖସୁଥିବା ଯୋଗୁ ଏହା ଏନ୍‌ପିଏ ବଢ଼ାଇବା ଭଳି ସ୍ଥିତି ସୃଷ୍ଟି କରିଛି। ମହାମାରୀ ଯୋଗୁ ବ୍ୟାଙ୍କଗୁଡ଼ିକରେ ୨୦୨୧ ମାର୍ଚ୍ଚ ସୁଦ୍ଧା ମୋଟ ଏନ୍‌ପିଏ ୧୨.୫% ଛୁଇଁବା ନେଇ ଆକଳନ କରାଯାଇଛି। ଏହି ହାର ଚଳିତ ବର୍ଷ ମାର୍ଚ୍ଚରେ ୮.୫% ରହିଥିବା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ରିପୋର୍ଟରୁ ସାମ୍ନାକୁ ଆସିଛି। ବ୍ୟାଙ୍କଗୁଡ଼ିକୁ ଗତ ୫ ବର୍ଷରେ କେନ୍ଦ୍ର ସରକାର ୩.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ସରକାର ଯୋଗାଇ ଦେଇଛନ୍ତି। ଚଳିତ ବର୍ଷ ବଜେଟରେ କେନ୍ଦ୍ର ସରକାର ବ୍ୟାଙ୍କଗୁଡ଼ିକୁ କୌଣସି ସହାୟତା ପ୍ରଦାନ କରି ନ ଥିଲେ। ପୁଞ୍ଜିବଜାରରୁ ଋଣ ଉଠାଣ ଉପରେ ବ୍ୟାଙ୍କଗୁଡ଼ିକୁ ଉତ୍ସାହିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନଗଦ ଉଠାଣ ଲାଗି ବ୍ୟାଙ୍କଗୁଡ଼ିକୁ ଅଧିକ ସମୟ

ନୂଆଦିଲ୍ଲୀ,୨୮।୬: କରୋନା ଭାଇରସ୍‌ ଲାଗି ବଜାର ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇ ରହିଛି। ବ୍ୟାଙ୍କଗୁଡିକର ନଗଦ ଅସୁବିଧାକୁ ସମାଧାନ କରିବା ଲାଗି ବର୍ଦ୍ଧିତ ଋଣ ସୁବିଧାର ସୀମାକୁ...

ଆଜି ମୋରାଟୋରିୟମ ମାମଲାର ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମୋରାଟୋରିୟମ ମାମଲାର ଶୁଣାଣି ବୁଧବାର କରିବେ। ଏହି ମାମଲାରେ ଅନେକ ଆବେଦନ ହୋଇଥିବା ବେଳେ ଏହାର ଶୁଣାଣି ବର୍ତ୍ତମାନ ଜାରି ରହିଛି। ଏହି...

ଏୟାର ଇଣ୍ଡିଆର ଦାୟିତ୍ୱ ସମ୍ଭାଳିବେ ଏନ୍‌ ଚନ୍ଦ୍ରଶେଖରନ୍‌

ନୂଆଦିଲ୍ଲୀ,୧୪।୩: ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ୍‌ଙ୍କୁ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସୋମବାର ବେସାମରିକ ବିମାନ ଚଳାଚଳର ନିର୍ଦ୍ଦେଶକ ଏହି ସୂଚନା...

୨ଥର ଫେଲ୍‌ ହୋଇଥିବା ଛାତ୍ର ଛିଡାକଲେ କୋଟି କୋଟି ଟଙ୍କାର ଏହି କମ୍ପାନୀ: ଜାଣନ୍ତୁ …..

ଜୋମାଟୋ, ଦେଶର ସର୍ବୋଚ୍ଚ ଅନ୍‌ଲାଇନ୍‌ ଖାଦ୍ୟ ବିତରଣ କମ୍ପାନୀ ମଧ୍ୟରୁ ଅନ୍ୟତମ। ପ୍ରତିଦିନ ହଜାର ହଜାର ସଂଖ୍ୟାର ଲୋକ ଏହି ସାଇଟ୍‌ରୁ ଖାଦ୍ୟ ଅର୍ଡର କରିଥାନ୍ତି।...

ଫେସବୁକ୍‌ ସିଓଓ ପଦରୁ ସାଣ୍ଡବର୍ଗଙ୍କ ଇସ୍ତଫା…

ଓ୍ବାଶିଂଟନ, ୨।୬ : ଫେସବୁକ ଏବଂ ଏହାର ପ୍ୟାରେଣ୍ଟ କମ୍ପାନୀ ମେଟାର ଚିଫ୍‌ ଅପରେଟିଂ ଅଫିସର (ସିଓଓ) ଶେରିଲ ସାଣ୍ଡବର୍ଗ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।...

ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସେପ୍ଟେମ୍ବର ୩ରେ ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ବୈଠକରେ ଋଣ ପୁନର୍ଗଠନ ଯୋଜନା ଉପରେ ସମୀକ୍ଷା...

ସର୍ବୋଚ୍ଚ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ପାଇକାରୀ ମୂଲ୍ୟଭିତ୍ତିକ ମୁଦ୍ରାସ୍ଫୀତି (ଡବ୍ଲ୍ୟୁପିଆଇ)୯ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ନଭେମ୍ବରରେ ଏହା ୧.୫୫% ସ୍ତର ଛୁଇଁଛି। ମାନୁଫାକ୍‌ଚର ସାମଗ୍ରୀ ଦର ଉଚ୍ଚରେ ରହିବା...

ରିଲାଏନ୍ସ ଫ୍ରେସ୍‌, ସ୍ମାର୍ଟ ଷ୍ଟୋରରେ ମଦର୍ସ ଡେ

ନୂଆଦିଲ୍ଲୀ,୧୦।୫: ସୁପର ମାର୍କେଟ ବ୍ରାଣ୍ଡ ରିଲାଏନ୍ସ ରିଟେଲ ପକ୍ଷରୁ ଏହାର ରିଲାଏନ୍ସ ଫ୍ରେସ୍‌ ଏବଂ ସ୍ମାର୍ଟ ଷ୍ଟୋରରେ ମଦର୍ସ ଡେ ପାଳନ କରାଯାଉଛି। ଏହି ଅବସରରେ...

Advertisement
Archives

Model This Week