ଭାରତକୁ ଟପିବ ବାଂଲାଦେଶ

ନୂଆଦିଲ୍ଲୀ,୧୫।୧୦: ଚଳିତ କ୍ୟାଲେଣ୍ଡର ବର୍ଷରେ ମୁଣ୍ଡ ପିଛା ମୋଟ ଘରୋଇ ଉତ୍ପାଦ(ଜିଡିପି) କ୍ଷେତ୍ରରେ ବାଂଲାଦେଶ ଭାରତକୁ ପଛରେ ପକାଇଦେବ। କୋଭିଡ୍‌-୧୯ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଝଟକା ଲାଗିଛି। ଫଳରେ ଏହା ଜିଡିପି ଉପରେ ପ୍ରଭାବ ପକାଇଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଆଇଏମ୍‌ଏଫ୍‌ର ଓ୍ବାର୍ଲଡ ଇକୋନୋମିକ୍‌ ଆଉଟ୍‌ଲୁକ ରିପୋର୍ଟରେ କୁହାଯାଇଛି ଯେ, ବାଂଲାଦେଶର ମୁଣ୍ଡ ପିଛା ଜିଡିପି ୨୦୨୦ରେ ୪% ବୃଦ୍ଧି ଘଟି ୧୮୮୮ ଡଲାର ରହିବ। ସେହିଭଳି ଭାରତର ମୁଣ୍ଡ ପିଛା ଜିଡିପି ୧୦.୫% ହ୍ରାସ ଘଟି ୧୮୭୭ ଡଲାରକୁ ଖସିଯିବ ବୋଲି ଆକଳନ କରାଯାଇଛି। ଗତ ୪ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ବୋଲି ରିପୋର୍ଟରେ କୁହାଯାଇଛି। ସଦ୍ୟତମ ସ୍ଥିତିକୁ ନେଇ ଜିଡିପିରେ ଏଭଳି ଆକଳନ କରାଯାଇଛି। ଏହି ଆକଳନ ମୁତାବକ ଭାରତକୁ ଦକ୍ଷିଣ ଏସିଆର ତୃତୀୟ ସବୁଠାରୁ ଗରିବ ଦେଶ ବୋଲି କୁହାଯାଇଛି। ଭାରତ ବାଦ୍‌ ପାକିସ୍ତାନ ଏବଂ ତୃତୀୟ ମୁଣ୍ଡପିଛା ଜିଡିପି ନିମ୍ନରେ ରହିଛନ୍ତି। ଏଭଳି ସ୍ଥିତିରେ ବାଂଲାଦେଶ, ଭୁଟାନ, ଶ୍ରୀଲଙ୍କା, ମାଳଦ୍ୱୀପର ମୁଣ୍ଡ ପିଛା ଜିଡିପି ଭାରତଠାରୁ ବହୁ ଉନ୍ନତ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି।
ଭାରତୀୟ ଅର୍ଥବ୍ୟବସ୍ଥାକୁ ମହାମାରୀ ଗଭୀର ଝଟକା ଦେଇଛି। ଦକ୍ଷିଣ ଏସିଆରେ ଶ୍ରୀଲଙ୍କା ପରେ ଭାରତ ସବୁଠାରୁ ବେଶି ପ୍ରଭାବିତ ହୋଇଛି। ଶ୍ରୀଲଙ୍କାରେ ମଧ୍ୟ ମୁଣ୍ଡ ପିଛା ଜିଡିପି ୪% ହ୍ରାସ ହେବ ବୋଲି ଜଣାପଡିଛି। ଚଳିତ ବର୍ଷ ନେପାଳ ଏବଂ ଭୁଟାନ ଅର୍ଥ ବ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ। ଅନ୍ୟପକ୍ଷରେ ଆସନ୍ତା ଆର୍ଥତ୍କ ବର୍ଷରେ ଭାରତୀୟ ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରିବା ନେଇ ଆକଳନ କରାଯାଇଛି। ଏହି ସମୟରେ ଭାରତର ମୁଣ୍ଡ ପିଛା ଜିଡିପିରେ ଉନ୍ନତି ଆସିବା ସହ ବାଂଲାଦେଶଠାରୁ ସାମାନ୍ୟ ବଢିବା ନେଇ ପୂର୍ବାନୁମାନ କରାଯାଇଛି। ୨୦୨୧ରେ ଭାରତର ମୁଣ୍ଡ ପିଛା ଜିଡିପି ୮.୨% ବଢିବ ବୋଲି କୁହାଯାଇଛି। ଏହି ସମୟରେ ବାଂଲାଦେଶର ମୁଣ୍ଡ ପିଛା ଜିଡିପି ୫.୪% ବଢିବ। ଫଳରେ ଭାରତର ମୁଣ୍ଡ ପିଛା ଜିଡିପି ୨୦୩୦ ଡଲାରକୁ ବଢିବାକୁ ଥିବାବେଳେ ବାଂଲାଦେଶର ମୁଣ୍ଡ ପିଛା ଜିଡିପି ୧୯୯୦ ଡଲାର ରହିବା ନେଇ ଆକଳନରେ କୁହାଯାଇଛି।
୫ ବର୍ଷ ତଳେ ଭାରତର ମୁଣ୍ଡ ପିଛା ଜିଡିପି ବାଂଲାଦେଶଠାରୁ ପ୍ରାୟ ୪୦% ଊର୍ଦ୍ଧ୍ୱରେ ରହିଥିଲା। ଏହା ପରଠାରୁ ବାଂଲାଦେଶର ମୁଣ୍ଡ ପିଛା ଜିଡିପି ଚକ୍ରବୃଦ୍ଧି ହାର ୯.୧%ରେ ବଢ଼ିଥିଲା। ଏହି ସମୟରେ ଭାରତ ୩.୨% ହାରରେ ଅଭିବୃଦ୍ଧି କରିଛି। ବାଂଲାଦେଶରେ ରପ୍ତାନି ତ୍ୱରାନ୍ବିତ ହୋଇଥିବାବେଳେ ଲୋକଙ୍କ ନିବେଶ ଏବଂ ଜମା ହାରରେ ଉନ୍ନତି ପରିଲକ୍ଷିତ ହୋଇଛି। ମାତ୍ର ଭାରତ ରପ୍ତାନି କ୍ଷେତ୍ରରେ ସେତେଟା ଉନ୍ନତି କରିପାରିନାହିଁ। ସେହିଭଳି ଭାରତରେ ଜମା ଏବଂ ନିବେଶ ହାର ମଧ୍ୟ ଲଗାତର ଖସୁଛି। ଆଇଏମ୍‌ଏଫ୍‌ ଡାଟା ମୁତାବକ, ୧୯୯୧ ପରଠାରୁ ଭାରତୀୟ ଅର୍ଥ ବ୍ୟବସ୍ଥା ସବୁଠାରୁ ଖରାପ ସ୍ଥିତି ଦେଇ ଗତି କରୁଛି। ଗତ ୪୦ ବର୍ଷ ମଧ୍ୟରେ ଭାରତରେ ମୁଣ୍ଡ ପିଛା ଆୟ ୮ ଥର ଖସିଥିବା ଜଣାପଡିଛି।
ପର୍ଚେଜିଂ ପାଓ୍ବାରରେ ବାଂଲାଦେଶଠାରୁ ୧୧ ଗୁଣ ବଡ଼ ଭାରତ ଜିଡିପି
୨୦୧୯ ଡାଟା ମୁତାବକ ପର୍ଚେଜିଂ ପାଓ୍ବାର ପ୍ୟାରିଟି(ପିପିପି)ରେ ବାଂଲାଦେଶଠାରୁ ଭାରତର ଜିଡିପି ପ୍ରାୟ ୧୧ ଗୁଣ ଅଧିକ। ଆଇଏମ୍‌ଏଫ୍‌ର ମୁଣ୍ଡପିଛା ଜିଡିପି ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ଜଣେ ବରିଷ୍ଟ ସରକାରୀ ଅଧିକାରୀ ଏଭଳି ମତ ପ୍ରକାଶ କରିଛନ୍ତି। ସେହିଭଳି ଆଇଏମ୍‌ଏଫ୍‌ର ଆକଳନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ସରକାର ଗତ ୬ ବର୍ଷ ମଧ୍ୟରେ କିଭଳି ବଡ ସଫଳତା ପାଇଛନ୍ତି ତାହା ଏବେ ଦେଖାଯାଉଛି। ଭାଜପାର ଘୃଣାପୂର୍ଣ୍ଣ ସାଂସ୍କୃତିକ ଜାତୀୟତାବାଦ ଯୋଗୁ ବାଂଲାଦେଶ ଭାରତକୁ ମୁଣ୍ଡ ପିଛା ଜିଡିପିରେ ଟପିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?