ବ୍ୟାଙ୍କ ସଂଘଗୁଡ଼ିକର ୨ ଦିନିଆ ଧର୍ମଘଟ ଡାକରା

ନୂଆଦିଲ୍ଲୀ: ୯ ବ୍ୟାଙ୍କ ସଂଘର ସଙ୍ଗଠନ ୟୁନାଇଟେଡ୍‌ ଫୋରମ ଅଫ୍‌ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍‌ବିୟୁ) ମାର୍ଚ୍ଚ ୧୫ରୁ ୨ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ନିକଟରେ ଆସିଥିବା ସାଧାରଣ ବଜେଟରେ ୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣ ନେଇ ସରକାର ଘୋଷଣା କରିଛନ୍ତି। ଏହି ପ୍ରସ୍ତାବକୁ ବିରୋଧକରି ସଂଘଗୁଡିକ ଧର୍ମଘଟକୁ ଓହ୍ଲାଉଥିବା ଜଣାପଡିଛି। ସରକାର ବର୍ତ୍ତମାନ ଘରୋଇକରଣ ଯୋଜନାକୁ ଜୋର୍‌ଦାର କରିଛନ୍ତି। ଏହା ଅନ୍ତର୍ଗତ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ଅଂଶଧନ ପ୍ରତ୍ୟାହାର ଏବଂ ଘରୋଇକରଣକୁ ତ୍ୱରାନ୍ବିତ କରାଯାଉଛି। ସରକାର ଆଇଡିବିଆଇ ବ୍ୟାଙ୍କକୁ ଘରୋଇକରଣ କରି ଦେଇଛନ୍ତି। ଏହି ବ୍ୟାଙ୍କରେ ରହିଥିବା ସରକାରଙ୍କ ଅଂଶଧନକୁ ଏଲ୍‌ଆଇସିକୁ ବିକ୍ରି କରାଯାଇଛି। ଗତ ୪ ବର୍ଷରେ ୧୪ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶ୍ରଣ କରାଯାଇଛି।
ୟୁଏଫ୍‌ବିୟୁ ପକ୍ଷରୁ ସରକାରଙ୍କ ବ୍ୟାଙ୍କ ଘରୋଇକରଣ ପ୍ରସ୍ତାବକୁ ବିରୋଧ କରାଯିବ ବୋଲି ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇ ଆସୋସିଏଶନ(ଏଆଇବିଇଏ) ସାଧାରଣ ସମ୍ପାଦକ ସି.ଏଚ୍‌.ଭେଙ୍କଟଚଳମ କହିଛନ୍ତି। ସଂଘ ପକ୍ଷରୁ ମଙ୍ଗଳବାର ବସିଥିବା ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଘୋଷଣା ଉପରେ ଆଲୋଚନା କରାଯିବ ସହ ଏହାର ବିରୋଧ କରିବା ନେଇ ନିଷ୍ପତ୍ତି ହୋଇଛି। ଧର୍ମଘଟକୁ ଓହ୍ଲାଉଥିବା ସଂଘ ମଧ୍ୟରେ ଏଆଇବିଇଏ, ଏଆଇବିଓସି, ଏନ୍‌ସିବିଇ, ଏଆଇବିଓଏ, ବିଇଏଫ୍‌ଆଇ, ଆଇଏନ୍‌ବିଇଏଫ୍‌, ଆଇଏନ୍‌ବିଓସି, ଏନ୍‌ଓବିଡବ୍ଲ୍ୟୁ ଏବଂ ଏନ୍‌ଓବିଓ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁନିଟ ଆଗୁଆ ବନ୍ଦ କଲା ମାରୁତି

ବାଙ୍ଗାଲୋର,୨୯।୪: କୋଭିଡ୍‌ ସ୍ଥିତିକୁ ନଜରରେ ରଖି ମାରୁତି ସୁଜୁକି ପକ୍ଷରୁ ଏହାର ଗୋଟିଏ ୟୁନିଟକୁ ଆଗୁଆ ବନ୍ଦ କରାଯାଇଛି। କମ୍ପାନୀ ଏହାର ଫ୍ୟାକ୍ଟ୍ରି ମେଣ୍ଟେନାନ୍ସ ଲାଗି...

