ନାଲିଆଖି ଦେଖାଇଲା ବାଂଲାଦେଶ: ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲେ ୟୁନୁସ ସରକାର

ଢାକା,୧୧।୧: ପାଣିପାଗ ବିଭାଗର ୧୫୦ ବର୍ଷ ପୂରଣ ଉପଲକ୍ଷେ ଭାରତରେ ଆୟୋଜିତ ହେଉଥିବା ସେମିନାରରେ ବାଂଲାଦେଶୀ ଅଧିକାରୀମାନେ ଯୋଗଦେବେ ନାହିଁ। ୟୁନୁସ ସରକାରଙ୍କ ବାଂଲାଦେଶର ଅଧିକାରୀମାନେ ସରକାରୀ ଖର୍ଚ୍ଚରେ ଅଣ-ଅତ୍ୟାବଶ୍ୟକୀୟ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇ ଭାରତ ସରକାରଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ।
ଆଇଏମଡିର ୧୫୦ ବର୍ଷ ପୂରଣ ଉପଲକ୍ଷେ ଦିଲ୍ଲୀରେ ଏକ ସେମିନାର ଆୟୋଜନ କରାଯାଉଛି। ଜାନୁଆରୀ ୧୪ ତାରିଖରେ ଦିଲ୍ଲୀର ମଣ୍ଡପମରେ ଅନୁଷ୍ଠିତ ହେବାକୁ ଥିବା ଏହି ସେମିନାରରେ ପାକିସ୍ତାନ ଏବଂ ବାଂଲାଦେଶ ସମେତ ଅବିଭକ୍ତ ଭାରତର ଅଂଶ ଥିବା ପଡ଼ୋଶୀ ଦେଶଗୁଡ଼ିକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ପାକିସ୍ତାନ ମଧ୍ୟ ଏହାର ଅଂଶଗ୍ରହଣକୁ ନିଶ୍ଚିତ କରିସାରିଛି। ତଥାପି, ବାଂଲାଦେଶ ଏଥିରେ ଯୋଗଦେବାକୁ ମନା କରିଦେଲା।
ବାଂଲାଦେଶ ପାଣିପାଗ ବିଭାଗ (ବିଏମ୍‌ଡି)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ମୋମିନୁଲ ଇସଲାମ ଏକ ମାସ ପୂର୍ବେ ଆଇଏମଡିରୁ ନିମନ୍ତ୍ରଣ ପାଇବାକୁ ନିଶ୍ଚିତ କରିଥିଲେ। ସେ କହିଥିଲେ, ଭାରତ ପାଣିପାଗ ବିଭାଗ ଆମକୁ ଏହାର ୧୫୦ତମ ବାର୍ଷିକୀ ସମାରୋହକୁ ନିମନ୍ତ୍ରଣ କରିଛି। ଆମେ ଭଲ ସମ୍ପର୍କ ବଜାୟ ରଖୁଛୁ ଏବଂ ସେମାନଙ୍କ ସହିତ ସହଯୋଗ ଜାରି ରଖିଛୁ। ସରକାରଙ୍କ ଦ୍ୱାରା ଅନୁଦାନପ୍ରାପ୍ତ ଅଣ-ଅତ୍ୟାବଶ୍ୟକୀୟ ବିଦେଶ ଯାତ୍ରା ଉପରେ କଟକଣା ଥିବାରୁ ଆମେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉନାହୁଁ।
ବ୍ରିଟିଶ ଶାସନ ସମୟରେ ୧୮୭୫ ମସିହାରେ ପ୍ରତିଷ୍ଠିତ, ଆଇଏମଡି ଜାନୁଆରୀ ୧୫ ତାରିଖରେ ୧୫୦ ବର୍ଷ ପୂରଣ କରିବ। ୧୮୬୪ ମସିହାରେ କଲିକତାରେ ହୋଇଥିବା ଘୂର୍ଣ୍ଣିଝଡ଼ ଏବଂ ୧୮୬୬ ଏବଂ ୧୮୭୧ ମସିହାରେ ଲଗାତାର ମୌସୁମୀ ବିଫଳତା ପରେ ଏହା ପ୍ରତିଷ୍ଠିତ ହୋଇଥିଲା। ଏହା ଏକ ସରଳ ଭାବେ ଗଠନ ଭାବରେ ଆରମ୍ଭ ହୋଇଥିଲା। ଆଜି ତାହା ପାଣିପାଗ ପୂର୍ବାନୁମାନ, ଯୋଗାଯୋଗ ଏବଂ ବୈଜ୍ଞାନିକ ଉଦ୍ଭାବନର ଏକ କେନ୍ଦ୍ର ପାଲଟିଛି। ପାଣିପାଗ ବିଭାଗର ୧୫୦ବର୍ଷ ପୂରଣ ଉପଲକ୍ଷେ ଆୟୋଜିତ ଏହି ସେମିନାର ପାଇଁ ଅବିଭକ୍ତ ଭାରତର ଅଂଶ ଥିବା ପାକିସ୍ତାନ ଏବଂ ବାଂଲାଦେଶ ସମେତ ପଡ଼ୋଶୀ ଦେଶଗୁଡ଼ିକୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି। ଏହି ସେମିନାରରେ ପାକିସ୍ତାନ, ଆଫଗାନିସ୍ତାନ, ମିଆଁମାର, ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ଶ୍ରୀଲଙ୍କା ଏବଂ ନେପାଳର ଅଧିକାରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri