ଭାରତକୁ ଟପିବ ବାଂଲାଦେଶ

ନୂଆଦିଲ୍ଲୀ,୧୫।୧୦: ଚଳିତ କ୍ୟାଲେଣ୍ଡର ବର୍ଷରେ ମୁଣ୍ଡ ପିଛା ମୋଟ ଘରୋଇ ଉତ୍ପାଦ(ଜିଡିପି) କ୍ଷେତ୍ରରେ ବାଂଲାଦେଶ ଭାରତକୁ ପଛରେ ପକାଇଦେବ। କୋଭିଡ୍‌-୧୯ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଝଟକା ଲାଗିଛି। ଫଳରେ ଏହା ଜିଡିପି ଉପରେ ପ୍ରଭାବ ପକାଇଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଆଇଏମ୍‌ଏଫ୍‌ର ଓ୍ବାର୍ଲଡ ଇକୋନୋମିକ୍‌ ଆଉଟ୍‌ଲୁକ ରିପୋର୍ଟରେ କୁହାଯାଇଛି ଯେ, ବାଂଲାଦେଶର ମୁଣ୍ଡ ପିଛା ଜିଡିପି ୨୦୨୦ରେ ୪% ବୃଦ୍ଧି ଘଟି ୧୮୮୮ ଡଲାର ରହିବ। ସେହିଭଳି ଭାରତର ମୁଣ୍ଡ ପିଛା ଜିଡିପି ୧୦.୫% ହ୍ରାସ ଘଟି ୧୮୭୭ ଡଲାରକୁ ଖସିଯିବ ବୋଲି ଆକଳନ କରାଯାଇଛି। ଗତ ୪ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ବୋଲି ରିପୋର୍ଟରେ କୁହାଯାଇଛି। ସଦ୍ୟତମ ସ୍ଥିତିକୁ ନେଇ ଜିଡିପିରେ ଏଭଳି ଆକଳନ କରାଯାଇଛି। ଏହି ଆକଳନ ମୁତାବକ ଭାରତକୁ ଦକ୍ଷିଣ ଏସିଆର ତୃତୀୟ ସବୁଠାରୁ ଗରିବ ଦେଶ ବୋଲି କୁହାଯାଇଛି। ଭାରତ ବାଦ୍‌ ପାକିସ୍ତାନ ଏବଂ ତୃତୀୟ ମୁଣ୍ଡପିଛା ଜିଡିପି ନିମ୍ନରେ ରହିଛନ୍ତି। ଏଭଳି ସ୍ଥିତିରେ ବାଂଲାଦେଶ, ଭୁଟାନ, ଶ୍ରୀଲଙ୍କା, ମାଳଦ୍ୱୀପର ମୁଣ୍ଡ ପିଛା ଜିଡିପି ଭାରତଠାରୁ ବହୁ ଉନ୍ନତ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି।
ଭାରତୀୟ ଅର୍ଥବ୍ୟବସ୍ଥାକୁ ମହାମାରୀ ଗଭୀର ଝଟକା ଦେଇଛି। ଦକ୍ଷିଣ ଏସିଆରେ ଶ୍ରୀଲଙ୍କା ପରେ ଭାରତ ସବୁଠାରୁ ବେଶି ପ୍ରଭାବିତ ହୋଇଛି। ଶ୍ରୀଲଙ୍କାରେ ମଧ୍ୟ ମୁଣ୍ଡ ପିଛା ଜିଡିପି ୪% ହ୍ରାସ ହେବ ବୋଲି ଜଣାପଡିଛି। ଚଳିତ ବର୍ଷ ନେପାଳ ଏବଂ ଭୁଟାନ ଅର୍ଥ ବ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ। ଅନ୍ୟପକ୍ଷରେ ଆସନ୍ତା ଆର୍ଥତ୍କ ବର୍ଷରେ ଭାରତୀୟ ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରିବା ନେଇ ଆକଳନ କରାଯାଇଛି। ଏହି ସମୟରେ ଭାରତର ମୁଣ୍ଡ ପିଛା ଜିଡିପିରେ ଉନ୍ନତି ଆସିବା ସହ ବାଂଲାଦେଶଠାରୁ ସାମାନ୍ୟ ବଢିବା ନେଇ ପୂର୍ବାନୁମାନ କରାଯାଇଛି। ୨୦୨୧ରେ ଭାରତର ମୁଣ୍ଡ ପିଛା ଜିଡିପି ୮.୨% ବଢିବ ବୋଲି କୁହାଯାଇଛି। ଏହି ସମୟରେ ବାଂଲାଦେଶର ମୁଣ୍ଡ ପିଛା ଜିଡିପି ୫.୪% ବଢିବ। ଫଳରେ ଭାରତର ମୁଣ୍ଡ ପିଛା ଜିଡିପି ୨୦୩୦ ଡଲାରକୁ ବଢିବାକୁ ଥିବାବେଳେ ବାଂଲାଦେଶର ମୁଣ୍ଡ ପିଛା ଜିଡିପି ୧୯୯୦ ଡଲାର ରହିବା ନେଇ ଆକଳନରେ କୁହାଯାଇଛି।
୫ ବର୍ଷ ତଳେ ଭାରତର ମୁଣ୍ଡ ପିଛା ଜିଡିପି ବାଂଲାଦେଶଠାରୁ ପ୍ରାୟ ୪୦% ଊର୍ଦ୍ଧ୍ୱରେ ରହିଥିଲା। ଏହା ପରଠାରୁ ବାଂଲାଦେଶର ମୁଣ୍ଡ ପିଛା ଜିଡିପି ଚକ୍ରବୃଦ୍ଧି ହାର ୯.୧%ରେ ବଢ଼ିଥିଲା। ଏହି ସମୟରେ ଭାରତ ୩.୨% ହାରରେ ଅଭିବୃଦ୍ଧି କରିଛି। ବାଂଲାଦେଶରେ ରପ୍ତାନି ତ୍ୱରାନ୍ବିତ ହୋଇଥିବାବେଳେ ଲୋକଙ୍କ ନିବେଶ ଏବଂ ଜମା ହାରରେ ଉନ୍ନତି ପରିଲକ୍ଷିତ ହୋଇଛି। ମାତ୍ର ଭାରତ ରପ୍ତାନି କ୍ଷେତ୍ରରେ ସେତେଟା ଉନ୍ନତି କରିପାରିନାହିଁ। ସେହିଭଳି ଭାରତରେ ଜମା ଏବଂ ନିବେଶ ହାର ମଧ୍ୟ ଲଗାତର ଖସୁଛି। ଆଇଏମ୍‌ଏଫ୍‌ ଡାଟା ମୁତାବକ, ୧୯୯୧ ପରଠାରୁ ଭାରତୀୟ ଅର୍ଥ ବ୍ୟବସ୍ଥା ସବୁଠାରୁ ଖରାପ ସ୍ଥିତି ଦେଇ ଗତି କରୁଛି। ଗତ ୪୦ ବର୍ଷ ମଧ୍ୟରେ ଭାରତରେ ମୁଣ୍ଡ ପିଛା ଆୟ ୮ ଥର ଖସିଥିବା ଜଣାପଡିଛି।
ପର୍ଚେଜିଂ ପାଓ୍ବାରରେ ବାଂଲାଦେଶଠାରୁ ୧୧ ଗୁଣ ବଡ଼ ଭାରତ ଜିଡିପି
୨୦୧୯ ଡାଟା ମୁତାବକ ପର୍ଚେଜିଂ ପାଓ୍ବାର ପ୍ୟାରିଟି(ପିପିପି)ରେ ବାଂଲାଦେଶଠାରୁ ଭାରତର ଜିଡିପି ପ୍ରାୟ ୧୧ ଗୁଣ ଅଧିକ। ଆଇଏମ୍‌ଏଫ୍‌ର ମୁଣ୍ଡପିଛା ଜିଡିପି ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ଜଣେ ବରିଷ୍ଟ ସରକାରୀ ଅଧିକାରୀ ଏଭଳି ମତ ପ୍ରକାଶ କରିଛନ୍ତି। ସେହିଭଳି ଆଇଏମ୍‌ଏଫ୍‌ର ଆକଳନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ସରକାର ଗତ ୬ ବର୍ଷ ମଧ୍ୟରେ କିଭଳି ବଡ ସଫଳତା ପାଇଛନ୍ତି ତାହା ଏବେ ଦେଖାଯାଉଛି। ଭାଜପାର ଘୃଣାପୂର୍ଣ୍ଣ ସାଂସ୍କୃତିକ ଜାତୀୟତାବାଦ ଯୋଗୁ ବାଂଲାଦେଶ ଭାରତକୁ ମୁଣ୍ଡ ପିଛା ଜିଡିପିରେ ଟପିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri