ସରକାରୀ ବାବୁଙ୍କ ଡ୍ରାଇଭରଙ୍କ ଦବଙ୍ଗଗିରି: ନାଲିବତୀ ଗାଡ଼ି ନେଇ ଧମକାଉଥିଲେ, ମାଗୁଥିଲେ ଚାନ୍ଦା, ଏବେ…

ବାଙ୍କୀ, ୨୯।୧୦( ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଜିଲାପାଳଙ୍କ ସରକାରୀ ନାଲିବତୀ ଗାଡ଼ି ଡ୍ରାଇଭରଙ୍କ ଦବଙ୍ଗଗିରି । ଉପଜିଲାପାଳଙ୍କ ଗାଡ଼ି ନେଇ ରାତିରେ ଚୋରା ବାଲି ଟ୍ରକ୍‌ରୁ ଚାନ୍ଦା ଆଦାୟ ଅଭିଯୋଗ ହୋଇଥିଲା। ସେ ହାତରେ ପାଇପ୍‌ ଧରି ମଦ ପିଇବା ବ୍ୟକ୍ତିମାନଙ୍କୁ ଧମକାଇବା ସହ କାଗଜପତ୍ର ମାଗି ଚାନ୍ଦା ଆଦାୟ କରୁଥିବା ନେଇ ଚର୍ଚ୍ଚା ଚାଲିଥିଲା ।
ବାଙ୍କୀ ଉପଜିଲ୍ଲାପାଳ ସରକାରୀ କାର୍ଯ୍ୟରେ ବ୍ୟସ୍ତ ବେଳେ ସେ ଏପରି କରିଥିବା ସୂଚନା ମିଳିଥିଲା । ତେବେ ଏଭଳି ଘଟଣା ପରେ ଅଭିଯୁକ୍ତ ଡ୍ରାଇଭରକୁ ବିଦା କରାଯାଇଛି ବୋଲି ଉପଜଲାପାଳ ପ୍ରଣବ କୁମାରୀ ବେହେରା କହିଛନ୍ତି।

Dharitri – Odisha’s No.1 Odia Daily

Share
Tags: odisha