ଏପ୍ରିଲରେ ଉଡ଼ିପାରେ ଜେଟ୍‌ ଏୟାର

ନୂଆଦିଲ୍ଲୀ: ଦେବାଳିଆ ହୋଇଯାଇଥିବା ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ ପୁଣି ଥରେ ଉଡ଼ାଣ ଭରିବା ଲାଗି ପ୍ରସ୍ତୁତ ହେଉଛି। ଏହି କମ୍ପାନୀ ଆସନ୍ତା ଗ୍ରୀଷ୍ଣ ସମୟ...

୪୭୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ସୋମବାର ଲଗାତର ଦ୍ୱିତୀୟ ସେସନ ଲାଗି ଭାରତୀୟ ପୁଞ୍ଜି ବଜାରରେ ହ୍ରାସ ଧାରା ପରିଲକ୍ଷିତ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୪୫୦ରୁ ଊର୍ଦ୍ଧ୍ୱ...

ଆର୍‌ବିଆଇ ଚିଠିକୁ ମାନିଲାନି ମହାରାଷ୍ଟ୍ର

ନୂଆଦିଲ୍ଲୀ,୧୫।୩: ଘରୋଇ ବ୍ୟାଙ୍କରେ ଜମା ଟଙ୍କା ସୁରକ୍ଷିତ ରହିଥିବା କହି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ରାଜ୍ୟଗୁଡିକୁ ଚିଠି ଲେଖିଥିଲା। ଘରୋଇ ବ୍ୟାଙ୍କରୁ ଟଙ୍କା ଉଠାଇ ନ...

୭ ଲକ୍ଷ କୋଟି ଟଙ୍କା ବଢିଲା ଆଲଫାବେଟର ବଜାର ପୁଞ୍ଜୀକରଣ

ନୂଆଦିଲ୍ଲୀ,୧୯-୧: ଗୁଗଲର ମୂଳ କମ୍ପାନୀ ଆଲ୍‌ଫାବେଟର ବଜାର ପୁଞ୍ଜୀକରଣ ପ୍ରଥମଥର ଲାଗି ୧ ଟ୍ରିଲିୟନ ଡଲାର(୭୧ ଲକ୍ଷ କୋଟି ଟଙ୍କା) ଟପିଛି। ପ୍ରବାସୀ ଭାରତୀୟ ସୁନ୍ଦର...

ସବୁ ଟଙ୍କା ନ ଦେଲେ ସୁବ୍ରତଙ୍କ ଅଡ଼ୁଆ ବଢ଼ିବ

ମୁମ୍ବାଇ,୨୨।୧୧: ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ପାଇଁ ପୁଣିଥରେ ଅଡୁଆ ବଢିପାରେ ବୋଲି ସୂଚନା ମିଳିଛି। ସୁରକ୍ଷା ଏବଂ ବିନିମୟ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟରେ ତାଙ୍କ...

୧୪ରୁ ୨୪ଘଣ୍ଟିଆ ଆର୍‌ଟିଜିଏସ୍‌ ସେବା

ନୂଆଦିଲ୍ଲୀ: ଚଳିତ ମାସ ୧୪ ତାରିଖରୁ ରିୟଲ ଟାଇମ ଗ୍ରସ୍‌ ସେଟେଲମେଣ୍ଟ(ଆର୍‌ଟିଜିଏସ୍‌) ସେବା ୨୪ ଘଣ୍ଟିଆ ହେବ। ଡିଜିଟାଲ ପେମେଣ୍ଟକୁ ଉତ୍ସାହିତ କରିବା ଲାଗି ରିଜର୍ଭ...

ଫେସବୁକ୍‌ ଉପରେ ଲାଗିବ ୩୪ ହଜାର କୋଟି ଜରିମାନା

ଓ୍ବାଶିଂଟନ,୧୩-୭: ଆମେରିକା ରେଗୁଲେଟର ଫେଡେରାଲ ଟ୍ରେଡ କମିଶନ(ଏଫ୍‌ଟିସି) ଡାଟା ଲିକ୍‌ ମାମଲାରେ ଫେସବୁକ୍‌ ଠାରୁ ୫ ବିଲିୟନ ଡଲାର( ପ୍ରାୟ ୩୪ ହଜାର କୋଟି ଟଙ୍କା)...

Advertisement


Archives

Model This Week