ଓଡ଼ିଶାକୁ ପଶି ଆସିବେ ବାଂଲାଦେଶୀ! ସମୁଦ୍ର ତଟରେ କଡ଼ା ନଜର

ପୁରୀ, ୮ା୮(ଅଜିତ୍‌ କୁମାର ମହାନ୍ତି): ଆରକ୍ଷଣକୁ ନେଇ ପଡ଼ୋଶୀ ଦେଶ ବାଂଲାଦେଶରେ ହିଂସା ଓ ରାଜନୈତିକ ସଙ୍କଟ ଉଗ୍ର ରୂପ ନେଇଛି। ଶେଖ୍‌ ହାସିନା ସରକାରଙ୍କ ପତନ ପରେ ବାଂଲାଦେଶ ଜଳୁଛି। ବାଂଲାଦେଶରେ ବ୍ୟାପକ ଅରାଜକତା ବଢ଼ିଥିବାବେଳେ ହିଂସାକାଣ୍ଡ ଓ ପୋଡ଼ାଜଳା ଜାରି ରହିଛି। ଭାରତ ବିରୋଧୀ କାର୍ଯ୍ୟକଳାପ ବଢ଼ିଚାଲିଥିବା ବେଳେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରାଯାଉଛି। ତେବେ ଏହି ଅପ୍ରୀତିକର ସ୍ଥିତି ସମୟରେ ବାଂଲାଦେଶରେ ବସବାସ କରୁଥିବା ହିନ୍ଦୁ ତଥା ଅନ୍ୟ ସମ୍ପ୍ରଦାୟର ଲୋକମାନେ ବାଂଲାଦେଶ ଛାଡ଼ି ଭାରତ ସୀମାରେ ପ୍ରବେଶ କରିବାର ସମ୍ଭାବନା ରହିଛି। ତେଣୁ ଭାରତ ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଏପରିକି ଭାରତ ବିରୋଧୀ ସଂଗଠନର ବ୍ୟକ୍ତି ସମୁଦ୍ର ପଥରେ ଭାରତକୁ ଆସି ଅଘଟଣ ଘଟାଇବାର ଆଶଙ୍କା ରହିଛି। ପୁରୀ ଜିଲାରେ ୪ଟି ମେରାଇନ୍‌ ଥାନା ରହିଛି। ତେବେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବାବେଳେ ଅତ୍ୟାଧୁନିକ ବୋଟ୍‌ ଓ ଆବଶ୍ୟକୀୟ ସରଞ୍ଜାମ ନାହିଁ। ତେଣୁ ସମୁଦ୍ରପଥ ଦେଇ ଅନୁପ୍ରବେଶକାରୀ ଏବଂ ଅସାମାଜିକ ବ୍ୟକ୍ତିମାନେ ଜିଲାରେ ପ୍ରବେଶ କରିବାର ସମ୍ଭାବନା ରହିଛି। ତେଣୁ ଏନେଇ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି। ଅପରପକ୍ଷରେ ଏନେଇ ଏସ୍‌ପି ପିନାକ ମିଶ୍ର କହିଛନ୍ତି ଯେ, ବର୍ତ୍ତମାନ ବାଂଲାଦେଶରେ ହିଂସା ଲାଗି ରହିଛି। ଅନୁପ୍ରବେଶ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ତେବେ ରୀତିମତ ଭାବେ ନେଭି ଓ କୋଷ୍ଟଗାର୍ଡ ପକ୍ଷରୁ ବେଳାଭୂମିରେ ପାଟ୍ରୋଲିଂ କରାଯାଇଥାଏ। ଜିଲାରେ ୪ଟି ମେରାଇନ ଥାନା ରହିଛି। ପାଟ୍ରୋଲିଂ କରାଯିବା ସହ ସୁରକ୍ଷା ଦିଗକୁ ଧ୍ୟାନ ଦିଆଯାଉଛି। କୋଷ୍ଟଗାର୍ଡ ସହିତ ପୁରୀ ମେରାଇନ୍‌ ପୋଲିସ ନିୟମିତ ପାଟ୍ରୋଲିଂ କରୁଛି। ପୁରୀ ପୋଲିସ ସମ୍ପୂର୍ଣ୍ଣ ସତର୍କ ରହିଛି ବୋଲି ଏସ୍‌ପି କହିଛନ୍ତି। ସେହିପରି ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ପୁରୀ ମେରାଇନ୍‌ ଥାନାର ଦୈନନ୍ଦିନ କାର୍ଯ୍ୟ ହେଉଛି ଜଳପଥ ଉପରେ କଡ଼ା ନଜର ରଖିବା। ତେଣୁ କଡ଼ା ନଜର ରଖାଯାଇଛି। ତେବେ ସେପରି କୌଣସି ପରିସ୍ଥିତି ସୃଷ୍ଟି ହୋଇନାହିଁ। ତେଣୁ ଭୟଭୀତ ହେବାର ନାହିଁ। ବିଭ୍ରାନ୍ତିକର ସୂଚନା ମଧ୍ୟ ପ୍ରଦାନ କରାନଯାଉ। ମେରାଇନ୍‌ ଥାନା ପୋଲିସ ଏବଂ କୋଷ୍ଟଗାର୍ଡ ନିୟମିତ ଭାବେ ଜଳପଥରେ ପାଟ୍ରୋଲିଂ କରୁଛି ବୋଲି ଜିଲାପାଳ ସ୍ବାଇଁ ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri