ପ୍ରଭାବିତ ହୋଇପାରେ ବ୍ୟାଙ୍କ ସେବା

ନୂଆଦିଲ୍ଲୀ,୧୫।୩: ସୋମବାର ଏବଂ ମଙ୍ଗଳବାର ୨ ଦିନ ସାରା ଦେଶରେ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହୋଇପାରେ। ୟୁନାଇଟେଡ ଫୋରମ ଅଫ୍‌ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍‌ବିୟୁ) ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିବାରୁ ବ୍ୟାଙ୍କ ସେବାରେ ଏଭଳି ବାଧା ଆସିବ ବୋଲି ଆଶଙ୍କା କରାଯାଉଛି। ୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣକୁ ସଂଘଗୁଡିକ ବିରୋଧ କରୁଛନ୍ତି। କର୍ମଚାରୀମାନେ ଧାରଣା ଦେବାକୁ ଥିବାରୁ ବ୍ୟାଙ୍କ ଶାଖାଗୁଡିକରେ ଉଠାଣ, ଜମା, ଚେକ୍‌ କ୍ଲିୟରାନ୍ସ ଏବଂ ଋଣ ମଞ୍ଜୁରୀ ଭଳି କାର୍ଯ୍ୟ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି।
ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀଙ୍କ ୯ ସଂଘର ଛାମୁଆ ସଙ୍ଗଠନ ୟୁଏଫ୍‌ବିୟୁ ସୂଚନା ମୁତାବକ, ୧୦ ଲକ୍ଷ କର୍ମଚାରୀ ଧର୍ମଘଟରେ ସାମିଲ ହେବେ। ଧର୍ମଘଟରେ କର୍ମଚାରୀ ବହୁ ମାତ୍ରାରେ ଯଦି ସାମିଲ ହୁଅନ୍ତି ତେବେ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହେବା ନେଇ ଏସ୍‌ବିଆଇ ଏହାର ଗ୍ରାହକଙ୍କୁ ଅବଗତ କରାଇ ଦେଇଛି। ବ୍ୟାଙ୍କ ଶାଖା ଏବଂ କାର୍ଯ୍ୟାଳୟ ଯେଭଳି ଠିକ୍‌ ଭାବେ କାର୍ଯ୍ୟ କରିବ ତାକୁ ଧ୍ୟାନରେ ରଖାଯାଉଛି ବୋଲି ଏସ୍‌ବିଆଇ କହିଛି। ଗତ ମାସରେ ଆସିଥିବା ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଥିଲେ ଯେ, ସରକାରଙ୍କ ପୁଞ୍ଜି ପ୍ରତ୍ୟାହାର ଯୋଜନା ମୁତାବକ, ୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ କରାଯିବ।
ସୂଚନାଯୋଗ୍ୟ, ସରକାର ଆଇଡିବିଆଇ ବ୍ୟାଙ୍କକୁ ଘରୋଇକରଣ କରିସାରିଛନ୍ତି। ଏହି ବ୍ୟାଙ୍କରେ ରହିଥିବା ଅଧିକାଂଶ ଅଂଶଧନକୁ ସରକାର ଏଲ୍‌ଆଇସିକୁ ୨୦୧୯ରେ ବିକ୍ରି କରିଦେଇଥିଲେ। ଗତ ୪ ବର୍ଷରେ ୧୪ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶ୍ରଣ କରାଯାଇଛି। ଅତିରିକ୍ତ ମୁଖ୍ୟ ଶ୍ରମ ଆୟୁକ୍ତଙ୍କ ସହ ହୋଇଥିବା ବୈଠକରେ କୌଣସି ନିଷ୍କର୍ଷ ନ ବାହାରିବାକୁ ବାଧ୍ୟ ହୋଇ ଧର୍ମଘଟକୁ ଓହ୍ଲାଉଥିବା ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ(ଏଆଇବିଇଏ)ସାଧାରଣ ସମ୍ପାଦକ ସି.ଏଚ୍‌. ଭେଙ୍କଟଚଳମ କହିଛନ୍ତି। ବର୍ତ୍ତମାନ ୟୁଏଫ୍‌ବିୟୁରେ ଏଆଇବିଇଏ, ଏଆଇବିଓସି, ଏନ୍‌ସିବିଇ, ଏଆଇବିଓଏ, ବିଇଏଫ୍‌ଆଇ ସଂଘ ରହିଛନ୍ତି। ସେହିଭଳି ଅନ୍ୟ ସଙ୍ଗଠନଗୁଡିକ ମଧ୍ୟରେ ଆଇଏନ୍‌ବିଇଏଫ୍‌, ଆଇଏନ୍‌ବିଓସି, ଏନ୍‌ଓବିଡ୍ଲ୍ୟୁ ଏବଂ ଏନ୍‌ଓବିଓ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri