ଜୁଲାଇରେ ୧୫ ଦିନ ବ୍ୟାଙ୍କ ବନ୍ଦ: ଅବଶିଷ୍ଟ ଦିନଗୁଡ଼ିକରେ କାର୍ଯ୍ୟ କରାଇନେବାକୁ ପରାମର୍ଶ

ଭୁବନେଶ୍ୱର,୨୭।୬: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ବିଭିନ୍ନ କଟକଣା ଜାରି କରିଛନ୍ତି। ଏହାସତ୍ତ୍ୱେ ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗାଇଡ୍‌ଲାଇନ ଅନୁସାରେ ବ୍ୟାଙ୍କଗୁଡ଼ିକ ସ୍ବଳ୍ପ ସମୟ ପାଇଁ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛନ୍ତି। ଇତିମଧ୍ୟରେ ଆସନ୍ତା ଜୁଲାଇରେ ସାରା ଦେଶର ବ୍ୟାଙ୍କଗୁଡ଼ିକ ୧୫ ଦିନ ବନ୍ଦ ରହିବ ବୋଲି ଆର୍‌ବିଆଇର କ୍ୟାଲେଣ୍ଡରରୁ ଜଣାପଡ଼ିଛି।

ସୂଚନାନୁସାରେ ମାସର ୩୧ ଦିନ ମଧ୍ୟରୁ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। ତେଣୁ ଅବଶିଷ୍ଟ ଦିନଗୁଡ଼ିକରେ ଗ୍ରାହକମାନେ ନିଜ ନିଜ କାର୍ଯ୍ୟ କରାଇ ନେବାକୁ ଏଥିରେ ପରାମର୍ଶ ଦିଆଯାଇଛି। ବ୍ୟାଙ୍କର ଅନ୍‌ଲାଇନ କାର୍ଯ୍ୟ ଜାରି ରହିବ। ହେଲେ ଅଫ୍‌ଲାଇନ (ବ୍ୟାଙ୍କ କାର୍ଯ୍ୟାଳୟ) ଜରିଆରେ ସମସ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ସୂଚନା ମିଳିଛି। ବିଶେଷକରି ଜୁଲାଇ ୪, ୧୧, ୧୮, ଓ ୨୫ ତାରିଖ ରବିବାର ପଡ଼ୁଥିବାବେଳେ ୧୦ ଦ୍ୱିତୀୟ ଶନିବାର ଏବଂ ୨୪ ତାରିଖରେ ଚତୁର୍ଥ ଶନିବାର ପଡ଼ୁଛି। ଏହାବାଦ୍‌ ଇଦ୍‌-ଇୁଲ-ଜୁହା ଏବଂ ରଥଯାତ୍ରା ଭଳି ପ୍ରମୁଖ ପର୍ବ ପଡ଼ୁଥିବାରୁ ସବୁକୁ ମିଶାଇ ୧୫ ଦିନ ବ୍ୟାଙ୍କ ଛୁଟି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବଜାଜ ଫାଇନାନ୍ସ ଅଧ୍ୟକ୍ଷ ପଦବୀରୁ ଓହରିଲେ ରାହୁଲ ବଜାଜ

ନୂଆଦିଲ୍ଲୀ,୨୧।୭: ପ୍ରତିଷ୍ଠିତ ଉଦ୍ୟୋଗପତି ରାହୁଲ ବଜାଜ, ବଜାଜ ଫାଇନାନ୍ସର ଅଣକାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପବଦୀରୁ ଓହରିଯାଇଛନ୍ତି। ଚଳିତ ମାସ ଶେଷ ଯାଏ ସେ ଏହି ପଦବୀରେ ରହିବେ।...

ଆର୍‌ବିଆଇ ଏମ୍‌ପିସି ବୈଠକ ଆରମ୍ଭ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ମୁଦ୍ରାନୀତି କମିଟି(ଏମ୍‌ପିସି) ବୈଠକ ବୁଧବାରଠାରୁ ଆରମ୍ଭ ହୋଇଛି। ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକ ୪...

ଶସ୍ତା ହେଲା ଗ୍ୟାସ ସିଲିଣ୍ଡର…

ନୂଆଦିଲ୍ଲୀ, ୧।୬ : ଦେଶରେ ଦର ଦାମ ବୃଦ୍ଧି ଯୋଗୁ ସଙ୍କଟ ସୃଷ୍ଟି ହୋଇଥିବାବେଳେ ଲୋକଙ୍କ ପାଇଁ ଖୁସି ଖବର ଆସିଛି। ଏଲପିଜି ସିଲିଣ୍ଡରର ଦାମ୍‌ରେ...

ଜିଏସ୍‌ଟି କ୍ଷତିପୂରଣ ବିକଳ୍ପ; ରିଜର୍ଭ ବ୍ୟାଙ୍କ ଓ୍ବିଣ୍ଡୋ ସପକ୍ଷରେ ୨୧ ରାଜ୍ୟ

  ନୂଆଦିଲ୍ଲୀ : ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କ୍ଷତିପୂରଣ ନେଇ କେନ୍ଦ୍ର ଏବଂ ରାଜ୍ୟଗୁଡିକ ମଧ୍ୟରେ ଚୂଡାନ୍ତ ନିଷ୍ପତ୍ତି ହୋଇ ପାରିନାହିଁ। କେନ୍ଦ୍ର ସରକାର...

ଏମ୍‌ଆର୍‌ଏଫ୍‌ ଟାୟାର୍‌ ଆଣ୍ଡ ସର୍ଭିସ୍‌ ଫ୍ରାଞ୍ଚାଇଜର ଶୁଭାରମ୍ଭ

କଟକ,୮।୮: ଦେଶର ପ୍ରମୁଖ ଟାୟାର ଉତ୍ପାଦନ କମ୍ପାନୀ ‘ଏମ୍‌ଆର୍‌ଏଫ୍‌’ର ସ୍ବୀକୃତି ପ୍ରାପ୍ତ ଡିଲର ଲିଙ୍କରୋଡସ୍ଥିତ ରଶ୍ମୀ ଅଟୋମୋବାଇଲ୍ସ ଆନୁକୂଲ୍ୟରେ ‘ଏମଆରଏଫ ଟାୟାର୍‌ ଆଣ୍ଡ ସର୍ଭିସ୍‌ ଫ୍ରାଞ୍ଚାଇଜ’ର...

ସର୍ବନିମ୍ନ ଇପିଏଫ୍‌ ପେନସନ ୯,୦୦୦ କରିବାକୁ ଯୋଜନା…

ନୂଆଦିଲ୍ଲୀ, ୫।୧ : କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (ଇପିଏଫଓ) ଏହାର ଧାରକମାନଙ୍କ ପାଇଁ ଖୁବ୍‌ ଶୀଘ୍ର ଖୁସି ଖବର ନେଇ ଆସିବାର ଆଶା ରହିଛି।...

ସ୍ପାଇସଜେଟର ୨ ପାଇଲଟ ବର୍ଷେ ନିଲମ୍ବିତ

ନୂଆଦିଲ୍ଲୀ,୧୧ା୮: ବେସାମରିକ ବିମାନ ଚଳାଚଳ ମହାନିଦ୍ଦେର୍ଶାଳୟ(ଡିଜିସିଏ) ସ୍ପାଇସଜେଟର ଦୁଇଜଣ ପାଇଲଟଙ୍କୁ ଶନିବାର ଏକ ବର୍ଷ ପାଇଁ ନିଲମ୍ବିତ କରିଛି। ମୁମ୍ବାଇ ବିମାନ ବନ୍ଦରରେ ବିମାନକୁ ଠିକ୍‌...

ଏବେ ଅଶୋକ ହୋଟେଲ ପାଳି, ୬୦ ବର୍ଷ ପାଇଁ ହୋଇପାରେ ଘରୋଇକରଣ…

ନୂଆଦିଲ୍ଲୀ, ୧୨।୧୨: ଐତିହାସିକ ଅଶୋକ ହୋଟେଲ ବିକ୍ରୟ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାକୁ ସରକାରଙ୍କ ଉଚ୍ଚାଭିଳାଷୀ ଆସେଟ ମୋନେଟାଇଜେସନ ପ୍ରୋଗ୍ରାମ...

Advertisement
Archives

Model This Week