ବଲାଙ୍ଗୀର,୨୭।୧(ସୁନିଲ କୁମାର ମହାନ୍ତି): ମଙ୍ଗଳବାର ବ୍ୟାଙ୍କ ୟୁନିଅନଗୁଡ଼ିକ ଦ୍ୱାରା ପୂର୍ଣ୍ଣ ଦିବସ ଧର୍ମଘଟ ଘୋଷଣା ପରେ, ସରକାର ଏବଂ ବ୍ୟାଙ୍କଗୁଡ଼ିକ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ସୋମବାର ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଧର୍ମଘଟ ସତ୍ତ୍ୱେ ଗ୍ରାହକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଏବଂ ବ୍ୟାଙ୍କିଂ ସେବା ସୁରୁଖୁରୁରେ ଜାରି ରହେ ତାହା ନିଶ୍ଚିତ କରିବାକୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏ ନେଇ ବଲାଙ୍ଗୀର SBI ବ୍ୟାଙ୍କ ସମ୍ମୁଖରେ ଧର୍ମଘଟ ଦେଖିବାକୁ ମିଳିଛି।୯ଟି ବ୍ୟାଙ୍କ ୟୁନିଅନ ଏବଂ ସଂଗଠନର ଏକ ଗୋଷ୍ଠୀ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ(UFBU)ଦ୍ୱାରା ଏହି ଧର୍ମଘଟ ଡାକରା ଦିଆଯାଇଛି। ସେମାନଙ୍କର ମୁଖ୍ୟ ଦାବି ମଧ୍ୟରେ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ କାର୍ଯ୍ୟକାରୀ, ଅର୍ଥାତ ବ୍ୟାଙ୍କଗୁଡ଼ିକରେ ଶନିବାର ଏବଂ ରବିବାର ଦୁଇ ଦିନ ଛୁଟି ରହିବା ନେଇ ଦାବି ରହିଛି। ସଂଘଗୁଡ଼ିକ କହିଛନ୍ତି ଯେ ‘ଧର୍ମଘଟ ଆରମ୍ଭ କରାଯାଇଛି । ତାଙ୍କ ଦାବି ନେଇ ସରକାର କୌଣସି ନିଷ୍ପତ୍ତି ନ ନେଲେ ଆଗକୁ ଆହୁରି ବଡ଼ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।