ଜମାକାରୀ ସୁରକ୍ଷିତ ରହିଲେ ବ୍ୟାଙ୍କ ବଞ୍ଚତ୍ପାରିବ

ନୂଆଦିଲ୍ଲୀ, ୧୩|୧୨:  ବ୍ୟାଙ୍କଗୁଡ଼ିକୁ ବଞ୍ଚାଇବା ପାଇଁ ଆମକୁ ଜମାକାରୀଙ୍କୁ ସୁରକ୍ଷା ଦେବାକୁ ପଡ଼ିବ। ଏହା କରିବା ଦ୍ୱାରା ଆମେ ବ୍ୟାଙ୍କ ସହିତ ଜମାକାରୀଙ୍କୁ ମଧ୍ୟ ସୁରକ୍ଷିତ ରଖିପାରିବା। ଦେଶର ସମୃଦ୍ଧିରେ ବ୍ୟାଙ୍କଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ତେଣୁ ବ୍ୟାଙ୍କର ସମୃଦ୍ଧିକୁ ନିଶ୍ଚିତ କରିବା ପାଇଁ ଜମାକାରୀଙ୍କ ଟଙ୍କାକୁ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ‘ଜମାକାରୀ ପ୍ରଥମେ: ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମୟବଦ୍ଧ ଜମାରାଶି ବୀମା ଦେୟର ଗ୍ୟାରେଣ୍ଟି’ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ଏହା କହିଛନ୍ତି।
ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ ହୋଇଛି। ପ୍ରଥମଟି ହେଲା ୨୭ ବର୍ଷ ବ୍ୟବଧାନ ପରେ ଜମାକାରୀମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଜମା ଉପରେ ବୀମା ଗ୍ୟାରେଣ୍ଟି ପାଇଛନ୍ତି। ପୂର୍ବରୁ ଅର୍ଥାତ୍‌ ୧୯୯୩ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାରାଶି ଉପରେ ବୀମା କଭର ହେଉଥିଲା। ଉଲ୍ଲେଖଥାଉ କି, ଦେଶରେ ୬୦ ଦଶକରେ ବ୍ୟାଙ୍କ ଜମାକାରୀଙ୍କ ପାଇଁ ବୀମା ବ୍ୟବସ୍ଥା କରାଯାଇଥିଲା। ପ୍ରଥମେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଜମା ଉପରେ ବୀମା ଗ୍ୟାରେଣ୍ଟି ଥିଲା। ପରେ ତାହାକୁ ୧ଲକ୍ଷକୁ ବୃଦ୍ଧି କରାଯାଇଥିଲା। ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଲା, ବ୍ୟାଙ୍କ ବୁଡ଼ିବା ସ୍ଥିତିରେ ମଧ୍ୟ ଜମାକାରୀଙ୍କୁ ୯୦ ଦିନ ମଧ୍ୟରେ ସେମାନଙ୍କ ଜମାଅର୍ଥ ଫେରସ୍ତ ମିଳିଯିବ। ପୂର୍ବରୁ ଅର୍ଥ ଫେରସ୍ତର କୌଣସି ସୀମା ନ ଥିଲା। ଏହି ଦୁଇ ବ୍ୟବସ୍ଥା ଉପରେ ଖୁସି ବ୍ୟକ୍ତ କରି ମୋଦି କହିଛନ୍ତି ଯେ, ଗତ କିଛିଦିନ ମଧ୍ୟରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଜମାକାରୀଙ୍କୁ ବର୍ଷ ବର୍ଷ ଧରି ଫସିରହିଥିବା ସେମାନଙ୍କ ଟଙ୍କା ଫେରସ୍ତ ମିଳିଛି। ଏହି ରାଶି ପ୍ରାୟ ୧୩୦୦ କୋଟି ଟଙ୍କା ହେବ। ଏଥିସହ ଆଉ ପ୍ରାୟ ୩ ଲକ୍ଷ ଜମାକାରୀଙ୍କୁ ବ୍ୟାଙ୍କଗୁଡ଼ିକରେ ଫସି ରହିଥିବା ସେମାନଙ୍କ ଟଙ୍କା ମିଳିବାକୁ ଯାଉଛି। ବ୍ୟାଙ୍କ ଜମାରାଶି ଉପରେ ବୀମା କଭର ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପଦକ୍ଷେପ ୭୬ଲକ୍ଷ କୋଟି ଟଙ୍କାର ସଞ୍ଚୟକୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷା କରିବ। ୯୮% ବ୍ୟାଙ୍କିଙ୍ଗ୍‌ ଆକାଉଣ୍ଟ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ। ଏଭଳି ବ୍ୟାପକ ବୀମା ବ୍ୟବସ୍ଥା ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ନାହିଁ ବୋଲି ମୋଦି କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆର୍‌ବିଆଇ ଗଭର୍ନର ଶକ୍ତିିକାନ୍ତ ଦାସ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଉପସ୍ଥିତ ଥିଲେ।

ଉଚ୍ଚ ରିଟର୍ନ ସହ ବିପଦ ଜଡ଼ିତ ଥାଏ

ଅଧିକ ରିଟର୍ନ ଅର୍ଥ ଅଧିକ ବିପଦ। ଉଚ୍ଚ ରିଟର୍ନ ସହ ବିପଦ ଜଡ଼ିତ ଥାଏ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ରବିବାର ଜମାକାରୀଙ୍କୁ ଚେତେଇ ଦେଇଛନ୍ତି। ବ୍ୟାଙ୍କଗୁଡ଼ିକୁ ଦୃଢ଼ ଏବଂ ସ୍ଥିର ରଖିବା ଏକ ମିଳିତ ପ୍ରୟାସ। ଏଥିପାଇଁ ମ୍ୟାନେଜ୍‌ମେଣ୍ଟ, ବୋର୍ଡ ଏବଂ ବ୍ୟାଙ୍କ କମିଟିଗୁଡ଼ିକ ଉତ୍ତରଦାୟୀ ହେବା ଆବଶ୍ୟକ। କୋଭିଡ ମହାମାରୀ ସମୟରେ ଦେଶ ମିଳିତ ଭାବେ କାର୍ଯ୍ୟ କରିବାର ନିଦର୍ଶନ ଦେଖାଇଛି। ବିଶ୍ୱ ଅର୍ଥନୀତିର ଡ୍ରାଇଭର ସିଟ୍‌ରେ ବସିପାରିବା ଭଳି ମୁହୂର୍ତ୍ତ ଭାରତ ପାଇଁ ଆସିଛି। ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରର ସମସ୍ତ ପକ୍ଷ ଏକାଠି କାମ କଲେ ଏହା ସମ୍ଭବ ହେବ ବୋଲି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri