୫ ଦିନିଆ କାର୍ଯ୍ୟସପ୍ତାହ ଦାବିରେ ବ୍ୟାଙ୍କ କର୍ମଚାରୀଙ୍କ ଧାରଣା, ଗୁଣୁପୁରରେ ସମର୍ଥନ…

ଗୁଣୁପୁର, ୨୭।୧ (ସଂକେତ ପାତ୍ର): ସପ୍ତାହକୁ ୫ ଦିନ କାର୍ଯ୍ୟସପ୍ତାହ ଓ ୨ ଦିନ ସାପ୍ତାହିକ ଛୁଟି ଦାବିରେ ଆଜି ସାରା ଦେଶରେ ବ୍ୟାଙ୍କ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହାକୁ ଗୁଣୁପୁର ଅଞ୍ଚଳର ସମସ୍ତ ବ୍ୟାଙ୍କ ସମର୍ଥନ ଜଣାଇଛନ୍ତି । ଗୁଣୁପୁରରେ ଆୟୋଜିତ ଧରଣାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), ଏକ୍ସିସ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଇଣ୍ଡିଆନ୍ ବ୍ୟାଙ୍କ, କେସିସି ବ୍ୟାଙ୍କ, ୟୁଜିବି (UGB) ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କ ଧରଣାକୁ ସହଯୋଗ କରିଥିବା ଜଣାପଡ଼ିଛି ।

ବ୍ୟାଙ୍କ କର୍ମଚାରୀମାନଙ୍କ କହିବା ଅନୁଯାୟୀ, କେନ୍ଦ୍ର ସରକାର ତାଙ୍କ ଦାବି ପୂରଣ କରି ୫ ଦିନିଆ କାର୍ଯ୍ୟସପ୍ତାହ ପ୍ରଣାଳୀ ଲାଗୁ ନକରିଲେ, ଆଗାମୀ ଦିନରେ ସାରା ଭାରତର ବ୍ୟାଙ୍କଗୁଡ଼ିକ କଠୋର ପଦକ୍ଷେପ ଗ୍ରହଣ କରିବେ। ଗୁଣୁପୁରରେ ହୋଇଥିବା ଏହି ଧରଣା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଜାରି ରହିଛି । ଆନ୍ଦୋଳନ ସମୟରେ ସାଧାରଣ ଗ୍ରାହକଙ୍କୁ କୌଣସି କ୍ଷତି କିମ୍ବା ଅସୁବିଧା ହେବ ନାହିଁ ବୋଲି କର୍ମଚାରୀମାନେ କହିଛନ୍ତି ।

 

Dharitri – Odisha’s No.1 Odia Daily