ମରଣଯନ୍ତା ପାଲଟିଛି ବାଙ୍କୀବାହାଲ-ଭେଡାବାହାଲ କୋଲ କରିଡର ରାସ୍ତା

ସୁନ୍ଦରଗଡ଼,୧୩ା୭(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ହେମଗିର ବ୍ଲକରେ ଏସିଆର ସର୍ବବୃହତ୍ତମ କୋଇଲା ଖଣି ରହିଛି। ବସୁନ୍ଧରା, କୁଲଡା, ଗର୍ଜନ ବାହାଲ ଓ ସିଆରମାଲ କୋଇଲା ଖଣି ଏମ୍‌ସିଏଲ ଦ୍ବାରା ପରିଚାଳିତ। ଏହି ଖଣିରୁ ପ୍ରତ୍ୟେହ ଶହଶହ ଟନ୍‌ କୋଇଲା ଝାରସୁଗୁଡା ସମ୍ବଲପୁର ଓ ପଡୋଶୀ ଛତିଶଗଡ଼ ରାଜ୍ୟର ବିଭିନ୍ନ କଳକାରଖାନା ଗୁଡିକୁ ପରିବହନ ହେଉଛି। ହେମଗିର ବ୍ଲକ ବଲିଙ୍ଗା -ଗୋପାଳପୁରଠାରୁ ଦୈନିକ ଶହ ଶହ କୋଇଲା ବୋଝେଇ ଟ୍ରକ ବିଭିନ୍ନ କଳକାରଖାନାକୁ ଯାଉଛି। ଏହି କୋଇଲା ବୋଝେଇ ଗାଡିଗୁଡିକ ମୁଖ୍ୟ ରାସ୍ତା ଦେଇ ଯାଉଥିବାରୁ ଏହାପାଇଁ ଏକ ସ୍ବତନ୍ତ୍ର କୋଲ କରିଡର ନିର୍ମାଣ ୧୮୪ କୋଟି ଟଙ୍କା ବ୍ୟୟ ଅଟକଳରେ ପୂର୍ତ୍ତବିଭାଗ ଅଧୀନରେ ୨୦୨୦ ନଭେମ୍ବର ୩ରୁ ଆରମ୍ଭ ହୋଇଛି। ଏମ୍‌ସିଏଲ ବାଙ୍କିବାହଲଠାରୁ ଭେଡାବାହାଲ ରାଜ୍ୟରାଜପଥ ୧୦ ପର୍ଯ୍ୟନ୍ତ ୪ ଲେନ୍‌ ବିଶିଷ୍ଟ ୩୦.୮କିଲୋମିଟର ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣ ହେଉଛି। ହେଲେ ଏହି ରାସ୍ତା ବର୍ତ୍ତମାନ ଅଧପନ୍ତରିଆ ହୋଇ ପଡ଼ିରହି ମରଣଯନ୍ତା ପାଲଟିଛି। ପ୍ରତ୍ୟେକ ଦିନ ଏହି ରାସ୍ତା ଉପରେ ଅନେକ ଟ୍ରକ ଯିବା ଆସିବା କରିବା ଦ୍ୱାରା ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। ଯାହା ଫଳରେ ଡୁଡୁକା, ବରପାଲି, କାଲୋବାହାଲ ଗ୍ରାମବାସୀ ଯା’ ଆସରେ ସମସ୍ୟା ଭୋଗୁଛନ୍ତି। ଏହି କାଦୁଅ ରାସ୍ତା ଦେଇ ଗ୍ରାମବାସୀ, ସ୍କୁଲ ଓ କଲେଜ ଛାତ୍ରୀଛାତ୍ରମାନେ ବିପଦସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି କୋଲ କରିଡର ରାସ୍ତା ନିର୍ମାଣ କାର୍ଯ୍ୟ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବା କଥା। ହେଲେ ନିର୍ମାଣ କାର୍ଯ୍ୟ ମନ୍ଥର ଗତି ଯୋଗୁଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ ହେବା ନେଇ ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି। ଏହି ରାସ୍ତା ନିର୍ମାଣ କରୁଥିବା ଠିକା ସଂସ୍ଥା ବାଲାଜୀ ଇଞ୍ଜିନିୟରର୍ସ ଲିମିଟେଡ୍‌ ପକ୍ଷରୁ କୁହାଯାଇଛି, ୬ମାସ ହେଲା କୌଣସି ବକେୟା ବିଲ୍‌ ମିଳିନାହିଁ। ବଲ୍‌ ମଞ୍ଜୁର ହେଲା ପରେ କାର୍ଯ୍ୟ ତ୍ୱାରାନିତ ହେବ। ଅପରପକ୍ଷେ ସୁନ୍ଦରଗଡ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇ.ନାରାୟଣ ପଟେଲଙ୍କୁ ପଚାରିବାରୁ ,ଏହି କୋଲ କରିଡର ନିର୍ମାଣ କାର୍ଯ୍ୟ ୮୦ପ୍ରତିଶତ ଶେଷ ହେଲାଣି। ବ୍ୟୟ ଅଟକଳ ବାହାରେ ଏହି ରାସ୍ତାର କେତେକ ସ୍ଥାନରେ ପିଚୁ ବଦଳରେ କଂକ୍ରିଟ କାର୍ଯ୍ୟ ସହ କେତେକ ଏଡିସନାଲ ଓ୍ବାର୍କ ଏମସିଏଲର ଅନୁରୋଧ କ୍ରମେ କରାଯାଇଥିବାରୁ ଏ ବାବଦ ଅତିରିକ୍ତ ବ୍ୟୟ ଅଟକଳ ଅର୍ଥ ମଞ୍ଜୁରୀ ପ୍ରାପ୍ତରେ ବିଳମ୍ବ ହୋଇଥିବାରୁ ନିର୍ମାଣ ଦାୟିତ୍ୱରେ ଥିବା କମ୍ପାନୀର ବିଲ ମଧ୍ୟ ମିଳିନାହିଁ। ଏ ନେଇ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ଖୁବ୍‌ ଶୀଘ୍ର ଏହାର ସମାଧାନ ହେବାସହ ଜନସାଧାରଣଙ୍କ ଯାତାୟତରେ ଯେଭଳି ସମସ୍ୟା ନ ହେବ ସେଥିପ୍ରତି ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

ପଦ୍ମନାଭପୁର ହାଇସ୍କୁଲର ବାର୍ଷିକୋତ୍ସବ: ନିଜର ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବାକୁ…

ଦିଗପହଣ୍ଡି,୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ମା’ ରାମଚଣ୍ଡୀ ମହୋତ୍ସବର ଦ୍ୱିତୀୟ ସଂଧ୍ୟା: ଦର୍ଶକଙ୍କ ମନ ମୋହିଲା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ର ନୃତ୍ୟ 

ଗଞ୍ଜାମ, ୭।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମ ନିକଟରେ ତିନିଦିନ ଧରି ହେବାକୁ ଥିବା ମାଁ ରାମଚଣ୍ଡୀ ମହୋତ୍ସବର ଶୁକ୍ରବାର ଶୁଭାରମ୍ଭ…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri