ଯାଜପୁରରୋଡ଼,୪ା୩(ପବିତ୍ର ରଞ୍ଜନ ମହାନ୍ତି): ହୋଲିରେ ବଡ ଅଘଟଣ । ରଙ୍ଗ ଖେଳିସାରି ଗାଧୋଉ ଥିବାବେଳେ ନଦୀରେ ବୁଡ଼ିଯାଇ ଯୁବକଙ୍କ ମୃତ୍ୟୁ ହୋଇଛି । ଯୋକଡିଆ ଖରସ୍ରୋତା ନଦୀରେ ଘଟିଛି ଏହି ଅଘଟଣ ।
ମୃତ ଯୁବକ ଯାଜପୁର ରୋଡ ଥାନା ପଦ୍ମପୁର ଅଞ୍ଚଳର ସଂଗ୍ରାମ ଅଜିତାଭ ଦାସ(ବୟସ ୪୦) । ଖବର ଅନୁସାରେ, ସେ HDFC ବ୍ୟାଙ୍କରେ ଉଚ୍ଚ ପଦସ୍ଥ କର୍ମଚାରୀ ଭାବେ କାର୍ଯ୍ୟ କରିଆସୁଥିଲେ। ତେବେ କିପରି ନଦୀରେ ବୁଡିଗଲେ ତାହା ବର୍ତ୍ତମାନ ସୁଦ୍ଧା ପ୍ରଶ୍ନ ଘେରରେ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଅଜିତାଭଙ୍କ ଅକାଳ ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।